ସନ୍ଦେହ ଘେରରେ ପିନ୍ସ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣି ଧାରଣାରେ ବସିଲେ ବାପା ଓ ମା’

The Sakala Picture
Published On

ବାଲେଶ୍ଵର:ବାଲେଶ୍ଵର ଜିଲାର ସେଣ୍ଟ୍ରାଲ ସ୍କୁଲ ଛକ ନିକଟରେ ଥିବା ଏକ ଘରୋଇ ଲେଡିଜ ମେସର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଛାତ୍ରୀଙ୍କ ବାପା ମା’ ଏହା ହତ୍ୟା ବୋଲି ଅଭିଯୋଗ ଆଣି ମେସ ସମ୍ମୁଖରେ ଧାରଣା ଦେଇଛନ୍ତି। ଛାତ୍ରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ହୋଇଥିବା ବେଳେ ସେ ଏଠାରେ ରହି ପାଠ ପଢୁଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। […]

ବାଲେଶ୍ଵର:ବାଲେଶ୍ଵର ଜିଲାର ସେଣ୍ଟ୍ରାଲ ସ୍କୁଲ ଛକ ନିକଟରେ ଥିବା ଏକ ଘରୋଇ ଲେଡିଜ ମେସର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଛାତ୍ରୀଙ୍କ ବାପା ମା’ ଏହା ହତ୍ୟା ବୋଲି ଅଭିଯୋଗ ଆଣି ମେସ ସମ୍ମୁଖରେ ଧାରଣା ଦେଇଛନ୍ତି। ଛାତ୍ରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ହୋଇଥିବା ବେଳେ ସେ ଏଠାରେ ରହି ପାଠ ପଢୁଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

କଟକରୁ ତାଙ୍କ ମୃତଦେହ ଆଜି ସନ୍ଧ୍ୟାରେ ବାଲେଶ୍ଵର ଆସୁଥିବା ବେଳେ ମେସ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବା ବେଳେ ଅପ୍ରୀତିକର ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କଲେଜ ସମ୍ମୁଖରେ ପହଞ୍ଚିଛି। ମୃତ ଛାତ୍ରୀଙ୍କ ପରିଚୟ ସାବିତ୍ରୀ ବେହେରା ଏବଂ ସେ +୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣା ପଡିଛି । ୧୮ ତାରିଖ ସନ୍ଧ୍ୟାରେ ଟଙ୍କା ଚୋରି ହୋଇଥିବା ଘଟଣାରେ ସାବିତ୍ରୀଙ୍କୁ ଦୋଷାରୋପ କରିବା ପରେ ଏହି ଘଟଣା ଘଟିଥିବା ମୃତ ଛାତ୍ରୀଙ୍କ ବାପା ସୂଚନା ଦେଇଛନ୍ତି । କଲେଜ ସମ୍ମୁଖରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ସାଧାରଣ ଜନତାଙ୍କ ଉତ୍ୟକ୍ତ ପରିସ୍ଥିତି ଦେଖିବାକୁ ମିଳିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

19 May 2022 By The Sakala

ସନ୍ଦେହ ଘେରରେ ପିନ୍ସ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣି ଧାରଣାରେ ବସିଲେ ବାପା ଓ ମା’

ବାଲେଶ୍ଵର:ବାଲେଶ୍ଵର ଜିଲାର ସେଣ୍ଟ୍ରାଲ ସ୍କୁଲ ଛକ ନିକଟରେ ଥିବା ଏକ ଘରୋଇ ଲେଡିଜ ମେସର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଛାତ୍ରୀଙ୍କ ବାପା ମା’ ଏହା ହତ୍ୟା ବୋଲି ଅଭିଯୋଗ ଆଣି ମେସ ସମ୍ମୁଖରେ ଧାରଣା ଦେଇଛନ୍ତି। ଛାତ୍ରୀଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ହୋଇଥିବା ବେଳେ ସେ ଏଠାରେ ରହି ପାଠ ପଢୁଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

କଟକରୁ ତାଙ୍କ ମୃତଦେହ ଆଜି ସନ୍ଧ୍ୟାରେ ବାଲେଶ୍ଵର ଆସୁଥିବା ବେଳେ ମେସ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବା ବେଳେ ଅପ୍ରୀତିକର ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କଲେଜ ସମ୍ମୁଖରେ ପହଞ୍ଚିଛି। ମୃତ ଛାତ୍ରୀଙ୍କ ପରିଚୟ ସାବିତ୍ରୀ ବେହେରା ଏବଂ ସେ +୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣା ପଡିଛି । ୧୮ ତାରିଖ ସନ୍ଧ୍ୟାରେ ଟଙ୍କା ଚୋରି ହୋଇଥିବା ଘଟଣାରେ ସାବିତ୍ରୀଙ୍କୁ ଦୋଷାରୋପ କରିବା ପରେ ଏହି ଘଟଣା ଘଟିଥିବା ମୃତ ଛାତ୍ରୀଙ୍କ ବାପା ସୂଚନା ଦେଇଛନ୍ତି । କଲେଜ ସମ୍ମୁଖରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ସାଧାରଣ ଜନତାଙ୍କ ଉତ୍ୟକ୍ତ ପରିସ୍ଥିତି ଦେଖିବାକୁ ମିଳିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର