ମନୋରଞ୍ଜନ
ଓଡ଼ିଶା
ଗ୍ରାହକ ବେଶରେ ଶିକାରୀକୁ ମାଡି ବସିଲା ଏସଟିଏଫ; ବାଘ ଓ ହରିଣ ଛାଲ ଜବତ, ଜଣେ ଗିରଫ
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ ଟିମ୍ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଏଫ୍ । ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେନେଇ ପଚରାଉଚରା ଚାଲିଛି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା ଏସଟିଏଫ ଟିମ୍ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଏଫ୍ । ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେନେଇ ପଚରାଉଚରା ଚାଲିଛି ।
ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ଚା ଚାରିଛକର ଫରେଷ୍ଟ ବଙ୍ଗଳାରେ ୫ ଦିନ ହେବ ଡେରା ପକାଇଥିଲା । ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଏସ୍ଟିଏଫ୍ ହରଭଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସୂଚନା ଆଧାରରେ ଗ୍ରାକ ବେଶରେ ଯାଇ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏସ୍ଟିଏଫ୍ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ କଲତାପତରିଆ ବାଘର ଛାଲ ସହିତ ଦୁଇଟି ହରିଣ ଛାଲ ଜବତ କରିଥିଲା।






