ଅଙ୍ଗନଦୀରୁ ମିଳିଲା ନିଖୋଜ ବ୍ୟାଙ୍କ ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ

The Sakala Picture
Published On

ବଲାଙ୍ଗୀର: ଉଦ୍ଧାର ହେଲା ବଲାଙ୍ଗୀର ବ୍ୟାଙ୍କ କୃଷି ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତଦେହ । ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମୃତଦେହ। ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଗତ ୧୧ ତାରିଖରୁ ନିଖୋଜ ଥିଲେ ଦିବ୍ୟ । ମୃତ ଦେହ ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି ଡୁଙ୍ଗୁରିପାଲି ଥାନାଧିକାରୀ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ତାହା […]

ବଲାଙ୍ଗୀର: ଉଦ୍ଧାର ହେଲା ବଲାଙ୍ଗୀର ବ୍ୟାଙ୍କ କୃଷି ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତଦେହ । ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମୃତଦେହ। ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଗତ ୧୧ ତାରିଖରୁ ନିଖୋଜ ଥିଲେ ଦିବ୍ୟ । ମୃତ ଦେହ ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି ଡୁଙ୍ଗୁରିପାଲି ଥାନାଧିକାରୀ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ

ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ଅଫିସିଆଲ୍‌ କାମରେ ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ଯାଇଥିଲେ। କାମ ସାରି ଫେରିବା ବେଳେ ସେହିଦିନ ସନ୍ଧ୍ୟା ପ୍ରାୟ ୬ ଟାରେ ନିଜ ସ୍ତ୍ରୀଙ୍କ ଫୋନ୍‌ରେ କଥା ହୋଇଥିଲେ। ଶୀଘ୍ର ଘରକୁ ଫେରିବେ ବୋଲି କହିଥିଲେ। ତେବେ ରାତି ୭ ଟା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା। ତା’ପରେ ତାଙ୍କର ପତ୍ତା ମିଳିନଥିଲା। ପରିବାର ଲୋକେ ବିନିକା ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

୧୧ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର-ସମ୍ୱଲପୁର ଏନ୍‌ଏଚ-୨୬, ଚେରୁପାଲି ବ୍ରିଜ୍‌ ଉପରେ ଗୋଟିଏ ବାଇକ୍‌ ଠିଆ ହୋଇଥିବା ପୁଲିସ୍‌କୁ ଖବର ମିଳିଥିଲା। ପୁଲିସ୍‌ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍‌ ଓ ହେଲମେଟକୁ ଚିହ୍ନଟ କରିଥିଲେ। ଏହା ପରେ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ବ୍ରିଜ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା ସହିତ ରଜ ପର୍ବ ପାଳନ

ପୁଲିସ ଦିବ୍ୟଙ୍କ ବ୍ୟାଙ୍କ ଡିଟେଲସ ଓ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦିବ୍ୟଙ୍କ ବ୍ୟାଙ୍କ ଆକଉଣ୍ଟରୁ ଦୁଇ ଯୁବତୀ ଓ ଜଣେ ଯୁବକ ପାଖକୁ କିଛି ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ତାହାକୁ ନେଇ ପୁଲିସ ଏବେ ସେହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଦେଢ ମାସ ମଧ୍ୟରେ ଦିବ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଯୁବତୀ ଓ ଯୁବକଙ୍କ ଆକଉଣ୍ଟକୁ ୭ରୁ ୯ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୨ବର୍ଷ ଭିତରେ ୨୦ଲକ୍ଷ ଟଙ୍କା ଯାଇଛି । ଏପରିକି ଦିବ୍ୟ ୨ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ କରି ଦେଇଛନ୍ତି ଓ ଦିବ୍ୟଙ୍କ ଶେଷ ଲୋକେସନ ଏନ୍ଏଚ୍-୨୬ ଚେରୁପାଲି ଅଙ୍ଗନଦୀ ବ୍ରିଜ ରହିଛି । ତାଙ୍କ ମୋବାଇଲ କେଉଁଠି, ସେନେଇ କିଛି ଜଣାପଡୁନି ଓ ବ୍ଲାକମେଲ ଓ ଟଙ୍କା ଟ୍ରାନ୍ସଫର ସଂପର୍କରେ କିଛି ଜାଣିନଥିବା ତାଙ୍କ ସ୍ତ୍ରୀ କହିଛନ୍ତି ।

13 Aug 2022 By The Sakala

ଅଙ୍ଗନଦୀରୁ ମିଳିଲା ନିଖୋଜ ବ୍ୟାଙ୍କ ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ

ବଲାଙ୍ଗୀର: ଉଦ୍ଧାର ହେଲା ବଲାଙ୍ଗୀର ବ୍ୟାଙ୍କ କୃଷି ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତଦେହ । ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମୃତଦେହ। ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଗତ ୧୧ ତାରିଖରୁ ନିଖୋଜ ଥିଲେ ଦିବ୍ୟ । ମୃତ ଦେହ ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି ଡୁଙ୍ଗୁରିପାଲି ଥାନାଧିକାରୀ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ଅଫିସିଆଲ୍‌ କାମରେ ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ଯାଇଥିଲେ। କାମ ସାରି ଫେରିବା ବେଳେ ସେହିଦିନ ସନ୍ଧ୍ୟା ପ୍ରାୟ ୬ ଟାରେ ନିଜ ସ୍ତ୍ରୀଙ୍କ ଫୋନ୍‌ରେ କଥା ହୋଇଥିଲେ। ଶୀଘ୍ର ଘରକୁ ଫେରିବେ ବୋଲି କହିଥିଲେ। ତେବେ ରାତି ୭ ଟା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା। ତା’ପରେ ତାଙ୍କର ପତ୍ତା ମିଳିନଥିଲା। ପରିବାର ଲୋକେ ବିନିକା ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

୧୧ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର-ସମ୍ୱଲପୁର ଏନ୍‌ଏଚ-୨୬, ଚେରୁପାଲି ବ୍ରିଜ୍‌ ଉପରେ ଗୋଟିଏ ବାଇକ୍‌ ଠିଆ ହୋଇଥିବା ପୁଲିସ୍‌କୁ ଖବର ମିଳିଥିଲା। ପୁଲିସ୍‌ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍‌ ଓ ହେଲମେଟକୁ ଚିହ୍ନଟ କରିଥିଲେ। ଏହା ପରେ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ବ୍ରିଜ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ପୁଲିସ ଦିବ୍ୟଙ୍କ ବ୍ୟାଙ୍କ ଡିଟେଲସ ଓ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦିବ୍ୟଙ୍କ ବ୍ୟାଙ୍କ ଆକଉଣ୍ଟରୁ ଦୁଇ ଯୁବତୀ ଓ ଜଣେ ଯୁବକ ପାଖକୁ କିଛି ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ତାହାକୁ ନେଇ ପୁଲିସ ଏବେ ସେହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଦେଢ ମାସ ମଧ୍ୟରେ ଦିବ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଯୁବତୀ ଓ ଯୁବକଙ୍କ ଆକଉଣ୍ଟକୁ ୭ରୁ ୯ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୨ବର୍ଷ ଭିତରେ ୨୦ଲକ୍ଷ ଟଙ୍କା ଯାଇଛି । ଏପରିକି ଦିବ୍ୟ ୨ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ କରି ଦେଇଛନ୍ତି ଓ ଦିବ୍ୟଙ୍କ ଶେଷ ଲୋକେସନ ଏନ୍ଏଚ୍-୨୬ ଚେରୁପାଲି ଅଙ୍ଗନଦୀ ବ୍ରିଜ ରହିଛି । ତାଙ୍କ ମୋବାଇଲ କେଉଁଠି, ସେନେଇ କିଛି ଜଣାପଡୁନି ଓ ବ୍ଲାକମେଲ ଓ ଟଙ୍କା ଟ୍ରାନ୍ସଫର ସଂପର୍କରେ କିଛି ଜାଣିନଥିବା ତାଙ୍କ ସ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର