ବିନା ଭୟରେ ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉଠାଉ- ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆଜି ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସ କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ଯକ୍ରମ ସମାରୋହରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ମୁଖ୍ଯମନ୍ତ୍ରୀ ନିଜ ବକ୍ତବ୍ଯରେ କହିଥିଲେ ଯେ, ଦେଶ ସ୍ବାଧିନତାର ଅମୃତ ମହୋତ୍ସବ ପାଳୁଛି। ଗଣ ମାଧ୍ଯମ ଲୋକଙ୍କ ସ୍ବର। ବିନା ଭୟରେ ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉଠାଉ । ଗଣମାଧ୍ଯମ ସାଧାରଣ […]

ଭୁବନେଶ୍ବର: ଆଜି ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସ କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ଯକ୍ରମ ସମାରୋହରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ମୁଖ୍ଯମନ୍ତ୍ରୀ ନିଜ ବକ୍ତବ୍ଯରେ କହିଥିଲେ ଯେ, ଦେଶ ସ୍ବାଧିନତାର ଅମୃତ ମହୋତ୍ସବ ପାଳୁଛି। ଗଣ ମାଧ୍ଯମ ଲୋକଙ୍କ ସ୍ବର। ବିନା ଭୟରେ ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉଠାଉ । ଗଣମାଧ୍ଯମ ସାଧାରଣ ଲୋକଙ୍କ ସମସ୍ୟା ଉତ୍ଥାପନ କରୁ । ଏଥିସହ ପ୍ରଜାତନ୍ତ୍ରକୁ ମଧ୍ଯ ଶୁଭେଚ୍ଛା ଜାଣାଇଥିଲେ। ସତ୍ଯର ସବୁବେଳେ ବିଜୟ ହେଉ ବୋଲି ମୁଖ୍ଯମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ।  ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇଥିଲେ ନବୀନ । ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦୁତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ବ  ବୋଲି ମୁଖ୍ଯମନ୍ତ୍ରୀ କହିଥିଲେ। ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମ ନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ । ସ୍ବାଧୀନତା ସଂଗ୍ରାମରେ ସତ୍ୟ ଓ ଅଂହିସା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସ୍ବାଧୀନତାର ୭୫ ବର୍ଷ ଅବସରରେ ସମାଜରେ ସବୁ ସ୍ତରରେ ଏଭଳି ମୂଲ୍ୟବୋଧ ସୁରକ୍ଷା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: କଟକ ରେଳ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ସନ୍ଦେହରେ ବୃଦ୍ଧ ଅଟକ

ସେହିପରି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ।  ଅମିତ ଶାହ କହିଛନ୍ତି, ‘ଉତ୍କଳ ଭୂମିରେ ପାଦ ରଖିଲେ ମନରେ ଭକ୍ତି ଭାବ ଆସେ। ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ। ଆଜି ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।’ ଅମିତ ଶାହ ଆହୁରି କହିଛନ୍ତି, ‘ଓଡ଼ିଶା ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ପାଲଟିଛନ୍ତି। ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୌରବର କଥା। ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି। ପୁରା ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି। ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି’ ବୋଲି ଅମିତ ଶାହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଦୈନିକ ଓଡିଆ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମଭୂଷଣ ପ୍ରତିଭା ରାୟ, ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରୀ ମହତାବଙ୍କ ସମେତ ଅନେକ ସମ୍ମାନୀତ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉଦବୋଧନରେ ପ୍ରଜାତନ୍ତ୍ରକୁ ଶୁଭେଚ୍ଛା ଦେବା ସହ ଗଣମାଧ୍ୟମର କାର୍ଯ୍ଯ ଉପରେ ଆଲୋକପାତ କରିଥିଲେ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର