ଫେବୃୟାରୀ ୧୨ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ

Madhusudan Das Picture
Published On

ଭୁବନେଶ୍ବର : ୨୦୨୬ ଫେବୃୟାରୀ ୧୨ ସର୍ବଭାରତୀୟ ଧର୍ମଘଟକୁ ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ । ଓଡିଶା ବିଜୁ ଶ୍ରମିକ ସାମୂଖ୍ୟର ଏକ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଭାପତି ନବକିଶୋର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । କଟକ ମେୟର ତଥା ବିଜୁ ଶ୍ରମିକ ସାମୂଖ୍ୟ ମହାସଚିବ ସୁବାଷ ସିଂ, ଉପ-ସଭାପତି ପ୍ରଦ୍ୟୁମ୍ନ କୁମାର ସାମଲ, ସଂପାଦକ ଯୋଗେନ୍ଦ୍ର କୁମାର ସାଇଁ, ଶ୍ରୀ ବିକ୍ରମ ନାୟକ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ସର୍ବଭାରତୀୟ ଟ୍ରେଡ୍ ୟୁନିୟନ ତରଫରୁ ୧୨ ଫେବୃୟାରୀ ସାଧାରଣ ଧର୍ମଘଟକୁ ସମ୍ପୂର୍ଣ ସହଯୋଗ ଓ ସମର୍ଥନ କରିବାକୁ ସ୍ଥିର କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

କେନ୍ଦ୍ର ସରକାର କର୍ପୋରେଟ୍ ସଂସ୍ଥା ମାନଙ୍କ ସ୍ବାର୍ଥରେ ଟ୍ରେଡ୍‌ୟୁନିୟନ ମାନଙ୍କର ଅଧିକାରକୁ ଛଡାଇନେବା ପାଇଁ ଚେଷ୍ଟା କରିଛନ୍ତି । ୪୨ଟି ଶ୍ରମ ଆଇନକୁ ରଦ୍ଦକରି ୪ଟି ଶ୍ରମ କୋର୍ଡରେ ବିଭକ୍ତକୁ ବିରୋଧ କରାଯାଇଛି । ଚାଷୀ ଫସଲର ଉପଯୁକ୍ତ ମୂଲସ୍ଥିର କରିବା, ଓଡିଶାରେ କଟନି ଛଟନି ଜରିଆରେ ମିଲ ମାଲିକ ମାନଙ୍କ ସାର୍ଥରେ ସରକାର କାମ କରିବା,ମୂଲ୍ୟବୃଦ୍ଧି ରୋକିବା ପଭୂତି ଦାବୀଗୁଡିକ ବି.ଏସ୍.ଏସ୍ ତରଫରୁ ବିରୋଧ କରାଯାଇଛି । ଯେ ପର୍ଯ୍ୟନ୍ତ ଦାବୀ ଗୁଡିକ ପୂରଣ ନହୋଇଛି, ଶ୍ରମ କୋର୍ଡ ବାତିଲ ନ ହୋଇଛି, ବିଜୁ ଶ୍ରମିକ ସାମୂଖ୍ୟ ତାର ଲଢେଇ ଜାରି ରଖିବ ବୋଲି ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ନବକିଶୋର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp