ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ, ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ ଭଦ୍ରକାଳୀ

The Sakala Picture
Published On

ଭଦ୍ରକ: ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’। କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଦର୍ଶନ ଦେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି। ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, […]

ଭଦ୍ରକ: ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’। କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଦର୍ଶନ ଦେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ୱା ଆଉ ବଡ଼ ବଡ଼ ଚକ୍ଷୁର କଥା। କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ କଥା ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶର ଗୋଟିଏ ଦିନ ଉଗ୍ରରୂପା ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ଗୁରୁବାର ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆରମ୍ଭ ହୋଇଛି। ସାଳନ୍ଦୀ ନଦୀର ଆହାରପଦା ଘାଟରୁ ଆରମ୍ଭ ହୋଇଛି ମାନସିକ କଳସ ଶୋଭଯାତ୍ରା। ପ୍ରଥମ ଦିନରେ ମାଆ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଶୁକ୍ରବାର ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ପରେ ପରେ ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ୱତୀ ବେଶ ଓ ଶେଷ ଦିନରେ ମହଲଷ୍ମୀ ବେଶରେ ଦର୍ଶନ ଦେବେ ମାଆ। ପ୍ରତ୍ୟେକ ଦିନ ଆୟୋଜିତ ହେଉଥିବା ବେଶରେ ସ୍ୱତନ୍ତ୍ରତା ରହିଛି। ଅନ୍ତିମ ଦିବସରେ ପାଳନ ହେବ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ସପ୍ତଦିବସୀୟ ପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

01 Nov 2024 By The Sakala

ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ, ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ ଭଦ୍ରକାଳୀ

ଭଦ୍ରକ: ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’। କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଦର୍ଶନ ଦେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି।

ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ୱା ଆଉ ବଡ଼ ବଡ଼ ଚକ୍ଷୁର କଥା। କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ କଥା ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶର ଗୋଟିଏ ଦିନ ଉଗ୍ରରୂପା ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ।

ଗୁରୁବାର ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆରମ୍ଭ ହୋଇଛି। ସାଳନ୍ଦୀ ନଦୀର ଆହାରପଦା ଘାଟରୁ ଆରମ୍ଭ ହୋଇଛି ମାନସିକ କଳସ ଶୋଭଯାତ୍ରା। ପ୍ରଥମ ଦିନରେ ମାଆ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଶୁକ୍ରବାର ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ପରେ ପରେ ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ୱତୀ ବେଶ ଓ ଶେଷ ଦିନରେ ମହଲଷ୍ମୀ ବେଶରେ ଦର୍ଶନ ଦେବେ ମାଆ। ପ୍ରତ୍ୟେକ ଦିନ ଆୟୋଜିତ ହେଉଥିବା ବେଶରେ ସ୍ୱତନ୍ତ୍ରତା ରହିଛି। ଅନ୍ତିମ ଦିବସରେ ପାଳନ ହେବ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ସପ୍ତଦିବସୀୟ ପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର