୬ ଲକ୍ଷ ଓଡ଼ିଆଙ୍କୁ ଘର ନ ଦେବାକୁ ବିଜେପିର ଷଡ଼ଯନ୍ତ୍ର

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି -ବିଜେପି। କେନ୍ଦ୍ର ସରକାର ଓଡ଼ିଶାର ଆବାସ ହିତାଧିକାରୀଙ୍କୁ ଉପେକ୍ଷା କରୁଥିବାବେଳେ ରାଜ୍ୟ ବିଜେପି ଟାଣିଓଟାରି ରାଜ୍ୟ ସରକାରଙ୍କୁ ବିବାଦକୁ ଭିଡ଼ିବାକୁ ଯୋଜନା କରୁଛି। ଏହି ସ୍ଥିତିରେ ବିଜେପି କରିଥିବା ଅଭିଯୋଗର ପାଲଟା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଛବି ମାହାଲି। ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୬ ଲକ୍ଷ ଓଡ଼ିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର […]

ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି -ବିଜେପି। କେନ୍ଦ୍ର ସରକାର ଓଡ଼ିଶାର ଆବାସ ହିତାଧିକାରୀଙ୍କୁ ଉପେକ୍ଷା କରୁଥିବାବେଳେ ରାଜ୍ୟ ବିଜେପି ଟାଣିଓଟାରି ରାଜ୍ୟ ସରକାରଙ୍କୁ ବିବାଦକୁ ଭିଡ଼ିବାକୁ ଯୋଜନା କରୁଛି। ଏହି ସ୍ଥିତିରେ ବିଜେପି କରିଥିବା ଅଭିଯୋଗର ପାଲଟା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଛବି ମାହାଲି। ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୬ ଲକ୍ଷ ଓଡ଼ିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିପାଇଁ ରାଜ୍ୟ ବିଜେପି ଷଡ଼ଯନ୍ତ୍ର କରୁଛି। ଆଜି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ଜାଜନକ ବୋଲି ଛବି କହିଛନ୍ତି। ଶ୍ରୀମତୀ ମାହାଲି ସିଧାସଳଖ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଶ୍ରୀ ହରିଚନ୍ଦନ କାହିଁକି ଓଡ଼ିଶାରେ ବିଭାଜନ ରେଖା ଟାଣୁଛନ୍ତି ବୋଲି ପ୍ରଶ୍ନ କରିବା ସହ କାହିଁକି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଲକ୍ଷଲକ୍ଷ ଗରିବ ଲୋକଙ୍କ ଘର ମିଳିବା ପ୍ରସଙ୍ଗରେ ବିରୋଧାଚରଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ୬ ଲକ୍ଷ ଓଡ଼ିଆଙ୍କ ପାଇଁ କେବଳ ଏକ ମାସ ପାଇଁ ଆବାସ ପ୍ଲସ୍‍ ପୋର୍ଟାଲ୍‍ ଖୋଲାଯାଇ ସେମାନଙ୍କ ଘର ମିଳୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ବିଜେପି କାହିଁକି ଆପତ୍ତି କରୁଛି। ପ୍ରଥମେ ଶ୍ରୀ ହରିଚନ୍ଦନଙ୍କ ଦଳ କେନ୍ଦ୍ରରେ ସରକାର ଗଠନ କରିବା ପରେ କେବିକେ ଯୋଜନା, ବିଆରଜିଏଫ୍‍ ଯୋଜନା ବନ୍ଦ କରି ଏସ୍‍ଟି ପାଣ୍ଠିକୁ ବନ୍ଦ କରିଦେଲା ଏବଂ ବର୍ତ୍ତମାନ ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳ ପାଇଁ ଘର ଦେବାକୁ ବି ବନ୍ଦ କରୁଛନ୍ତି। ଯେତେବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଲୋକଙ୍କୁ ୬ ଲକ୍ଷ ଅଧିକ ଘର ଯୋଗାଇବାକୁ ଚାହୁଁଛନ୍ତି ସେତେବେଳେ ଶ୍ରୀ ହରିଚନ୍ଦନ ଏହାକୁ ଷଡ଼ଯନ୍ତ୍ର କରି ରୋକିବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ଶ୍ରୀ ହରିଚନ୍ଦନ ଏବଂ ତାଙ୍କ ଦଳ ଏଭଳି ହୀନ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବା ପରିବର୍ତ୍ତେ ରାଜନୈତିକ ଫାଇଦା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଏଥିପାଇଁ ଶ୍ରୀ ହରିଚନ୍ଦନ କ୍ଷମାମାଗିବା ଆବଶ୍ୟକ ବୋଲି ଛବି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟବ୍ୟାପୀ ‘ଆବାସ ପ୍ଲସ’ ଆପ୍‍କୁ ଆଉ ଏକମାସ ଧରି କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ୨୦୧୭ରୁ ୧୯ ମଧ୍ୟରେ ୫ ଥର ଆବାସ ପ୍ଲସ୍‍ ଉଇଣ୍ଡୋ ଓପନ ହୋଇଥିଲା। ମାତ୍ର ରାଜ୍ୟ ସରକାର ଏହି ପର୍ଯ୍ୟାପ୍ତ ସମୟ ଭିତରେ ମାତ୍ର ୪୫,୯୦୩ଟି ନାମ ଅପଲୋଡ୍‍ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ଫନି ବାତ୍ୟା ସମୟରେ ରାଜ୍ୟ ସରକାର ମୋଟ ୩.୮୯ ଲକ୍ଷ ପ୍ରଭାବିତ ଲୋକଙ୍କୁ ଘର ଦେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଉଇଣ୍ଡୋ ଓପନ କରିବାକୁ ଚିଠି ଲେଖିଥିଲେ। ଏହାକୁ ଆଧାର କରି ୨୭ ଅଗଷ୍ଟରୁ ୧୦ ସେପ୍ଟମ୍ବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା। ତଥାପି ରାଜ୍ୟ ସରକାର ହିତାଧିକାରୀଙ୍କ ନାମ ଯୋଡ଼ି ପାରିଲେ ନାହିଁ। ପୁଣିଥରେ ୧୫ ଦିନ ସମୟସୀମା ବୃଦ୍ଧି କରିବାକୁ କହିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ ସେପ୍ଟେମ୍ବରରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ପାଖପାଖି ୧୩ ଲକ୍ଷ ଲୋକଙ୍କ ନାମ ଯୋଡ଼ିବାକୁ ପ୍ରୟାସ କଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

07 Jul 2021 By The Sakala

୬ ଲକ୍ଷ ଓଡ଼ିଆଙ୍କୁ ଘର ନ ଦେବାକୁ ବିଜେପିର ଷଡ଼ଯନ୍ତ୍ର

ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି -ବିଜେପି। କେନ୍ଦ୍ର ସରକାର ଓଡ଼ିଶାର ଆବାସ ହିତାଧିକାରୀଙ୍କୁ ଉପେକ୍ଷା କରୁଥିବାବେଳେ ରାଜ୍ୟ ବିଜେପି ଟାଣିଓଟାରି ରାଜ୍ୟ ସରକାରଙ୍କୁ ବିବାଦକୁ ଭିଡ଼ିବାକୁ ଯୋଜନା କରୁଛି। ଏହି ସ୍ଥିତିରେ ବିଜେପି କରିଥିବା ଅଭିଯୋଗର ପାଲଟା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଛବି ମାହାଲି। ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୬ ଲକ୍ଷ ଓଡ଼ିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିପାଇଁ ରାଜ୍ୟ ବିଜେପି ଷଡ଼ଯନ୍ତ୍ର କରୁଛି। ଆଜି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ଜାଜନକ ବୋଲି ଛବି କହିଛନ୍ତି। ଶ୍ରୀମତୀ ମାହାଲି ସିଧାସଳଖ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରିଛନ୍ତି।

ଶ୍ରୀ ହରିଚନ୍ଦନ କାହିଁକି ଓଡ଼ିଶାରେ ବିଭାଜନ ରେଖା ଟାଣୁଛନ୍ତି ବୋଲି ପ୍ରଶ୍ନ କରିବା ସହ କାହିଁକି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଲକ୍ଷଲକ୍ଷ ଗରିବ ଲୋକଙ୍କ ଘର ମିଳିବା ପ୍ରସଙ୍ଗରେ ବିରୋଧାଚରଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ୬ ଲକ୍ଷ ଓଡ଼ିଆଙ୍କ ପାଇଁ କେବଳ ଏକ ମାସ ପାଇଁ ଆବାସ ପ୍ଲସ୍‍ ପୋର୍ଟାଲ୍‍ ଖୋଲାଯାଇ ସେମାନଙ୍କ ଘର ମିଳୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ବିଜେପି କାହିଁକି ଆପତ୍ତି କରୁଛି। ପ୍ରଥମେ ଶ୍ରୀ ହରିଚନ୍ଦନଙ୍କ ଦଳ କେନ୍ଦ୍ରରେ ସରକାର ଗଠନ କରିବା ପରେ କେବିକେ ଯୋଜନା, ବିଆରଜିଏଫ୍‍ ଯୋଜନା ବନ୍ଦ କରି ଏସ୍‍ଟି ପାଣ୍ଠିକୁ ବନ୍ଦ କରିଦେଲା ଏବଂ ବର୍ତ୍ତମାନ ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳ ପାଇଁ ଘର ଦେବାକୁ ବି ବନ୍ଦ କରୁଛନ୍ତି। ଯେତେବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଲୋକଙ୍କୁ ୬ ଲକ୍ଷ ଅଧିକ ଘର ଯୋଗାଇବାକୁ ଚାହୁଁଛନ୍ତି ସେତେବେଳେ ଶ୍ରୀ ହରିଚନ୍ଦନ ଏହାକୁ ଷଡ଼ଯନ୍ତ୍ର କରି ରୋକିବାକୁ ଚେଷ୍ଟା କରୁଛନ୍ତି।

ଶ୍ରୀ ହରିଚନ୍ଦନ ଏବଂ ତାଙ୍କ ଦଳ ଏଭଳି ହୀନ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବା ପରିବର୍ତ୍ତେ ରାଜନୈତିକ ଫାଇଦା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଏଥିପାଇଁ ଶ୍ରୀ ହରିଚନ୍ଦନ କ୍ଷମାମାଗିବା ଆବଶ୍ୟକ ବୋଲି ଛବି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟବ୍ୟାପୀ ‘ଆବାସ ପ୍ଲସ’ ଆପ୍‍କୁ ଆଉ ଏକମାସ ଧରି କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ୨୦୧୭ରୁ ୧୯ ମଧ୍ୟରେ ୫ ଥର ଆବାସ ପ୍ଲସ୍‍ ଉଇଣ୍ଡୋ ଓପନ ହୋଇଥିଲା। ମାତ୍ର ରାଜ୍ୟ ସରକାର ଏହି ପର୍ଯ୍ୟାପ୍ତ ସମୟ ଭିତରେ ମାତ୍ର ୪୫,୯୦୩ଟି ନାମ ଅପଲୋଡ୍‍ କରିଛନ୍ତି।

ଫନି ବାତ୍ୟା ସମୟରେ ରାଜ୍ୟ ସରକାର ମୋଟ ୩.୮୯ ଲକ୍ଷ ପ୍ରଭାବିତ ଲୋକଙ୍କୁ ଘର ଦେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଉଇଣ୍ଡୋ ଓପନ କରିବାକୁ ଚିଠି ଲେଖିଥିଲେ। ଏହାକୁ ଆଧାର କରି ୨୭ ଅଗଷ୍ଟରୁ ୧୦ ସେପ୍ଟମ୍ବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା। ତଥାପି ରାଜ୍ୟ ସରକାର ହିତାଧିକାରୀଙ୍କ ନାମ ଯୋଡ଼ି ପାରିଲେ ନାହିଁ। ପୁଣିଥରେ ୧୫ ଦିନ ସମୟସୀମା ବୃଦ୍ଧି କରିବାକୁ କହିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ ସେପ୍ଟେମ୍ବରରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ପାଖପାଖି ୧୩ ଲକ୍ଷ ଲୋକଙ୍କ ନାମ ଯୋଡ଼ିବାକୁ ପ୍ରୟାସ କଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର