ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେଡିର ସ୍ମାରକପତ୍ର ପ୍ରଦାନ

The Sakala Picture
Published On

ଭୁବନେଶ୍ବର: ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ପାଇକଙ୍କ ବୀରତ୍ବ ଓ ବଳିଦାନର ପଟାନ୍ତର ନାହିଁ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏ ବିଦ୍ରୋହର ସ୍ବର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଏ ତ୍ୟାଗକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତୁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ । ବିଜେଡି ସାଂସଦମାନେ କେନ୍ଦ୍ର […]

ଭୁବନେଶ୍ବର: ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ପାଇକଙ୍କ ବୀରତ୍ବ ଓ ବଳିଦାନର ପଟାନ୍ତର ନାହିଁ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏ ବିଦ୍ରୋହର ସ୍ବର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଏ ତ୍ୟାଗକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତୁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ । ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

ବିଜେଡି ସାଂସଦମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।

ଆହୁରି ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ବରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ ମେଘୱାଲଙ୍କ ନିକଟରେ ଦାବି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା-ପୁଅ ଗିରଫ

06 Dec 2021 By The Sakala

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଜେଡିର ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ବର: ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ପାଇକଙ୍କ ବୀରତ୍ବ ଓ ବଳିଦାନର ପଟାନ୍ତର ନାହିଁ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏ ବିଦ୍ରୋହର ସ୍ବର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଏ ତ୍ୟାଗକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତୁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ । ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ବିଜେଡି ସାଂସଦମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।

୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ବରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ ମେଘୱାଲଙ୍କ ନିକଟରେ ଦାବି ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର