ଉପକୂଳ ରାଜପଥ ଶେଷ ନ ହେବା ଯାଏଁ ଚୁପ୍‌ ବସିବୁନି: ବିଜେଡି

ବେପରୁଆ ଭାବେ ପ୍ରକଳ୍ପକୁ ଦୁର୍ବଳ କରାଯାଉଛି

Madhusudan Das Picture
Published On

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶା ଉପକୂଳ ରାଜପଥ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଛି। ଏହି ପ୍ରକଳ୍ପ ଯେ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନ ନେଇଛି, ସେ ପର୍ଯ୍ୟନ୍ତ ବିଜେଡି ନିରବ ବସିବ ନାହିଁ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଛନ୍ତି। 

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

ଏକ ପ୍ରେସ୍‌ ବିଜ୍ଞପ୍ତିରେ ଡ. ମହାନ୍ତି କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଶିଳ୍ପର ବିକାଶ, ଅର୍ଥନୈତିକ କାରବାର ବୃଦ୍ଧି ଏବଂ ପରିବର୍ତ୍ତିତ ଜଳବାୟୁ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କରିବା ଲକ୍ଷ୍ୟରେ ବିଜେଡି ସରକାର ଉପକୂଳ ରାଜପଥ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ଆସୁଥିଲା। ତେବେ ୧୦ ବର୍ଷରୁ ଅଧିକ ସମୟ ହେଲା ଏହି ପ୍ରକଳ୍ପ କେବଳ ସରକାରୀ ନାଲି ଫିତା ଭିତରେ ଚାପି ହୋଇ ରହିଛି। ଶେଷ ମୁହୂର୍ତ୍ତରେ ଏହାର ଟେଣ୍ଡର ବାତିଲ, ପ୍ରଶାସନିକ ଅପାରଗତା ଏବଂ ମନଇଚ୍ଛା ଚାରି ଲେନ୍‌ ରାସ୍ତାକୁ ଦୁଇ ଲେନରେ ସୀମିତ ରଖିବା ପାଇଁ ଅପଚେଷ୍ଟା ଉପକୂଳ ରାଜପଥ ପ୍ରକଳ୍ପରେ ଗୁରୁତର ବାଧା ସୃଷ୍ଟି କରିଛି। ତେବେ ବିଳମ୍ୱରେ ହେଲେ ମଧ୍ୟ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିବା ଆମ ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ। ଡ. ମହାନ୍ତି ଆହୁରି କହିଛନ୍ତି ଯେ ଉପକୂଳ ରାଜପଥ ନିର୍ମାଣ, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଉପକୂଳ ଜିଲାର ସୁରକ୍ଷା, ପର୍ଯ୍ୟଟନ ଓ ଆର୍ଥିକ ବିକାଶ (ବିଶେଷକରି ପୁରୀ-କାକଟପୁର, ଏରସମା) ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଜରୁରୀ। ବିପର୍ଯ୍ୟୟ ସମୟରେ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟ ପୂରଣ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅବିଚାରିତ ଭାବେ ଏହି ପ୍ରକଳ୍ପକୁ ଦୁର୍ବଳ କରିବା ଦ୍ୱାରା ପରିବେଶ, ସାମାଜିକ ଓ ଆର୍ଥିକ ବିକାଶର ଗତିରୋଧ କରିବ। ତେଣୁ ଯେ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ନିଜର ପୂର୍ଣ୍ଣ କ୍ଷମତା ନ ଫେରିଛି, ସେ ପର୍ଯ୍ୟନ୍ତ ବିଜେଡି ଚୁପ୍‌ ବସିବ ନାହିଁ ବୋଲି ଡ. ମହାନ୍ତି ଦୃଢ଼ତାର ସହ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ; ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର