ତମ୍ୱା ନାଗ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଛି ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗାଁ

The Sakala Picture
Published On

ବୌଦ୍ଧ( ଦିବ୍ୟ ରଞ୍ଜନ ପଟ୍ଟନାୟକ): ଗ୍ରାମରେ ବର୍ତ୍ତମାନ ୧୫ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ। ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ। ବୌଦ୍ଧ […]

ବୌଦ୍ଧ( ଦିବ୍ୟ ରଞ୍ଜନ ପଟ୍ଟନାୟକ): ଗ୍ରାମରେ ବର୍ତ୍ତମାନ ୧୫ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ। ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲିପଦର ଗାଁ ତମ୍ୱା ନାଗ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହା ହେଉଛି ଓଡ଼ିଶାର ଏକମାତ୍ର ଗାଁ ଯେଉଁଠି ଏଭଳି ତମ୍ୱା କାରିଗରୀ ବଞ୍ଚି ରହିଛି। ପ୍ରତ୍ୟେକ ଶିବ ମନ୍ଦିରରେ ଶିବ ଲିଙ୍ଗ ନିକଟରେ ଧାତୁ ନିର୍ମିତ ନାଗ ସାପ ସ୍ଥାପିତ ହେବା ଏକ ବିଧି ବା ପରମ୍ପରାର ଅଂଶବିଶେଷ ହୋଇଥିବା ବେଳେ ଏଠାରୁ ତିଆରି ହେଉଥିବା ତମ୍ୱା ନାଗ ସାଧାରଣ ଭାବେ ବିଭିନ୍ନ ଶିବ ମନ୍ଦିରରେ ହିଁ ବ୍ୟବହୃତ ହୁଏ। ଅନେକ ସମୟରେ ଭକ୍ତମାନେ ମାନସିକ ପୂରଣ ପାଇଁ ମଧ୍ୟ ଶିବାଳୟରେ ତମ୍ୱା ନାଗ ଅର୍ପଣ କରିଥାନ୍ତି। ଶିବାଳୟମାନଙ୍କରେ ତମ୍ୱା ନାଗର ଚାହିଦା ଥିବାରୁ ଗୁଡଭେଲିପଦର ଗ୍ରାମର କିଛି ପରିବାର କୌଳିକ ବୃତ୍ତି ଭାବେ ତମ୍ୱା ନାଗ ତିଆରି କାରିଗରୀକୁ ଆପଣେଇ ନେଇଛନ୍ତି। ଗ୍ରାମରେ ବର୍ତ୍ତମାନ ୧୫ ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ ତମ୍ୱା ନାଗ ତିଆରି ପାଇଁ ଆବଶ୍ୟକୀୟ କଞ୍ଚାମାଲ ତମ୍ୱା, ସୀସା ଓ ପିତ୍ତଳ ସମ୍ୱଲପୁର ଜିଲ୍ଲାର ରେଙ୍ଗାଲିରୁ କାରିଗରମାନେ ସଂଗ୍ରହ କରନ୍ତି। ଆବଶ୍ୟକତା ଅନୁସାରେ ତମ୍ୱା ଚଦରକୁ ବିଭିନ୍ନ ଭାଗରେ କଟାଯାଏ। ତାପରେ କଟା ଯାଇଥିବା ତମ୍ୱା ଚଦରକୁ ଉତ୍ତପ୍ତ କରାଯାଏ।ଫଳରେ ତମ୍ୱା ଚଦର ନରମ ହୋଇଯାଏ ଏବଂ ତାକୁ କାରିଗରମାନେ ବାଞ୍ଛିତ ଆକାର ଓ ଆକୃତ୍ତି ପ୍ରଦାନ କରିଥାନ୍ତି। ନିର୍ଦ୍ଧିଷ୍ଟ ଆକାର ଆକୃତ୍ତି ଧାରଣ କରିବା ପରେ ବିଭିନ୍ନ ଅଂଶକୁ ଯୋଡିବା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସୀସା ଏବଂ ପିତ୍ତଳ ଆବଶ୍ୟକ ହୋଇଥାଏ। ଏଠାରେ ତମ୍ୱା ନାଗ ବ୍ୟତୀତ ତ୍ରିଶୂଳ, ଡମ୍ୱରୁ ମଧ୍ୟ ତିଆରି ହୁଏ। କାରିଗରଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉଚିତ ବିକ୍ରିବାଟା ପାଇଁ ଗ୍ରାମରେ ଏକ ସମବାୟ ସମିତି ଥିବା ବେଳେ ଓରମାସ ସହାୟତାରେ ବିଭିନ୍ନ ମେଳା ମହୋତ୍ସବରେ ଏସବୁ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଥାଏ।

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶା ତଥା ଦିଲ୍ଲୀ, ମୁମ୍ୱାଇ, କୋଲକାତା, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଇତ୍ୟାଦିର ଅନେକ ଶିବାଳୟରେ ଏଠାରୁ ନିର୍ମିତ ତମ୍ୱା ନାଗ ଶୋଭା ପାଉଥିବା କାରିଗରମାନେ ପ୍ରକାଶ କରିଛନ୍ତି। ତେବେ କଞ୍ଚାମାଲର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଏହାର ଉଚିତ୍‌‌ ବଜାର ମୂଲ୍ୟ ମିଳୁ ନ ଥିବା କୁହନ୍ତି କାରିଗର। ଦରବୃଦ୍ଧି ଅନୁଯାୟୀ ବଜାରରେ ଅଧିକ ଦାମରେ ତମ୍ୱା ନାଗ ବିକ୍ରି ହେଉ ନ ଥିବାରୁ ପାରିଶ୍ରମିକ ବ୍ୟତୀତ ଲାଭ ମିଳୁ ନ ଥିବା କାରିଗର ମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ଗ୍ରାମର ପ୍ରାୟ ୪୦ ପରିବାର ଏହି ପେସାରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ମାତ୍ର ୧୫ ପରିବାର ଏଥିରେ ନିୟୋଜିତ ଅଛନ୍ତି। ଏ ସମସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ କାରିଗର ପରିଚୟପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନେକ ଜିଲ୍ଲାପାଳ ମଧ୍ୟ ଏହି କାରିଗରୀ ପରିଦର୍ଶନରେ ଆସିଛନ୍ତି। ତେବେ ସମୟକ୍ରମେ ବିଲୁପ୍ତିର ଦ୍ୱାରାଦେଶରେ ଥିବା ଏହି ବିରଳ କଳା ବଞ୍ଚାଇ ରଖିବା ପାଇଁ ପ୍ରତ୍ସାହନର ଆବଶ୍ୟକତା ରହିଛି।

09 Jun 2024 By The Sakala

ତମ୍ୱା ନାଗ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଛି ବୌଦ୍ଧ ଜିଲ୍ଲାର ଗୁଡଭେଲିପଦର ଗାଁ

ବୌଦ୍ଧ( ଦିବ୍ୟ ରଞ୍ଜନ ପଟ୍ଟନାୟକ): ଗ୍ରାମରେ ବର୍ତ୍ତମାନ ୧୫ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ। ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲିପଦର ଗାଁ ତମ୍ୱା ନାଗ ତିଆରି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହା ହେଉଛି ଓଡ଼ିଶାର ଏକମାତ୍ର ଗାଁ ଯେଉଁଠି ଏଭଳି ତମ୍ୱା କାରିଗରୀ ବଞ୍ଚି ରହିଛି। ପ୍ରତ୍ୟେକ ଶିବ ମନ୍ଦିରରେ ଶିବ ଲିଙ୍ଗ ନିକଟରେ ଧାତୁ ନିର୍ମିତ ନାଗ ସାପ ସ୍ଥାପିତ ହେବା ଏକ ବିଧି ବା ପରମ୍ପରାର ଅଂଶବିଶେଷ ହୋଇଥିବା ବେଳେ ଏଠାରୁ ତିଆରି ହେଉଥିବା ତମ୍ୱା ନାଗ ସାଧାରଣ ଭାବେ ବିଭିନ୍ନ ଶିବ ମନ୍ଦିରରେ ହିଁ ବ୍ୟବହୃତ ହୁଏ। ଅନେକ ସମୟରେ ଭକ୍ତମାନେ ମାନସିକ ପୂରଣ ପାଇଁ ମଧ୍ୟ ଶିବାଳୟରେ ତମ୍ୱା ନାଗ ଅର୍ପଣ କରିଥାନ୍ତି। ଶିବାଳୟମାନଙ୍କରେ ତମ୍ୱା ନାଗର ଚାହିଦା ଥିବାରୁ ଗୁଡଭେଲିପଦର ଗ୍ରାମର କିଛି ପରିବାର କୌଳିକ ବୃତ୍ତି ଭାବେ ତମ୍ୱା ନାଗ ତିଆରି କାରିଗରୀକୁ ଆପଣେଇ ନେଇଛନ୍ତି। ଗ୍ରାମରେ ବର୍ତ୍ତମାନ ୧୫ ଟି ପରିବାର ଏହି କାରିଗରୀରେ ନିୟୋଜିତ ଅଛନ୍ତି। ଏମାନେ ସମସ୍ତେ କଂସାରୀ ବା ମହାରଣା ସମ୍ପ୍ରଦାୟର। ତମ୍ୱା ନାଗ ମୂର୍ତ୍ତି ତିଆରିକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମନ୍ଦିର ଗୁଡ଼ିକରେ ତମ୍ୱା ନାଗର ଚାହିଦା ଥିବାରୁ ଏମାନଙ୍କର ପରିବାର ଚଳିଯାଏ।

ଏକ ଶହ ବର୍ଷରୁ ଅଧିକ ପୁରୁଣା ଏହି କାରିଗରୀକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛନ୍ତି ଏମାନେ ତମ୍ୱା ନାଗ ତିଆରି ପାଇଁ ଆବଶ୍ୟକୀୟ କଞ୍ଚାମାଲ ତମ୍ୱା, ସୀସା ଓ ପିତ୍ତଳ ସମ୍ୱଲପୁର ଜିଲ୍ଲାର ରେଙ୍ଗାଲିରୁ କାରିଗରମାନେ ସଂଗ୍ରହ କରନ୍ତି। ଆବଶ୍ୟକତା ଅନୁସାରେ ତମ୍ୱା ଚଦରକୁ ବିଭିନ୍ନ ଭାଗରେ କଟାଯାଏ। ତାପରେ କଟା ଯାଇଥିବା ତମ୍ୱା ଚଦରକୁ ଉତ୍ତପ୍ତ କରାଯାଏ।ଫଳରେ ତମ୍ୱା ଚଦର ନରମ ହୋଇଯାଏ ଏବଂ ତାକୁ କାରିଗରମାନେ ବାଞ୍ଛିତ ଆକାର ଓ ଆକୃତ୍ତି ପ୍ରଦାନ କରିଥାନ୍ତି। ନିର୍ଦ୍ଧିଷ୍ଟ ଆକାର ଆକୃତ୍ତି ଧାରଣ କରିବା ପରେ ବିଭିନ୍ନ ଅଂଶକୁ ଯୋଡିବା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସୀସା ଏବଂ ପିତ୍ତଳ ଆବଶ୍ୟକ ହୋଇଥାଏ। ଏଠାରେ ତମ୍ୱା ନାଗ ବ୍ୟତୀତ ତ୍ରିଶୂଳ, ଡମ୍ୱରୁ ମଧ୍ୟ ତିଆରି ହୁଏ। କାରିଗରଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଉଚିତ ବିକ୍ରିବାଟା ପାଇଁ ଗ୍ରାମରେ ଏକ ସମବାୟ ସମିତି ଥିବା ବେଳେ ଓରମାସ ସହାୟତାରେ ବିଭିନ୍ନ ମେଳା ମହୋତ୍ସବରେ ଏସବୁ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଥାଏ।

ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶା ତଥା ଦିଲ୍ଲୀ, ମୁମ୍ୱାଇ, କୋଲକାତା, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଇତ୍ୟାଦିର ଅନେକ ଶିବାଳୟରେ ଏଠାରୁ ନିର୍ମିତ ତମ୍ୱା ନାଗ ଶୋଭା ପାଉଥିବା କାରିଗରମାନେ ପ୍ରକାଶ କରିଛନ୍ତି। ତେବେ କଞ୍ଚାମାଲର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଏହାର ଉଚିତ୍‌‌ ବଜାର ମୂଲ୍ୟ ମିଳୁ ନ ଥିବା କୁହନ୍ତି କାରିଗର। ଦରବୃଦ୍ଧି ଅନୁଯାୟୀ ବଜାରରେ ଅଧିକ ଦାମରେ ତମ୍ୱା ନାଗ ବିକ୍ରି ହେଉ ନ ଥିବାରୁ ପାରିଶ୍ରମିକ ବ୍ୟତୀତ ଲାଭ ମିଳୁ ନ ଥିବା କାରିଗର ମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ଗ୍ରାମର ପ୍ରାୟ ୪୦ ପରିବାର ଏହି ପେସାରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ମାତ୍ର ୧୫ ପରିବାର ଏଥିରେ ନିୟୋଜିତ ଅଛନ୍ତି। ଏ ସମସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ କାରିଗର ପରିଚୟପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନେକ ଜିଲ୍ଲାପାଳ ମଧ୍ୟ ଏହି କାରିଗରୀ ପରିଦର୍ଶନରେ ଆସିଛନ୍ତି। ତେବେ ସମୟକ୍ରମେ ବିଲୁପ୍ତିର ଦ୍ୱାରାଦେଶରେ ଥିବା ଏହି ବିରଳ କଳା ବଞ୍ଚାଇ ରଖିବା ପାଇଁ ପ୍ରତ୍ସାହନର ଆବଶ୍ୟକତା ରହିଛି।

https://www.thesakala.in/latest-odisha-news/boudh/village-of-gudvelipadar-in-boudh-district-has-famous-for-making-copper-snakes/article-32777
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର