ଲୁଟେରାଙ୍କ ଟାର୍ଗେଟରେ ମହିଳା, ଦୁଇ ଦିନରେ ଦୁଇ ମହିଳାଙ୍କଠୁ ଲୁଟ୍

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ସହରରେ ଦିନକୁ ଦିନ ବଢିଚାଲିଛି ଛିନତାଇ ଘଟଣା। ସହରର ଜନଗହଳିପୂର୍ଣ୍ଣ ରାସ୍ତାରୁ ମହିଳାଙ୍କଠୁ ଲୁଟ୍ ହେଉଛି । ଏମିତିକି ପୁଲିସ ସାମ୍ନାରୁ ଜଣେ ମହିଳାଙ୍କଠୁ ମୋବାଇଲ ଛଡାଇ ନେଇ ଲୁଟେରା ଫେରାର ହୋଇଯାଉଛନ୍ତି। ଏହି ଦୁଇ ଦିନ ଭିତରେ ଦୁଇଜଣ ମହିଳା ଛିନତାଇର ଶିକାର ହୋଇଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ମଙ୍ଗଳବାରର ଘଟଣା। ଟାଉନ ଥାନା ଅନ୍ତର୍ଗତ କାଦ୍ରାବାଦ୍ ଛକରେ ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ସ୍କୁଟିରେ ଦୁଇ ଜଣ ଯୁବକ […]

ବାଲେଶ୍ଵର: ବାଲେଶ୍ଵର ସହରରେ ଦିନକୁ ଦିନ ବଢିଚାଲିଛି ଛିନତାଇ ଘଟଣା। ସହରର ଜନଗହଳିପୂର୍ଣ୍ଣ ରାସ୍ତାରୁ ମହିଳାଙ୍କଠୁ ଲୁଟ୍ ହେଉଛି । ଏମିତିକି ପୁଲିସ ସାମ୍ନାରୁ ଜଣେ ମହିଳାଙ୍କଠୁ ମୋବାଇଲ ଛଡାଇ ନେଇ ଲୁଟେରା ଫେରାର ହୋଇଯାଉଛନ୍ତି। ଏହି ଦୁଇ ଦିନ ଭିତରେ ଦୁଇଜଣ ମହିଳା ଛିନତାଇର ଶିକାର ହୋଇଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ମଙ୍ଗଳବାରର ଘଟଣା। ଟାଉନ ଥାନା ଅନ୍ତର୍ଗତ କାଦ୍ରାବାଦ୍ ଛକରେ ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ସ୍କୁଟିରେ ଦୁଇ ଜଣ ଯୁବକ ତାଙ୍କଠୁ ମୋବାଇଲ ଛଡାଇ ଫେରାର ହୋଇଯାଇଛନ୍ତି। ତେବେ ଉକ୍ତ ସ୍ଥାନରେ ୪ ଜଣ ପୁଲିସ କର୍ମଚାରୀ ସାମ୍ନାରେ ଏପରି ଏକ ଘଟଣା ଘଟିଯାଇଛି। ତେବେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ସେହିପରି ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବତୀ ମୁଖ୍ୟ ହସପିଟାଲ ରୋଡ୍ ନିକଟରେ ଛିଡା ହୋଇଥିବା ବେଳେ ଦୁଇଜଣ ଯୁବକ ଆକ୍ଟିଭା ସ୍କୁଟିରେ ଆସି ମୋବାଇଲ ଓ ମନିପର୍ସ ଛଡାଇନେଇ ପଳାଇ ଥିଲେ। ଯିବା ସମୟରେ ହସପିଟାଲ ଆଗରେ ଥିବା ମିଲ୍ ପଡିଆରେ ସ୍କୁଟି ପକାଇ ଫେରାର ହୋଇଯାଇଥିଲେ। ତେବେ ଏହିପରି ମହିଳାମାନେ ଅସୁରକ୍ଷିତ ହୋଇପଡିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ପୁଲିସ ପାଟ୍ରୋଲିଂ ହେଉଥିଲେ ମଧ୍ୟ ଦରକାର ସମୟରେ କୌଣସି କାମରେ ଆସୁନାହିଁ ପୁଲିସ ପାଟ୍ରୋଲିଂ। ଦିନକୁ ଦିନ ବିଗିଡି ଚାଲିଛି ଆଇନଶୃଙ୍ଖଳା। ପୁଲିସ ଏକପ୍ରକାର ଏହା ଚ୍ୟାଲେଞ୍ଜ ଦେବା ପରି ପ୍ରତିଦିନ ଘଟୁଛି ଛିନ୍ତାଇ। ତେବେ ଏସମ୍ପର୍କରେ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରୁ କହିଥିଲେ,’ପାଟ୍ରୋଲିଂ ବ୍ୟବସ୍ଥା ରହିଛି। ତଥାପି ଯଦି ଏପରି ଛିନତାଇ ହେଉଛି ତେବେ ଏହାର କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ। ସେମାନଙ୍କୁ ଧରିବା ପାଇଁ ବ୍ୟବସ୍ଥା କରାଯିବ’।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

07 Apr 2021 By The Sakala

ଲୁଟେରାଙ୍କ ଟାର୍ଗେଟରେ ମହିଳା, ଦୁଇ ଦିନରେ ଦୁଇ ମହିଳାଙ୍କଠୁ ଲୁଟ୍

ବାଲେଶ୍ଵର: ବାଲେଶ୍ଵର ସହରରେ ଦିନକୁ ଦିନ ବଢିଚାଲିଛି ଛିନତାଇ ଘଟଣା। ସହରର ଜନଗହଳିପୂର୍ଣ୍ଣ ରାସ୍ତାରୁ ମହିଳାଙ୍କଠୁ ଲୁଟ୍ ହେଉଛି । ଏମିତିକି ପୁଲିସ ସାମ୍ନାରୁ ଜଣେ ମହିଳାଙ୍କଠୁ ମୋବାଇଲ ଛଡାଇ ନେଇ ଲୁଟେରା ଫେରାର ହୋଇଯାଉଛନ୍ତି। ଏହି ଦୁଇ ଦିନ ଭିତରେ ଦୁଇଜଣ ମହିଳା ଛିନତାଇର ଶିକାର ହୋଇଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ମଙ୍ଗଳବାରର ଘଟଣା। ଟାଉନ ଥାନା ଅନ୍ତର୍ଗତ କାଦ୍ରାବାଦ୍ ଛକରେ ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ସ୍କୁଟିରେ ଦୁଇ ଜଣ ଯୁବକ ତାଙ୍କଠୁ ମୋବାଇଲ ଛଡାଇ ଫେରାର ହୋଇଯାଇଛନ୍ତି। ତେବେ ଉକ୍ତ ସ୍ଥାନରେ ୪ ଜଣ ପୁଲିସ କର୍ମଚାରୀ ସାମ୍ନାରେ ଏପରି ଏକ ଘଟଣା ଘଟିଯାଇଛି। ତେବେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ସେହିପରି ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବତୀ ମୁଖ୍ୟ ହସପିଟାଲ ରୋଡ୍ ନିକଟରେ ଛିଡା ହୋଇଥିବା ବେଳେ ଦୁଇଜଣ ଯୁବକ ଆକ୍ଟିଭା ସ୍କୁଟିରେ ଆସି ମୋବାଇଲ ଓ ମନିପର୍ସ ଛଡାଇନେଇ ପଳାଇ ଥିଲେ। ଯିବା ସମୟରେ ହସପିଟାଲ ଆଗରେ ଥିବା ମିଲ୍ ପଡିଆରେ ସ୍କୁଟି ପକାଇ ଫେରାର ହୋଇଯାଇଥିଲେ। ତେବେ ଏହିପରି ମହିଳାମାନେ ଅସୁରକ୍ଷିତ ହୋଇପଡିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ପୁଲିସ ପାଟ୍ରୋଲିଂ ହେଉଥିଲେ ମଧ୍ୟ ଦରକାର ସମୟରେ କୌଣସି କାମରେ ଆସୁନାହିଁ ପୁଲିସ ପାଟ୍ରୋଲିଂ। ଦିନକୁ ଦିନ ବିଗିଡି ଚାଲିଛି ଆଇନଶୃଙ୍ଖଳା। ପୁଲିସ ଏକପ୍ରକାର ଏହା ଚ୍ୟାଲେଞ୍ଜ ଦେବା ପରି ପ୍ରତିଦିନ ଘଟୁଛି ଛିନ୍ତାଇ। ତେବେ ଏସମ୍ପର୍କରେ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରୁ କହିଥିଲେ,’ପାଟ୍ରୋଲିଂ ବ୍ୟବସ୍ଥା ରହିଛି। ତଥାପି ଯଦି ଏପରି ଛିନତାଇ ହେଉଛି ତେବେ ଏହାର କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ। ସେମାନଙ୍କୁ ଧରିବା ପାଇଁ ବ୍ୟବସ୍ଥା କରାଯିବ’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର