ମନୋରଞ୍ଜନ
ଅକୁଣ୍ଠ ସମର୍ଥନ ପ୍ରତିବଦଳରେ ଓଡ଼ିଶାବାସୀଙ୍କୁ ଧୋକା ଦେଉଛି ଡବଲ ଇଞ୍ଜିନ ସରକାର: ବିଜେଡି
ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି
ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ରାୟଗଡ଼ା ଡିଭିଜନ୍ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାୟଗଡ଼ା ଡିଭିଜନ୍ ଓ ରେଳ ମନ୍ତ୍ରାଳୟର ନୂଆ ଜୋନ୍ ଦକ୍ଷିଣତଟ ରେଳବାଇ ପୂର୍ବତଟ ଅଧୀନରେ ଥିବା ୱାଲଟିୟର୍ ଡିଭିଜନ୍କୁ ୨ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗ ରାୟଗଡ଼ା ଡିଭିଜନ୍ ପୂର୍ବତଟ ରେଳବାଇ ଅଧୀନରେ ରଖାଯାଇଥିବା ବେଳେ ଆଉ ଏକ ଭାଗକୁ ନୂତନ ଭାବେ ଗଠନ ହୋଇଥିବା ଦକ୍ଷିଣତଟ ରେଳବାଇ ଜୋନ୍ ଅଧୀନରେ ରଖାଯାଇଛି। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ୍ ସରକାର ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ କେବଳ ଧୋକା ଦେଉଛି। ବିଜେପିର ୨୦ ଲୋକସଭା ସାଂସଦ ଓଡ଼ିଶାକୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଆଖିବୁଜି ଦେଇ ବସି ରହୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।
ବିଜେଡି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ୱାଲଟିଅର୍ ଡିଭିଜନ୍ ଯାହା ପୂର୍ବରୁ ପୂର୍ବତଟ ରେଳବାଇ ଅଧୀନରେ ଥିଲା, ତାକୁ ଭାଙ୍ଗି ରାୟଗଡ଼ା ଓ ବିଶାଖାପଟ୍ଟନମ୍ରେ ବିଭକ୍ତ କରାଯାଇଛି। ରାୟଗଡ଼ା ଡିଭିଜନ୍କୁ ପୂର୍ବତଟ ରେଳବାଇରେ ରଖାଯାଇଛି। ବର୍ତ୍ତମାନ ନୂତନ ଗଠିତ ରାୟଗଡ଼ା ଡିଭିଜନରେ ମୋଟ ୬୯୬ କିଲୋମିଟର ରୁଟ୍ ରହିଛି। ତେବେ ରାୟଗଡ଼ା ଡିଭିଜନ୍ ଭିତରେ ଥିବା ଅନେକ ଅଞ୍ଚଳ ଏବେବି ୱାଲଟିୟର୍ ଡିଭିଜନ୍ରେ ରହିଛି। ଏହାଛଡ଼ା ଖୋର୍ଦ୍ଧାରୋଡ୍ ଡିଭିଜନ୍ରେ ଥିବା ପଲାସା ଇଚ୍ଛାପୁରମ ୫୩କିଲୋମିଟର ରୁଟ୍କୁ ମଧ୍ୟ ବିଶାଖାପଟ୍ଟନମ ଡିଭିଜନ୍ରେ ମିଶାଯାଇଛି। ଏହାଦ୍ୱାରା ପୂର୍ବତଟ ରେଳବାଇର ରାଜସ୍ୱ ହ୍ରାସ ହେବ ବୋଲି ପ୍ରତିବାଦ କରାଯାଇ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳମାନଙ୍କ ଦ୍ୱାରା ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ରେଳ ବିଭାଗ କର୍ଣ୍ଣପାତ କରୁନାହିଁ।
ବର୍ତ୍ତମାନ ପୂର୍ବତଟ ଅଧୀନରେ ସମ୍ୱଲପୁର ଡିଭିଜନ୍, ଖୋର୍ଦ୍ଧା ରୋଡ୍ ଡିଭିଜନ ଓ ରାୟଗଡ଼ା ଡିଭିଜନ୍ ରହିଛି। ଜୁନ୍ ପହିଲାରୁ ରାୟଗଡ଼ା ଡିଭିଜନ୍ କାର୍ଯ୍ୟକ୍ଷମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ତେଣୁ, ପୂର୍ବତଟ ରେଳବାଇର କ୍ଷତିକୁ ଭରଣା କରିବା ସହ ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶାର ଅନ୍ୟ ଅଞ୍ଚଳ ଯଥା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଇତ୍ୟାଦିକୁ ମଧ୍ୟ ପୂର୍ବତଟ ରେଳବାଇରେ ସାମିଲ କରାଯାଉ ବୋଲି ବିଜେଡି ଦାବି କରିଛି ବୋଲି ଡ. ମହାନ୍ତି କହିଛନ୍ତି।