ସାଧାରଣ ଲୋକଙ୍କ ହିତ ନୁହେଁ, ବିଜେପି ବ୍ୟବସାୟୀ ଓ ବିତ୍ତଶାଳୀଙ୍କ ହିତ ପାଇଁ ଚିନ୍ତା କରୁଛି : ଲେନିନ୍ ମହାନ୍ତି

The Sakala Picture
Published On

ଭୁବନେଶ୍ୱର: ଭାରତୀୟ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଆଉ ୮ମାସ ରାସନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ପ୍ରସଂଗରେ ବିଜେପି ଉପରେ ବର୍ଷିଛନ୍ତି ଶ୍ରୀ ମହାନ୍ତି । ସମ୍ପ୍ରତି କରୋନାର ପ୍ରଭାବ ଧିରେ ଧିରେ କମୁଥିବା ବେଳେ ଏବେ ବି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ଆଉ ୮ ମାସ ରାସନ ସାମଗ୍ରୀ ଅନ୍ନ କଲ୍ୟାଣ […]

ଭୁବନେଶ୍ୱର: ଭାରତୀୟ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଆଉ ୮ମାସ ରାସନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ପ୍ରସଂଗରେ ବିଜେପି ଉପରେ ବର୍ଷିଛନ୍ତି ଶ୍ରୀ ମହାନ୍ତି । ସମ୍ପ୍ରତି କରୋନାର ପ୍ରଭାବ ଧିରେ ଧିରେ କମୁଥିବା ବେଳେ ଏବେ ବି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ଆଉ ୮ ମାସ ରାସନ ସାମଗ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଯୋଗାଇଦେବାକୁ ଚିଠି ଲେଖିଥିଲେ । ଯାହାକୁ ଓଡ଼ିଶା ବିଜେପି ସମର୍ଥନ କରିବା ବଦଳରେ ସାମ୍ୱାଦିକ ସମ୍ମିଳନୀ କରି ବିରୋଧ କରୁଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

କେନ୍ଦ୍ରର ଭୁଲ ନୀତି ଯୋଗୁଁ ଲୋକେ ସମସ୍ୟା ଭୋଗୁଛନ୍ତି । ତୈଳ ଓ ଗ୍ୟାସ ଦର ୨ଗୁଣା ହୋଇଛି, ଏହାକୁ ବିଜେପିର ଅଣଦେଖା କରୁଛି । ଗରିବ ଓ ଜରୁରୀ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ରାସନ ଯୋଗାଣ ଜାରି ରଖିବାକୁ ଅନୁରୋଧ କରିଥିବା ବେଳେ ଏହାକୁ ତାତ୍ସଲ୍ୟ କରିଛି ଓଡ଼ିଶା ବିଜେପି । ଏଥରୁ ସ୍ପଷ୍ଟ ହେଉଛି ଯେ, ବିଜେପି ସାଧାରଣ ଲୋକଙ୍କ ସହ ନାହିଁ, ଧନାଢ଼୍ୟଙ୍କ ପାଇଁ ଅଛି । ବ୍ୟବସାୟୀ ଓ ବିତ୍ତଶାଳୀଙ୍କ ହିତ ପାଇଁ ବିଜେପି ଚିନ୍ତା କରୁଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡ଼ିଶାର ଚାଷୀଙ୍କ ଠାରୁ ଚାଉଲ କିଣା ଯାଉନଥିବା ବେଳେ ଓଡ଼ିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ । ଇନ୍ଧନ ଏବଂ ଗ୍ୟାସ ଦର ବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି, ଏହା କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି । ଓଡ଼ିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ ବିରୋଧୀ ତତା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଓଡ଼ିଶା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନାଯୋଗ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କୁ ୨୦୨୧ ମେ’ରୁ ନଭେମ୍ବର ଯାଏ ୭ ମାସ ଧରି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅଧୀନରେ ମାଗଣା ଚାଉଳ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ଥିଲା ଯେ କୋଭିଡ୍‌ ମହାମାରୀ ସମୟରେ ଜଣେ ବି ଲୋକ ଖାଦ୍ୟ ଅଭାବରୁ ଭୋକରେ ନ ରୁହନ୍ତୁ। ବର୍ତ୍ତମାନ ସୁଦ୍ଧା‌ କୋଭିଡ୍‌ ସଂକ୍ରମଣ ସମ୍ପୂର୍ଣ୍ଣ କମି ନ ଥିବାରୁ ଏହି ଯୋଜନାରେ ଆଉ ୮ ମାସ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଚିଠି ଲେଖିଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ହିତାଧିକାରୀଙ୍କୁ ଠିକ୍ ସମୟରେ ଚାଉଳ ଯୋଗାଇ ଦେବାକୁ ଓଡ଼ିଶା ସରକାର ପ୍ରାଥମିକତା ଦେଇଥିଲେ। ନଭେମ୍ବର ୫ ତାରିଖ ସୁଦ୍ଧା ୭ ମାସର ଚାଉଳ ବିତରଣ ଶେଷ ହୋଇଛି। ଏପରିକି ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ସୁବିଧା ଦିଆଯାଇଛି। ତେବେ କୋଭିଡ୍‌ର ପ୍ରଭାବ ଏ ଯାଏ ସରିନାହିଁ। ଯଦିଓ ରାଜ୍ୟରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି, ତେବେ ନୂଆ ସଂକ୍ରମଣ ବି ଜାରି ରହିଛି। ଅର୍ଥନୈତିକ କାରବାର ପ୍ରାକ୍-ମହାମାରୀ ସ୍ଥିତିକୁ ଫେରିନାହିଁ। ସ୍ବାଭାବିକ ଜୀବନକୁ ଫେରିବା ପାଇଁ ଲୋକମାନେ ସଂଘର୍ଷ ଜାରି ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତି‌ରେ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ସହାୟତାର ହାତ ବଢ଼ାଇବାର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର