ରମାଦେବୀଙ୍କ ଜୟନ୍ତୀ ପାଳନ: ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ଜୟନ୍ତୀ ପାଳନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ବର୍ଷ ସାରା ପାଳନ କରିବା ତ ଦୂରର କଥା, ଏବେ ତାଙ୍କ ଜୟନ୍ତୀକୁ ମଧ୍ୟ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏପରିକି ରମାଦେବୀଙ୍କ ଜୟନ୍ତୀ ପାଳନ ଫାଇଲକୁ ସରକାର ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି।  ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିବା ପରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ରମାଦେବୀଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ବିଜେପି ସରକାର ହୀନ ଉଦ୍ୟମ କରିଛନ୍ତି, ଯାହାକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି।  

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀମନ୍ଦିରରେ ଫଗୁ ଦଶମୀ, ରତ୍ନସିଂହାସନରେ ମନୋରମ ଚାଚେରୀ ବେଶରେ ଭକ୍ତକୁ ଦର୍ଶନ ଦେବେ ମହାପ୍ରଭୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp