ଜାରକା ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

The Sakala Picture
Published On

ଧର୍ମଶାଳା : ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତର ବହୁ ଅନ୍ୟଦଳର କର୍ମୀ ଆଜି ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡିର ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବାବନ ଚରଣ ମହାନ୍ତି, ସୁକାନ୍ତ ବେହେରା, କୃଷ୍ଣ ଚନ୍ଦ୍ର ମଲ୍ଲିକ, ସଞ୍ଜୟ କୁମାର ରଥ, ବିନୋଦ ଖଟୁଆ, ଆଶୁତୋଷ ମିଶ୍ର, ସଞ୍ଜୟ ପ୍ରଧାନ, ଜଟାଧାରୀ ମଲ୍ଲିକ, ସୁଦାମ ଚରଣ ବେହେରା ପ୍ରମୁଖଙ୍କ ଛାମୁଆ କର୍ମୀମାନେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ବିଜୁ ଜନତା କାର୍ଯ୍ୟାଳୟଠାରେ ଅନୁଷ୍ଠିତ […]

ଧର୍ମଶାଳା : ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତର ବହୁ ଅନ୍ୟଦଳର କର୍ମୀ ଆଜି ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡିର ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବାବନ ଚରଣ ମହାନ୍ତି, ସୁକାନ୍ତ ବେହେରା, କୃଷ୍ଣ ଚନ୍ଦ୍ର ମଲ୍ଲିକ, ସଞ୍ଜୟ କୁମାର ରଥ, ବିନୋଦ ଖଟୁଆ, ଆଶୁତୋଷ ମିଶ୍ର, ସଞ୍ଜୟ ପ୍ରଧାନ, ଜଟାଧାରୀ ମଲ୍ଲିକ, ସୁଦାମ ଚରଣ ବେହେରା ପ୍ରମୁଖଙ୍କ ଛାମୁଆ କର୍ମୀମାନେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ବିଜୁ ଜନତା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମିଶ୍ରଣକାରୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଜାରକା ପଞ୍ଚାୟତର ବିଜେଡି ସଭାପତି ସୁଦାମ ଚରଣ ବେହେରା ଏବଂ ଜାରକା ସରପଞ୍ଚ ବିଭୂତୀ ଭୂଷଣ ପାଣିଗ୍ରାହୀଙ୍କ ସମେତ ପଞ୍ଚାୟତର ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର