ଦିନ ଦ୍ବିପ୍ରହରରେ ଘରେ ପଶି ହାଣିଲେ

The Sakala Picture
Published On

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ନବ କିଶୋର ଦାସ (ସନିଆ)ଙ୍କର ଏକ ଚାଷ ଜମିକୁ ନିକଟସ୍ଥ ଗଡ଼ଭିଙ୍ଗାରପୁର ଗ୍ରାମର ଧରଣୀଧର ଜେନା ପୂର୍ବରୁ ଭାଗଚାଷ କରୁଥିଲେ। କିନ୍ତୁ ନିଜ ଜମି ନିଜେ ଚାଷ କରିବା ପାଇଁ ଧରଣୀଧରଙ୍କୁ ବିଲ ଚାଷ କରିବାକୁ ମନା କରିଥିଲେ ନବକିଶୋର। ଆଜି ନବକିଶୋର ନିଜ ବିଲ ହଳ କରୁଥିବା ବେଳେ ଗଡ଼ଭିଙ୍ଗାରପୁର ଗ୍ରାମର ଧରଣୀଧର ଜେନା ଏବଂ ତାଙ୍କର ଦୁଇ ପୁଅ ଜିତେନ୍ଦ୍ର ଜେନା(ଜିତୁ), ଗୁଡ଼ୁ ଓ […]

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ନବ କିଶୋର ଦାସ (ସନିଆ)ଙ୍କର ଏକ ଚାଷ ଜମିକୁ ନିକଟସ୍ଥ ଗଡ଼ଭିଙ୍ଗାରପୁର ଗ୍ରାମର ଧରଣୀଧର ଜେନା ପୂର୍ବରୁ ଭାଗଚାଷ କରୁଥିଲେ। କିନ୍ତୁ ନିଜ ଜମି ନିଜେ ଚାଷ କରିବା ପାଇଁ ଧରଣୀଧରଙ୍କୁ ବିଲ ଚାଷ କରିବାକୁ ମନା କରିଥିଲେ ନବକିଶୋର। ଆଜି ନବକିଶୋର ନିଜ ବିଲ ହଳ କରୁଥିବା ବେଳେ ଗଡ଼ଭିଙ୍ଗାରପୁର ଗ୍ରାମର ଧରଣୀଧର ଜେନା ଏବଂ ତାଙ୍କର ଦୁଇ ପୁଅ ଜିତେନ୍ଦ୍ର ଜେନା(ଜିତୁ), ଗୁଡ଼ୁ ଓ ତାଙ୍କର ବଡ଼ ବାପାଙ୍କ ପୁଅ ଫକୁ ଜେନା ମିଶି ନବକିଶୋରଙ୍କୁ ଚାଷ ବିଲରେ ଗୋଇଠା, ତଣ୍ଟିଆ ମାରି ଚାଲିଯାଇଥିଲେ। ନବକିଶୋର ଏନେଇ ପ୍ରଥମେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲିଅନ୍ତା ପୁଲିସ ଗଡ଼ଭିଙ୍ଗାରପୁର ଯାଇ ଆକ୍ରମଣକାରୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କାହାରିକୁ ନ ପାଇଁ ଫେରି ଆସିଥିଲେ।

ଆହୁରି ପଢ଼ନ୍ତୁ: ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର

କିନ୍ତୁ ପୁଲିସ ଗଲାପରେ ଜିତେନ୍ଦ୍ର, ତା’ର ସାନଭାଇ ପଂକୁଜେନl ଏବଂ ତାଙ୍କର ଦାଦାପୁଅ ଗୁଡୁ ସଂଘବଦ୍ଧ ଭାବେ ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଧରି ନିକଟସ୍ଥ ଭିଙ୍ଗାରପୁର ଗ୍ରାମ ଭିତରେ ଦିନ ଦ୍ଵିପ୍ରହରରେ ନବକିଶୋରଙ୍କ ଘରେ ପଶି ତାଙ୍କ ମୁଣ୍ଡ ଏବଂ ହାତକୁ ହାଣିବା ସହିତ କିଛି ସମୟ ଧରି ଆତଙ୍କରାଜ ସୃଷ୍ଟି କରିଥିଲେ। ଏହାଦେଖୀ ଗ୍ରାମର ଅନ୍ୟମାନେ ଭୟରେ ତାଟି କବାଟ ପକାଇ ଦେଇଥିଲେ। ଏନେଇ ନବକିଶୋର ବଲିଅନ୍ତା ଥାନାରେ ଲିଖୀତ ଅଭିଯୋଗ କରିଛନ୍ତି। ବାଲିଅନ୍ତା ପୁଲିସ ଅଭିଯୋଗ ଆଧାରରେ କେସ ନଂ. ୨୩୧/୨୦୨୧ରେ ମାମଲା ରୁଜୁକରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

14 Aug 2021 By The Sakala

ଦିନ ଦ୍ବିପ୍ରହରରେ ଘରେ ପଶି ହାଣିଲେ

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ନବ କିଶୋର ଦାସ (ସନିଆ)ଙ୍କର ଏକ ଚାଷ ଜମିକୁ ନିକଟସ୍ଥ ଗଡ଼ଭିଙ୍ଗାରପୁର ଗ୍ରାମର ଧରଣୀଧର ଜେନା ପୂର୍ବରୁ ଭାଗଚାଷ କରୁଥିଲେ। କିନ୍ତୁ ନିଜ ଜମି ନିଜେ ଚାଷ କରିବା ପାଇଁ ଧରଣୀଧରଙ୍କୁ ବିଲ ଚାଷ କରିବାକୁ ମନା କରିଥିଲେ ନବକିଶୋର। ଆଜି ନବକିଶୋର ନିଜ ବିଲ ହଳ କରୁଥିବା ବେଳେ ଗଡ଼ଭିଙ୍ଗାରପୁର ଗ୍ରାମର ଧରଣୀଧର ଜେନା ଏବଂ ତାଙ୍କର ଦୁଇ ପୁଅ ଜିତେନ୍ଦ୍ର ଜେନା(ଜିତୁ), ଗୁଡ଼ୁ ଓ ତାଙ୍କର ବଡ଼ ବାପାଙ୍କ ପୁଅ ଫକୁ ଜେନା ମିଶି ନବକିଶୋରଙ୍କୁ ଚାଷ ବିଲରେ ଗୋଇଠା, ତଣ୍ଟିଆ ମାରି ଚାଲିଯାଇଥିଲେ। ନବକିଶୋର ଏନେଇ ପ୍ରଥମେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲିଅନ୍ତା ପୁଲିସ ଗଡ଼ଭିଙ୍ଗାରପୁର ଯାଇ ଆକ୍ରମଣକାରୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କାହାରିକୁ ନ ପାଇଁ ଫେରି ଆସିଥିଲେ।

କିନ୍ତୁ ପୁଲିସ ଗଲାପରେ ଜିତେନ୍ଦ୍ର, ତା’ର ସାନଭାଇ ପଂକୁଜେନl ଏବଂ ତାଙ୍କର ଦାଦାପୁଅ ଗୁଡୁ ସଂଘବଦ୍ଧ ଭାବେ ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଧରି ନିକଟସ୍ଥ ଭିଙ୍ଗାରପୁର ଗ୍ରାମ ଭିତରେ ଦିନ ଦ୍ଵିପ୍ରହରରେ ନବକିଶୋରଙ୍କ ଘରେ ପଶି ତାଙ୍କ ମୁଣ୍ଡ ଏବଂ ହାତକୁ ହାଣିବା ସହିତ କିଛି ସମୟ ଧରି ଆତଙ୍କରାଜ ସୃଷ୍ଟି କରିଥିଲେ। ଏହାଦେଖୀ ଗ୍ରାମର ଅନ୍ୟମାନେ ଭୟରେ ତାଟି କବାଟ ପକାଇ ଦେଇଥିଲେ। ଏନେଇ ନବକିଶୋର ବଲିଅନ୍ତା ଥାନାରେ ଲିଖୀତ ଅଭିଯୋଗ କରିଛନ୍ତି। ବାଲିଅନ୍ତା ପୁଲିସ ଅଭିଯୋଗ ଆଧାରରେ କେସ ନଂ. ୨୩୧/୨୦୨୧ରେ ମାମଲା ରୁଜୁକରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର