ବାଇକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍; ବାଇକ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

Madhusudan Das Picture
Published On

ବ୍ରାହ୍ମଣୀଗାଁ: ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର । ମୃତକ ଜଣକ ହେଲେ କିନାରୀଗାଁର ପ୍ରକାଶ ବଡ଼ାଇକ ଏବଂ ଗୁରୁତର ଛାତ୍ରୀ ଜଣକ ହେଲେ ପୂଜାରାଣୀ ପାତ୍ର ବୋଲି ଜଣାପଡିଛି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାମଣୀଗାଁ ଥାନା ସ୍ଥିତ ପୋଡାମାରି ଶଙ୍ଖ ଠାରେ। ସୂଚନା ଅନୁସାରେ ଆଜି ସକାଳେ ଚନ୍ଦ୍ରପୁର ଠାରୁ ବ୍ରହ୍ମପୁର ଯାଉଥିବା ମହାଲଷ୍ମୀ ନାମକ ଏକ ଘରଇ ବସ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀଙ୍କୁ ପ୍ରଥମେ ବ୍ରାମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିବାର ଲୋକେ ବସକୁ ଅଟକାଇବା ସହ କ୍ଷତି ପୂରଣ ଦାବିରେ ମର ଶରୀରକୁ ରାସ୍ତାରେ ରଖି ଧାରଣା ବସିଛନ୍ତି।

ଆହୁରି ପଢ଼ନ୍ତୁ: ସୁଦାନରେ ଓଡ଼ିଆ ଶ୍ରମିକଙ୍କୁ ଅପହରଣ; ବିଦ୍ରୋହୀଙ୍କ କବଳରେ ତିର୍ତ୍ତୋଲର ଆଦର୍ଶ ବେହେରା, ଉଦ୍ଧାର ନିମନ୍ତେ ପରିବାର ଲୋକଙ୍କ ନିବେଦନ

Join Us @ WhatsApp

About The Author

Google News
Join Us @ WhatsApp