ଭଦ୍ରକରେ ଗୋଷ୍ଠୀ ସଂଘର୍ଷ ଘଟଣା: ୨୪ ଘଣ୍ଟା ଯାଏ ଇଣ୍ଟରନେଟ ସେବା ବନ୍ଦ

The Sakala Picture
Published On

ଭଦ୍ରକ : ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିଛି ଇଣ୍ଟରନେଟ ସେବା। ଆଇନ ଶୃଙ୍ଖଳା କାରଣରୁ ଆଜି ସକାଳ ୬ରୁ କାଲି ସକାଳ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଭଦ୍ରକ ମୁନିସିପାଲିଟି, ଭଦ୍ରକ ବ୍ଲକ, ଧାମନଗର ଏନଏସି, ଧାମନଗର ବ୍ଲକ ଓ ତିହିଡି ବ୍ଲକରେ ବନ୍ଦ ରହିଛି ଇଣ୍ଟରନେଟ। ଏହା ସହିତ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସପି ମନୋଜ ରାଉତ ସୂଚନା […]

ଭଦ୍ରକ : ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିଛି ଇଣ୍ଟରନେଟ ସେବା। ଆଇନ ଶୃଙ୍ଖଳା କାରଣରୁ ଆଜି ସକାଳ ୬ରୁ କାଲି ସକାଳ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଭଦ୍ରକ ମୁନିସିପାଲିଟି, ଭଦ୍ରକ ବ୍ଲକ, ଧାମନଗର ଏନଏସି, ଧାମନଗର ବ୍ଲକ ଓ ତିହିଡି ବ୍ଲକରେ ବନ୍ଦ ରହିଛି ଇଣ୍ଟରନେଟ। ଏହା ସହିତ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ୩୦ ତାରିଖରେ ଗୋ ମାଫିଆଙ୍କ ଆକ୍ରମଣରେ  କଷଟି ଗାଁର ସନ୍ତୋଷ ପରିଡ଼ା ଗୁରୁତର ଆହତ ହୋଇଥିଲେ। ତେବେ ଆକ୍ରମଣର ଶିକାର ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିିତ୍ସିତ ହେଉଥିବା ସନ୍ତୋଷ ପରିଡ଼ା (୪୬)ଙ୍କ ମୃତ ହୋଇଛି। ଦୀର୍ଘ ୧୩ ଦିନ ଧରି ମେଡ଼ିକାଲରେ ଚିକିତ୍ସିତ ହେବାପରେ ଗତକାଲି ଦିନ ଦୁଇଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା। ଏହି ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୨ଜଣ ଙ୍କୁ ପୁଲିସ ଗିରଫ କରିଛି।

ତେବେ ଦୁଇ ସଂପ୍ରଦାୟଙ୍କ ଭିତରେ ଆଗକୁ ପୁଣି ବଡ଼ ଗୋଷ୍ଠୀ ସଂଘର୍ଷ ହେବାର ସମ୍ଭାବନା ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ବର୍ତ୍ତମାନ ଆଲର୍ଟରେ ଅଛି ପ୍ରଶାସନ। ସେପଟେ ସନ୍ତୋଷଙ୍କ ସ୍ତ୍ରୀ ମିନତୀ ବେହେରା ତିହିଡ଼ି ଥାନାରେ ଦେଇଥିବା ଏତଲା ଆଧାରରେ ମୋକଦ୍ଦମା ରୁଜୁ ହୋଇଛି । ଭଦ୍ରକ ଏସପି ମନୋଜ ରାଉତ କଷଟି ଗାଁକୁ ଯାଇ ସ୍ଥିତି ଉପରେ ନଜର ରଖିଛନ୍ତି । ଏହି ଘଟଣାରେ ଏସପିଙ୍କ ନିର୍ଦ୍ଦେଶରେ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ବାଲେଶ୍ବରରୁ ଧରିଛି ପୁଲିସ । ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଭଦ୍ରକ ପୁଲିସ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରେ ଚଢ଼ାଉ ଜାରି ରହିଛି ।

12 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର