ଜୁନିଅର ବିଶ୍ୱକପ୍ ହକିର ଲାଇଭ ମ୍ୟାଚ୍ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଡ ସ୍କ୍ରିନ୍‌ ଲଗାଇବ ବିଏମସି

The Sakala Picture
Published On

ଭୁବନେଶ୍ୱର : ଚଳିତ ମାସ  ୨୪ ତାରିଖରୁ ଡିସେମ୍ବର ୫ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ବିଶ୍ୱକପ୍ ହକି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । କିନ୍ତୁ କୋରୋନା ପାଇଁ ଷ୍ଟାଡିୟମ ଭିତରେ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ହକିପ୍ରେମୀଙ୍କୁ ନିରାଶ ନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲାଇଭ ମ୍ୟାଚ୍ ଲୋକେ ଯେଭଳି ଦେଖିପାରିବେ,ସେଥିପାଇଁ […]

ଭୁବନେଶ୍ୱର : ଚଳିତ ମାସ  ୨୪ ତାରିଖରୁ ଡିସେମ୍ବର ୫ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ବିଶ୍ୱକପ୍ ହକି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । କିନ୍ତୁ କୋରୋନା ପାଇଁ ଷ୍ଟାଡିୟମ ଭିତରେ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ହକିପ୍ରେମୀଙ୍କୁ ନିରାଶ ନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲାଇଭ ମ୍ୟାଚ୍ ଲୋକେ ଯେଭଳି ଦେଖିପାରିବେ,ସେଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଡ ବଡ ସ୍କ୍ରିନ ଲଗାଯିବ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଜୁନିଅର ବିଶ୍ୱକପ୍ ହକି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ କ୍ରୀଡା ବିଭାଗ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇ ବିଶ୍ୱକପ୍ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ବିଶ୍ୱକପ୍ ସହିତ ଥିବା ପୂର୍ତ୍ତ, ଇଡକୋ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ହସ୍ତତନ୍ତ ଓ ବୟନଶିଳ୍ପ, ପର୍ଯ୍ୟଟନ, ଗୃହ ଓ ନଗର ଉନ୍ନୟନ, ବିଏସଏନଏଲ ଓ ଶକ୍ତି ବିଭାଗକୁ ତୁରନ୍ତ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର