କିଏ ସତ କହୁଛି ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ବରଗଡ଼ ସାଂସଦ ସୁରେଶ ପୂଜାରୀ…..

The Sakala Picture
Published On

ଭୁବନେଶ୍ୱର : ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ଯାଏଁ ନୂତନ ରେଳଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି କହି ଭାରତୀୟ ଜନତା ପାର୍ଟି ପଦ୍ମପୁରବାସୀଙ୍କୁ ବାରମ୍ବାର ଭୁଆଁ ବୁଲାଇ ଚାଲିଛିି । ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି ବୋଲି ଘୋଷଣା ପ୍ରହେଳିକା ଥିଲା ବୋଲି ଆଜି ଖୋଦ୍ ବରଗଡ଼ ସାଂସଦ ସୁରେଶ ପୂଜାରୀ ପରୋକ୍ଷରେ […]

ଭୁବନେଶ୍ୱର : ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ଯାଏଁ ନୂତନ ରେଳଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି କହି ଭାରତୀୟ ଜନତା ପାର୍ଟି ପଦ୍ମପୁରବାସୀଙ୍କୁ ବାରମ୍ବାର ଭୁଆଁ ବୁଲାଇ ଚାଲିଛିି । ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି ବୋଲି ଘୋଷଣା ପ୍ରହେଳିକା ଥିଲା ବୋଲି ଆଜି ଖୋଦ୍ ବରଗଡ଼ ସାଂସଦ ସୁରେଶ ପୂଜାରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏହି ପ୍ରକଳ୍ପ ୨୦୨୧ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଛି ବୋଲି ଶ୍ରୀ ପୂଜାରୀ କହିବା ପରେ ଏହାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଛି । ପ୍ରକୃତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇ କେବଳ ଭ୍ରମିତ କରି ଚାଲିଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ସବିଶେଷ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ପଦ୍ମପୁର ରେଳଲାଇନ ପ୍ରକଳ୍ପ ୨୦୧୮ ଡିସେମ୍ବରରେ ଅନୁମୋଦନ ଲାଭ କଲା ନା ୨୦୨୧ ଡିସେମ୍ବରରେ, ତାହା ପ୍ରଥମେ ଶ୍ରୀ ପୂଜାରୀ ସ୍ପଷ୍ଟ କରିବା ଉଚିତ । କାରଣ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନା ମାନ୍ୟବର ସାଂସଦ ଶ୍ରୀ ପୂଜାରୀ ମଧ୍ୟରୁ କିଏ ସତ କହୁଛନ୍ତି, ତାହା ଜାଣିବାର ଅଧିକାର ପଦ୍ମପୁରବାସୀଙ୍କର ଅଛି । ଯଦି ଶ୍ରୀ ପୂଜାରୀ ସତ କହୁଥାନ୍ତି, ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ୨୦୧୮ରେ ଏହି ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇସାରିଛି ବୋଲି ଯେଉଁ ଭୁଲ ତଥ୍ୟ ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଉଚିତ ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

ଏହାଛଡ଼ା ପଦ୍ମପୁର ରେଳଲାଇନ ରେଳବାଇର ବ୍ଲୁ ବୁକ୍‌ରେ ସ୍ଥାନ ପାଇଛି ବୋଲି ଶ୍ରୀ ପୂଜାରୀ ଦେଇଥିବା ସୂଚନା ଉପରେ ମଧ୍ୟ ଡ. ପାତ୍ର ସ୍ପଷ୍ଟୀକରଣ ରଖିଥିଲେ । ଡ.ପାତ୍ର କହିଲେ, ଶ୍ରୀ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏ କଥା ଜାଣିବା ଉଚିତ ଯେ ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ୍ ବୁକ୍‌ରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ୍ ବୁକ୍‌ରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ୍ ବୁକ୍‌ରେ ସ୍ଥାନ ପାଇ ନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଂଜୁର ହୋଇ ନାହିଁ, ସେତେବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା ଉଚିତ ବୋଲି ସାଂସଦ ଶ୍ରୀ ପୂଜାରୀ କହିବା ହାସ୍ୟାସ୍ପଦ ଏବଂ ଦୁଃଖଦାୟକ । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ କୌଣସି ଅର୍ଥ ମଞ୍ଜୁର କରି ନଥିବାବେଳେ ରାଜ୍ୟ ସରକାରଙ୍କୁ ଏହାର ସର୍ଭେ କରିବା କଥା କହି ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛି ବୋଲି ଡ. ପାତ୍ର ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପଦ୍ମପୁରବାସୀ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିବା କଥା ପଦାରେ ପଡ଼ିଯିବା ପରେ, ବିଜେପି ଏହା ଲୁଚାଇବାକୁ ଉଦ୍ୟମ କରୁଛି । ତେଣୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିବାରେ ବିଳମ୍ବ କରିବା ସହ ପଦ୍ମପୁରବାସୀଙ୍କୁ ଅଣଦେଖା କରିବାରେ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ଭାବେ ଦାୟୀ ନୁହେଁ କି ବୋଲି ଡ. ପାତ୍ର ପ୍ରଶ୍ନ କରିଛନ୍ତି ।ଡ. ପାତ୍ର ଆହୁରି କହିଛନ୍ତି ଯେ ଖୁସିର କଥା ଏହି ପ୍ରସଙ୍ଗରେ ପଦ୍ମପୁରରେ ଖୋଲା ବିତର୍କ ପାଇଁ ଶ୍ରୀ ପୂଜାରୀ ନିମନ୍ତ୍ରଣ କରିଛନ୍ତି । ବିଜୁ ଜନତା ଦଳ ନିଶ୍ଚିତ ଭାବେ ଖୋଲା ବିତର୍କ ପାଇଁ ତାଙ୍କୁ ଆମନ୍ତ୍ରଣ କରିବ ଯେତେବେଳେ ଶ୍ରୀ ପୂଜାରୀ ସ୍ୱୀକାର କରିବେ ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା ବୋଲି ଯାହା କହିଥିଲେ, ତାହା ଭୁଲ ଥିଲା ।

21 Nov 2022 By The Sakala

କିଏ ସତ କହୁଛି ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ବରଗଡ଼ ସାଂସଦ ସୁରେଶ ପୂଜାରୀ…..

ଭୁବନେଶ୍ୱର : ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ଯାଏଁ ନୂତନ ରେଳଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି କହି ଭାରତୀୟ ଜନତା ପାର୍ଟି ପଦ୍ମପୁରବାସୀଙ୍କୁ ବାରମ୍ବାର ଭୁଆଁ ବୁଲାଇ ଚାଲିଛିି । ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି ବୋଲି ଘୋଷଣା ପ୍ରହେଳିକା ଥିଲା ବୋଲି ଆଜି ଖୋଦ୍ ବରଗଡ଼ ସାଂସଦ ସୁରେଶ ପୂଜାରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏହି ପ୍ରକଳ୍ପ ୨୦୨୧ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଛି ବୋଲି ଶ୍ରୀ ପୂଜାରୀ କହିବା ପରେ ଏହାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଛି । ପ୍ରକୃତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇ କେବଳ ଭ୍ରମିତ କରି ଚାଲିଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ସବିଶେଷ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ପଦ୍ମପୁର ରେଳଲାଇନ ପ୍ରକଳ୍ପ ୨୦୧୮ ଡିସେମ୍ବରରେ ଅନୁମୋଦନ ଲାଭ କଲା ନା ୨୦୨୧ ଡିସେମ୍ବରରେ, ତାହା ପ୍ରଥମେ ଶ୍ରୀ ପୂଜାରୀ ସ୍ପଷ୍ଟ କରିବା ଉଚିତ । କାରଣ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନା ମାନ୍ୟବର ସାଂସଦ ଶ୍ରୀ ପୂଜାରୀ ମଧ୍ୟରୁ କିଏ ସତ କହୁଛନ୍ତି, ତାହା ଜାଣିବାର ଅଧିକାର ପଦ୍ମପୁରବାସୀଙ୍କର ଅଛି । ଯଦି ଶ୍ରୀ ପୂଜାରୀ ସତ କହୁଥାନ୍ତି, ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ୨୦୧୮ରେ ଏହି ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇସାରିଛି ବୋଲି ଯେଉଁ ଭୁଲ ତଥ୍ୟ ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଉଚିତ ।

ଏହାଛଡ଼ା ପଦ୍ମପୁର ରେଳଲାଇନ ରେଳବାଇର ବ୍ଲୁ ବୁକ୍‌ରେ ସ୍ଥାନ ପାଇଛି ବୋଲି ଶ୍ରୀ ପୂଜାରୀ ଦେଇଥିବା ସୂଚନା ଉପରେ ମଧ୍ୟ ଡ. ପାତ୍ର ସ୍ପଷ୍ଟୀକରଣ ରଖିଥିଲେ । ଡ.ପାତ୍ର କହିଲେ, ଶ୍ରୀ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏ କଥା ଜାଣିବା ଉଚିତ ଯେ ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ୍ ବୁକ୍‌ରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ୍ ବୁକ୍‌ରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ୍ ବୁକ୍‌ରେ ସ୍ଥାନ ପାଇ ନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଂଜୁର ହୋଇ ନାହିଁ, ସେତେବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା ଉଚିତ ବୋଲି ସାଂସଦ ଶ୍ରୀ ପୂଜାରୀ କହିବା ହାସ୍ୟାସ୍ପଦ ଏବଂ ଦୁଃଖଦାୟକ । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ କୌଣସି ଅର୍ଥ ମଞ୍ଜୁର କରି ନଥିବାବେଳେ ରାଜ୍ୟ ସରକାରଙ୍କୁ ଏହାର ସର୍ଭେ କରିବା କଥା କହି ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛି ବୋଲି ଡ. ପାତ୍ର ଅଭିଯୋଗ କରିଛନ୍ତି ।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପଦ୍ମପୁରବାସୀ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିବା କଥା ପଦାରେ ପଡ଼ିଯିବା ପରେ, ବିଜେପି ଏହା ଲୁଚାଇବାକୁ ଉଦ୍ୟମ କରୁଛି । ତେଣୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିବାରେ ବିଳମ୍ବ କରିବା ସହ ପଦ୍ମପୁରବାସୀଙ୍କୁ ଅଣଦେଖା କରିବାରେ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ଭାବେ ଦାୟୀ ନୁହେଁ କି ବୋଲି ଡ. ପାତ୍ର ପ୍ରଶ୍ନ କରିଛନ୍ତି ।ଡ. ପାତ୍ର ଆହୁରି କହିଛନ୍ତି ଯେ ଖୁସିର କଥା ଏହି ପ୍ରସଙ୍ଗରେ ପଦ୍ମପୁରରେ ଖୋଲା ବିତର୍କ ପାଇଁ ଶ୍ରୀ ପୂଜାରୀ ନିମନ୍ତ୍ରଣ କରିଛନ୍ତି । ବିଜୁ ଜନତା ଦଳ ନିଶ୍ଚିତ ଭାବେ ଖୋଲା ବିତର୍କ ପାଇଁ ତାଙ୍କୁ ଆମନ୍ତ୍ରଣ କରିବ ଯେତେବେଳେ ଶ୍ରୀ ପୂଜାରୀ ସ୍ୱୀକାର କରିବେ ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା ବୋଲି ଯାହା କହିଥିଲେ, ତାହା ଭୁଲ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର