ଆସନ୍ତାକାଲି ବିଜେଡ଼ି ବିଧାୟକ ଦଳ ବୈଠକ, ବିଧାନସଭାରେ ଆଇନ ଶୃଙ୍ଖଳାଠୁ ନେଇ ଉଠିବ ଚାଷୀ ପ୍ରସଙ୍ଗ: ପ୍ରସନ୍ନ ଆଚାର୍ଯ୍ୟ

The Sakala Picture
Published On

ଭୁବନେଶ୍ବର: ବିଧାନସଭାରେ ରାଜ୍ୟର ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଆଇନ ଶୃଂଖଳା ପରିସ୍ଥିତି ତଳକୁ ତଳକୁ ଖସି ଯାଇଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରୀ, ଡକାୟତି ବଢିଯାଇଛି।  ଭିଆଇପି ଅଞ୍ଚଳରେ ଚୋରି ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନୀ ଛଟନୀ ହେଉଛି […]

ଭୁବନେଶ୍ବର: ବିଧାନସଭାରେ ରାଜ୍ୟର ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଆଇନ ଶୃଂଖଳା ପରିସ୍ଥିତି ତଳକୁ ତଳକୁ ଖସି ଯାଇଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରୀ, ଡକାୟତି ବଢିଯାଇଛି।  ଭିଆଇପି ଅଞ୍ଚଳରେ ଚୋରି ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନୀ ଛଟନୀ ହେଉଛି । ଏହାକୁ ପ୍ରସଙ୍ଗ କରାଯିବ । ଆସନ୍ତାକାଲି ସନ୍ଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ନବୀନ ପଟ୍ଟନାୟକ ଅଧକ୍ଷତାରେ ଏହି ବୈଠକ ବସିବ। ବୈଠକରେ ରଣନୀତି ପ୍ରସ୍ତୁତ ହେବ। ବିଧାନସଭା ସୁରୁଖୁରୁରେ କିପରି ଚାଲିବ ତାହା ଶାସକ ଦଳର ଦାୟିତ୍ୱ । ଶାସକ ଦଳ ବିଶୃଙ୍ଖଳା କଲେ କାର୍ଯ୍ୟନୁଷ୍ଠାନ ନେବ ତ ? ଅନେକ ସମୟରେ ଶାସକ ଦଳ କହିବାକୁ ଦେଉନାହିଁ । ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

11 Feb 2025 By The Sakala

ଆସନ୍ତାକାଲି ବିଜେଡ଼ି ବିଧାୟକ ଦଳ ବୈଠକ, ବିଧାନସଭାରେ ଆଇନ ଶୃଙ୍ଖଳାଠୁ ନେଇ ଉଠିବ ଚାଷୀ ପ୍ରସଙ୍ଗ: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭାରେ ରାଜ୍ୟର ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଆଇନ ଶୃଂଖଳା ପରିସ୍ଥିତି ତଳକୁ ତଳକୁ ଖସି ଯାଇଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରୀ, ଡକାୟତି ବଢିଯାଇଛି।  ଭିଆଇପି ଅଞ୍ଚଳରେ ଚୋରି ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନୀ ଛଟନୀ ହେଉଛି । ଏହାକୁ ପ୍ରସଙ୍ଗ କରାଯିବ । ଆସନ୍ତାକାଲି ସନ୍ଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ନବୀନ ପଟ୍ଟନାୟକ ଅଧକ୍ଷତାରେ ଏହି ବୈଠକ ବସିବ। ବୈଠକରେ ରଣନୀତି ପ୍ରସ୍ତୁତ ହେବ। ବିଧାନସଭା ସୁରୁଖୁରୁରେ କିପରି ଚାଲିବ ତାହା ଶାସକ ଦଳର ଦାୟିତ୍ୱ । ଶାସକ ଦଳ ବିଶୃଙ୍ଖଳା କଲେ କାର୍ଯ୍ୟନୁଷ୍ଠାନ ନେବ ତ ? ଅନେକ ସମୟରେ ଶାସକ ଦଳ କହିବାକୁ ଦେଉନାହିଁ । ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର