ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ ଆରମ୍ଭ, ୨୮ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ। ପ୍ରକଳ୍ପ ଭୂମି ପୂଜନ ପାଇଁ ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ଅନ୍ୟାନ୍ୟ ମନ୍ଦିର। ଶ୍ରୀଲିଙ୍ଗରାଜ ମନ୍ଦିରରେ […]

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ। ପ୍ରକଳ୍ପ ଭୂମି ପୂଜନ ପାଇଁ ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ଅନ୍ୟାନ୍ୟ ମନ୍ଦିର।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଶ୍ରୀଲିଙ୍ଗରାଜ ମନ୍ଦିରରେ ନିର୍ମିତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ସନ୍ଧ୍ୟାରେ ଅଙ୍କୁର ରୋପଣ ପରେ ରାତି ୧୧ଟାରେ ମଣ୍ଡଳକରଣ । ମଙ୍ଗଳବାର ଭୋର୍ ୪ଟାରୁ ଜଳାଧିବାସ, ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯିବ । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ତିନିଦିନ ଧରି ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଜୁନ୍ ୨୭ ଓ ୨୮ରେ ହରିହରଣ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏଁ ଭଜନ ପରିବେଷଣ କରିବେ ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

26 Jun 2023 By The Sakala

ଏକାମ୍ର ଐତିହ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ ଆରମ୍ଭ, ୨୮ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଭୂମି ପୂଜନ। ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ। ପ୍ରକଳ୍ପ ଭୂମି ପୂଜନ ପାଇଁ ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ଓ ଅନ୍ୟାନ୍ୟ ମନ୍ଦିର।

ଶ୍ରୀଲିଙ୍ଗରାଜ ମନ୍ଦିରରେ ନିର୍ମିତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ସନ୍ଧ୍ୟାରେ ଅଙ୍କୁର ରୋପଣ ପରେ ରାତି ୧୧ଟାରେ ମଣ୍ଡଳକରଣ । ମଙ୍ଗଳବାର ଭୋର୍ ୪ଟାରୁ ଜଳାଧିବାସ, ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯିବ । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ତିନିଦିନ ଧରି ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି ।

ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଜୁନ୍ ୨୭ ଓ ୨୮ରେ ହରିହରଣ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏଁ ଭଜନ ପରିବେଷଣ କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର