ବରଗଡ଼ରେ ନକଳି ଔଷଧ କାରବାର, ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ

The Sakala Picture
Published On

ବରଗଡ଼: ରାଜ୍ୟରେ ଚାଲିଥିବା ନକଳି ଔଷଧ କାରବାରର ଚେର ବରଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ଇଦିନ ତଳେ କଟକରୁ ନକଳି ଔଷଧ ଠାବ ହେବା ପରେ,ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନକଳି ଔଷଧ ପଠାଯାଇଥିବା ସୂଚନା ଆଧାରରେ ସମସ୍ତ ଜିଲ୍ଲାର ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ସତର୍କ ନଜର ପାଇଁ ନିର୍ଦ୍ଦେଶ ରହିଥିଲା।ବରଗଡ଼ ଠାରେ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ ବିଭିନ୍ନ ଔଷଧ ପ୍ରତିଷ୍ଠାନ ମାନଙ୍କରେ ଚଢ଼ଉ ଜାରି କରିଥିଲେ। ସ୍ଥାନୀୟ ଜଗଦମ୍ବା ମେଡ଼ିକାଲଠାରେ ଚଢ଼ଉ ସମୟରେ କେତେକ ହିମାଚଳ ପ୍ରଦେଶର […]

ବରଗଡ଼: ରାଜ୍ୟରେ ଚାଲିଥିବା ନକଳି ଔଷଧ କାରବାରର ଚେର ବରଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ଇଦିନ ତଳେ କଟକରୁ ନକଳି ଔଷଧ ଠାବ ହେବା ପରେ,ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନକଳି ଔଷଧ ପଠାଯାଇଥିବା ସୂଚନା ଆଧାରରେ ସମସ୍ତ ଜିଲ୍ଲାର ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ସତର୍କ ନଜର ପାଇଁ ନିର୍ଦ୍ଦେଶ ରହିଥିଲା।ବରଗଡ଼ ଠାରେ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ ବିଭିନ୍ନ ଔଷଧ ପ୍ରତିଷ୍ଠାନ ମାନଙ୍କରେ ଚଢ଼ଉ ଜାରି କରିଥିଲେ। ସ୍ଥାନୀୟ ଜଗଦମ୍ବା ମେଡ଼ିକାଲଠାରେ ଚଢ଼ଉ ସମୟରେ କେତେକ ହିମାଚଳ ପ୍ରଦେଶର ଔଷଧ ନିର୍ମାତା କମ୍ପାନୀ ‘ମେଡ଼ିଲଏଡ଼’ର ସ୍ନିଜ ଟେବଲେଟ,ଟ୍ରିଟ-ବିଏଲ ଟେବଲେଟ,ମେଡ଼ିଟେବ ଟେବଲେଟ ଓ ଫେଡ଼ର ଟେବଲେଟ ଇତ୍ୟାଦି ସନ୍ଦେହଜନକ ଔଷଧପତ୍ର ଜବତ କରିଥିଲେ।ଏହି ସବୁ ଔଷଧ ପ୍ରସ୍ତୁତକାରୀ ହିମାଚଳ ପ୍ରଦେଶର‘ମେଡ଼ିଲଏଡ଼’ ନାମକ ସଂସ୍ଥା ଏକ ଅଣପଞ୍ଜିକୃତ ଅପ୍ରାମାଣିକ ସଂସ୍ଥା ବୋଲି ଜଣାପଡ଼ିଛି।ଏହି କମ୍ପାନୀର ନକଳି ଔଷଧ କାରବାର ନେଇ ପ୍ରଥମେ ମହାରାଷ୍ଟ୍ର ସରକାରଙ୍କ ଡ୍ରଗ୍ସ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ଓ ସେହି ଆଧାରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ଉ କରାଯାଇଥିଲା।ଜବତ ଔଷଧ ଗୁଡ଼ିକର ନମୁନା ସଂଗ୍ରହ କରାଯାଇଛି ଓ ତାହା ନକଲି ନା ଅସଲି ଲ୍ୟାବ ରିପୋର୍ଟ ଆସିଲା ପରେ ସେଗୁଡ଼ିକ ଜଣାପଡ଼ିବ।। ଇତି ମଧ୍ୟରେ ବରଗଡ଼ ଡ଼୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ ଏକ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରିଦେଇଛି ଯେ କୌଣସି ପ୍ରକାର ନିମ୍ନମାନର ଔଷଧ କାରବାରକୁ ବରଗଡ଼ ଡ଼୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ ପ୍ରୋତ୍ସାହିତ କରେ ନାହିଁ।

ତେବେ ବରଗଡ ଜଗଦମ୍ବା ମେଡ଼ିକାଲରୁ ସନ୍ଦେହରେ ଜବତ କରାଯାଇଥିବା ଔଷଧର ସତ୍ୟତା ରାସାୟନିକ ପରୀକ୍ଷଣ ପରେ ଜଣାପଡ଼ିବ।ତେବେ ବରଗଡ଼ର ଜଗଦମ୍ବା ମେଡ଼ିକାଲ ଏହାକୁ କଟକରୁ ସମ୍ପୂର୍ଣ୍ଣ ରୂପେ ଏକ ନମ୍ବର କାଗଜପତ୍ରରେ ଖର୍ଦ୍ଦି କରିଛନ୍ତି।ଏହା ସହିତ ଜଗଦମ୍ବା ମେଡ଼ିକାଲ ଯେଉଁ ଔଷଧ ରିଟେଲର ମାନଙ୍କୁ ଉକ୍ତ କମ୍ପାନୀ ନିର୍ମିତ ସ୍ନିଜ ଟେବଲେଟ,ଟ୍ରିଟ-ବିଏଲ ଟେବଲେଟ,ମେଡ଼ିଟେବ ଟେବଲେଟ ଓ ଫେଡ଼ର ଟେବଲେଟ ପଠାଇଥିଲେ ସେ ସବୁକୁ ଇତି ମଧ୍ୟରେ ଫେରାଇ ଅଣାଯାଇ ବରଗଡ଼ ଡ଼୍ରଗଇନସପେକ୍ଟରଙ୍କ ଠାରେ ଜମା ଦେଇଥିବା ସମ୍ପର୍କରେ ବରଗଡ଼ ଡ଼୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ ସୂଚନା ଦେଇଛି। ସରକାରଙ୍କ ଏହି ତଦନ୍ତ ପ୍ରକ୍ରିୟାରେ ବରଗଡ଼ ଡ଼୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବ ବୋଲି ସୂଚନା ଦିଆଯାଇଛି। ଅପର ପକ୍ଷରେ ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟାଳୟରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା।ଏଥିରେ ସଂଘର ଉପସଭାପତି ମୋହିତ କୁମାର ମହାପାତ୍ର,ସହସମ୍ପାଦକ ସନକ ଦାସ ଏବଂ କାର୍ଯ୍ୟକାରୀ ସଦସ୍ୟ ମୃତ୍ୟୁଞ୍ଜୟ ପଣ୍ଡା,ଶୈଳେନ୍ଦ୍ର ବିଶ୍ୱାଳ,ସନ୍ତୋଷ କୁମାର ଦାସ,ନିଧୁବନ ବିହାରୀ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନରେ ଚଢ଼ଉ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା।

ସେମାନେ ଦର୍ଶାଇଥିଲେ ଯେ ରାଜ୍ୟରେ ଔଷଧ ପରିଚାଳନା ନେଇ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି। ଏହା ସତ୍ୱେ ରାଜ୍ୟରୁ ନକଳି କିମ୍ବା ଅପ୍ରାମାଣିତ ଔଷଧ ଖୋଲାଖୋଲି ବିକ୍ରୀ ହେବା ଏହାର ତୃଟି ଦର୍ଶାଉଛି। ଏହି କାର୍ଯ୍ୟରେ ଡ୍ରଗ୍ସ ଇନିସ୍ପେକ୍ଟର ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବରଗଡ଼ ଜିଲ୍ଲା ଓକିଲ ସଂଘ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଠୋର ପନ୍ଥା ଗ୍ରହଣ କରିବ ବୋଲି ସଂଘର ସମ୍ପାଦକ ହରିହର ପ୍ରଧାନ ଏକ ପ୍ରେସ ବିବୃତରେ ସୂଚନା ଦେଇଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରଶାସନ ନିରପେକ୍ଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବରଗଡ଼ ଓକିଲ ସଂଘ ଦାବି କରିଛି।

14 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର