କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା : ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ବର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଶେଷ କରିଛି କ୍ରାଇମବ୍ରାଞ୍ଚ। ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି JMFC କୋର୍ଟରେ ଏହି ମାମଲାରେ ୭ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଯେଉଁଥିରେ ଜଣେ ନାବାଳକ ରହିଛି। ନିର୍ଦ୍ଦିଷ୍ଟ କିଛି ଫଟୋ ଆଉ ଭିଡିଓ ପାଇଁ ମାନସଙ୍କୁ ଅପହରଣ ଓ ହତ୍ୟା କରିଥିଲେ ଶର୍ମିଷ୍ଠା ସେଠୀ ଓ ତାଙ୍କ ସହଯୋଗୀ। ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଥିବା ନାଁ ଗୁଡିକ ମଧ୍ୟରେ ଶର୍ମିଷ୍ଠା ରାଉତ, ଝୁନା […]

ଭୁବନେଶ୍ବର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଶେଷ କରିଛି କ୍ରାଇମବ୍ରାଞ୍ଚ। ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି JMFC କୋର୍ଟରେ ଏହି ମାମଲାରେ ୭ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଯେଉଁଥିରେ ଜଣେ ନାବାଳକ ରହିଛି। ନିର୍ଦ୍ଦିଷ୍ଟ କିଛି ଫଟୋ ଆଉ ଭିଡିଓ ପାଇଁ ମାନସଙ୍କୁ ଅପହରଣ ଓ ହତ୍ୟା କରିଥିଲେ ଶର୍ମିଷ୍ଠା ସେଠୀ ଓ ତାଙ୍କ ସହଯୋଗୀ। ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଥିବା ନାଁ ଗୁଡିକ ମଧ୍ୟରେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ଭାଗ୍ୟଧର ରାଉତ, ନିରଞ୍ଜନ ସେଠୀ, ପରମେଶ୍ବର ରାଉତ, କୃଷ୍ଣଚନ୍ଦ୍ର ନାୟକ ଓ ଜଣେ ନାବାଳକଙ୍କ ନାଁ ରହିଛି। ଚଳିତ ବର୍ଷ ୨୩ ମାର୍ଚ୍ଚରେ ଚାନ୍ଦବାଲି ଥାନା ଠାରୁ ଏହି ମାମଲାର ତଦନ୍ତଭାର ନେଇଥିଲା କ୍ରାଇମବ୍ରାଞ୍ଚ। DSP କଳ୍ପନା ସାହୁଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ୍ ଏହି ମାମଲା ତଦନ୍ତ କରୁଥିଲେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୂଚନାଯୋଗ୍ୟ କ୍ୟାମେରାମ୍ୟାନ ମାସନ ସ୍ବାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ୱେବ୍‌ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମକରୁଥିଲା ମାନସ। ମାନସ ଜାନୁଆରି ଶେଷ ଭାଗରେ ଚାକିରି ଛାଡିଥିଲେ ମଧ୍ୟ ବକେୟା ଟଙ୍କା ପାଇନଥିବା କାରଣରୁ ତାଙ୍କ ପାଖରେ ଥିବା ଏକ ମେମୋରୀ ଚିପ୍‌ ଫେରାଇନଥିଲେ। ମାନସ ଜାନୁଆରି ଶେଷ ଭାଗରେ ଚାକିରି ଛାଡ଼ିବା ପରେ ତା’ଠାରୁ କଳେବଳେ କୌଶଳେ ମେମୋରି ଚିପ୍ ହାତେଇବା ପାଇଁ ଯୋଜନା କରୁଥିଲେ ଶର୍ମିଷ୍ଠା ଆଣ୍ଡ କୋ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଏହାପରେ ମାନସ ସ୍ବାଇଁ ଫେବ୍ରୁଆରି ୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ଏକ ବିବାହ ଉତ୍ସବରେ ଫଟୋଚିତ୍ର ଓ ଭିଡିଓ ଉତ୍ତୋଳନ କରିବାକୁ ଯାଇଥିଲେ । ୭ ତାରିଖ ସକାଳେ ମାନସ ଭୁବନେଶ୍ବର ଫେରିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀ ଝୁନୁଲତା ଭୋଇ, ଖଣ୍ଡଗିରି ଥାନା ବରମୁଣ୍ଡା ଡାଏରି ଫାର୍ମ ବସ୍ତିର ଭାଗ୍ୟଧର ନାୟକ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଧାମଡ଼ା ଗାଁର ବିବେକ ନାୟକ, ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଥାନା ମଙ୍ଗଳାସାହିର କୃଷ୍ଣଚନ୍ଦ୍ର ନା‌ୟକ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣିବନ୍ଧ ଗ‌ାଁର ରଞ୍ଜନ ନାୟକ ଏକ ଗାଡ଼ିରେ ଆସି ମାନସଙ୍କୁ ପଳାଶପୁର ଛକରୁ ଉଠାଇ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ମାନସଙ୍କୁ ଏହି ୫ ଜଣ ଅପହରଣ କରି ଭୁବନେଶ୍ବର ନେବା ବେଳେ ବାଟରେ ମାରଧର କରିବା ସହ ସେହି ଚିପ୍‌ସ କୋଉଠି ରଖିଛୁ ବୋଲି ପଚାରିଥିଲେ ଶର୍ମିଷ୍ଠା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ମାନସଙ୍କ ମୋବାଇଲ ଛଡ଼ାଇ ନେଇ ଫିଙ୍ଗି ଦିଆଯାଇଥିଲା। ୭ ତାରିଖରେ ତାଙ୍କୁ ଅପହରଣ କରାଯିବା ପରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ‘ଦୟାଲ’ ବୃଦ୍ଧାଶ୍ରମକୁ ଅଣା ଯାଇଥିଲା । ସେଠାରେ ହିଁ ରାତିରେ ତାଙ୍କୁ ନିରଞ୍ଜନ, ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତମାନେ ମିଳି ମିଶି ହତ୍ୟା କରିଥିଲେ । ୮ ତାରିଖ ସକାଳେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟରେ ମୃତଦେହକୁ ପୋତି ଦେଇଥିଲେ । ଚଣ୍ଡିଖୋଲ ଛକରେ ପଡ଼ିଥିବା ମୋବାଇଲକୁ ସେଠାରେ ଜଣେ ଦୋକାନୀ ପାଇବା ପରେ ପୁଲିସକୁ ଦେଇଥିଲେ। ମୋବାଇଲ କଲ୍‌ ଡିଟେଲ୍‌ ଆଧାରରେ ତଦନ୍ତ ଆଗକୁ ବଢ଼ିବା ସହ ପୁଲିସ ହାତରେ ଲାଗିଥିଲା ଅନେକ ଗୁରୁତ୍ବପୂର୍ଣ୍ଣ ସୁରାକ। ସେହିଠାରୁ ତଦନ୍ତ ଆଗକୁ ବଢ଼ିଥିଲା । ଏହାପରେ ପୁଲିସ ନିକଟରୁ ମାର୍ଚ୍ଚ ୨୩ରେ ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର