ସଂସଦରେ ବିଜେଡି ପୁଣି ଉଠାଇଲା ଉଷୁନା ଚାଉଳ ପ୍ରସଙ୍ଗ
ନୂଆଦିଲ୍ଲୀ: ରାଜ୍ୟସଭାରେ ପୁଣି ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ । ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ଯ ଓ ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ଉଷୁନା ଚାଉଳ ପ୍ରସଙ୍ଗରେ ପୁଣି ଦାବି ଉଠାଇଛନ୍ତି। ରାଜ୍ୟରେ ଥିବା ବଳକା ଉଷୁନା ଚାଉଳ ଏଫସିଆଇ ଉଠାଉନି। ଯାହା ଫଳରେ ରାଜ୍ୟର ବହୁ ଚାଷୀ ପ୍ରଭାବିତ ହେଉଛନ୍ତି। ଏହାପୂର୍ବରୁ ଉଷୁନା ଚାଉଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। କିନ୍ତୁ କେନ୍ଦ୍ର ସରକାର ରାଜ୍ୟ […]
ନୂଆଦିଲ୍ଲୀ: ରାଜ୍ୟସଭାରେ ପୁଣି ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ । ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ଯ ଓ ପ୍ରଶାନ୍ତ ନନ୍ଦ ଶୂନ୍ୟକାଳରେ ଉଷୁନା ଚାଉଳ ପ୍ରସଙ୍ଗରେ ପୁଣି ଦାବି ଉଠାଇଛନ୍ତି। ରାଜ୍ୟରେ ଥିବା ବଳକା ଉଷୁନା ଚାଉଳ ଏଫସିଆଇ ଉଠାଉନି। ଯାହା ଫଳରେ ରାଜ୍ୟର ବହୁ ଚାଷୀ ପ୍ରଭାବିତ ହେଉଛନ୍ତି। ଏହାପୂର୍ବରୁ ଉଷୁନା ଚାଉଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଦାବି ଗ୍ରହଣ କରୁନଥିବାରୁ ବିଜେଡି ସାଂସଦମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିଜେଡି ସାଂସଦମାନେ ଦର୍ଶାଇଛନ୍ତି ଓଡ଼ିଶାରେ ବର୍ଷକୁ ବର୍ଷ ଅଧିକ ଧାନ ଉତ୍ପାଦନ ହେଉଛି । ଫଳରେ ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ଉତ୍ପାଦିତ ଧାନର ଉଚିତ୍ ମୂଲ୍ୟ ଦେବାକୁ ଅଧିକ ଧାନ ସଂଗ୍ରହିତ କରୁଛନ୍ତି । ଯାହା ଫଳରେ ଅଧିକରୁ ଅଧିକ ଉଷୁନା ଚାଉଳ ମହଜୁଦ ରହିଛି । ମାତ୍ର ଏଫସିଆଇ ଏହି ବଳକା ଉଷୁନା ଚାଉଳ ଉଠାଣ କରୁନଥିବାରୁ ରାଜ୍ୟର ଚାଷୀ କୂଳ ବହୁଳ ମାତ୍ରାରେ ପ୍ରଭାବିତ ହେଉଛନ୍ତି । କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେଡି ସାଂସଦମାନେ ଶାଣିତ ସ୍ୱରରେ ସଂସଦରେ ଦାବି ରଖିଛନ୍ତି ।






