କେବିଏନ୍ ଓ ପବ୍ଲିକ ଷଣ୍ଢ ଗ୍ରୁପ ପରେ ବଲାଙ୍ଗୀରରେ ଭାଇରାଲ ହେଲା କିଙ୍ଗ୍‌ ଗ୍ରୁପର ଭାଇଗିରି ଭିଡିଓ

The Sakala Picture
Published On

ବଲାଙ୍ଗୀର: ଭୁବନେଶ୍ୱରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ପରି ଏବେ ବଲାଙ୍ଗୀରରେ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ନୂଆ ଗ୍ୟାଙ୍ଗ୍ ‘କିଙ୍ଗ୍‌ ଗ୍ରୁପ’ର ଭାଇଗିରି । ବନ୍ଧୁକ, ଖଣ୍ଡା, ଭୁଜାଲି ଏବଂ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରୁଛନ୍ତି । କିଙ୍ଗ୍‌ ଗ୍ରୁପର ଏପରି ଉତ୍ପାତ ଦେଖି ଜନସାଧାରଣ ଭୟଭୀତ ହେଉଛନ୍ତି। ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ କୌଣସି ଏକ ସ୍ଥାନରୁ […]

ବଲାଙ୍ଗୀର: ଭୁବନେଶ୍ୱରର କେବିଏନ୍ ଓ କଟକର ପବ୍ଲିକ ଷଣ୍ଢ ଗ୍ରୁପ ପରି ଏବେ ବଲାଙ୍ଗୀରରେ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ନୂଆ ଗ୍ୟାଙ୍ଗ୍ ‘କିଙ୍ଗ୍‌ ଗ୍ରୁପ’ର ଭାଇଗିରି । ବନ୍ଧୁକ, ଖଣ୍ଡା, ଭୁଜାଲି ଏବଂ ଅନ୍ୟ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରୁଛନ୍ତି । କିଙ୍ଗ୍‌ ଗ୍ରୁପର ଏପରି ଉତ୍ପାତ ଦେଖି ଜନସାଧାରଣ ଭୟଭୀତ ହେଉଛନ୍ତି। ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ କୌଣସି ଏକ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ହୋଇଥିବା ନେଇ ସୂଚନା ଆସିଛି।

ଆହୁରି ପଢ଼ନ୍ତୁ: କଟକ ରେଳ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ସନ୍ଦେହରେ ବୃଦ୍ଧ ଅଟକ

king group

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ସୂଚନା ଅନୁସାରେ, ଭୁବନେଶ୍ୱରର କେବିଏନ୍‌ ଗ୍ୟାଙ୍ଗ ଦ୍ୱାରା ପ୍ରଭାବିତ ହୋଇ କଟକର କିଛି ଯୁବକ ସୋସିଆଲ୍‌ ମିଡିଆରେ ଆତଙ୍କର ଭିଡିଓ ପୋଷ୍ଟ୍‌ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏବେ ବଲାଙ୍ଗୀରରେ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛି କିଙ୍ଗ୍‌ ଗ୍ରୁପ । କଟକର ପବ୍ଲିକ ଷଣ୍ଢ ଗ୍ରୁପର କୌଣସି ଅଭିଯୁକ୍ତମାନଙ୍କୁ ପୁଲିସ ଠାବ କରିପାରି ନ ଥିବା ବେଳେ କିଙ୍ଗ୍‌ ଗ୍ରୁପର ଭାଇରାଲ୍‌ ଭିଡିଓ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସୋସିଆଲ୍‌ ମିଡିଆରେ ଆତଙ୍କ ସୃଷ୍ଟି କରୁଥିବା ଏଭଳି ଅସାମାଜିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିସିପି ପ୍ରମୋଦ ରଥ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର