ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିକୁ ଏନକାଉଣ୍ଟର

The Sakala Picture
Published On

ଭଦ୍ରକ: ଡକାୟତି ଉଦ୍ୟମ କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିକୁ ଏନକାଉଣ୍ଟର କରିଛି ପୁଲିସ । ଭଦ୍ରକ ଜିଲ୍ଲା ଚଢ଼େୟା ଠାରେ ଡକାୟତି ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରିଛି ଗ୍ରାମାଞ୍ଚଳ ପୋଲିସ । ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା। ପୁଲିସର ଏହି ଏନକାଉଣ୍ଟରରେ ଅପରାଧି ବାପିର ଗୋଡରେ ୨ଟି ଗୁଳି ବାଜିଛି । ଏଥିରେ ବାପି ଆହତ ହୋଇଥିବାରୁ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫଳରେ ବାପିକୁ କାବୁ […]

ଭଦ୍ରକ: ଡକାୟତି ଉଦ୍ୟମ କରୁଥିବାବେଳେ ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣିକୁ ଏନକାଉଣ୍ଟର କରିଛି ପୁଲିସ । ଭଦ୍ରକ ଜିଲ୍ଲା ଚଢ଼େୟା ଠାରେ ଡକାୟତି ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରିଛି ଗ୍ରାମାଞ୍ଚଳ ପୋଲିସ । ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା। ପୁଲିସର ଏହି ଏନକାଉଣ୍ଟରରେ ଅପରାଧି ବାପିର ଗୋଡରେ ୨ଟି ଗୁଳି ବାଜିଛି । ଏଥିରେ ବାପି ଆହତ ହୋଇଥିବାରୁ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫଳରେ ବାପିକୁ କାବୁ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଅପରାଧି ବାପି ପାଣି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଅପରାଧି ବାପିକୁ ଗିରଫ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚି ଥିଲା। ମାତ୍ର ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା ।ଠିକ ଏତିକିବେଳେ ଡକାୟତମାନେ ମଧ୍ୟ ପାଲଟା ଗୁଳି ଚଳାଇଥିବା ଜଣା ପଡ଼ିଛି । ଏଥିରେ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ତିନି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ପୋଲିସ କର୍ମଚାରୀ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର