କୁନି ପୁଅ ଖୋଲିଦେଲା ମା ହତ୍ୟାକାଣ୍ଡ ରହସ୍ୟ ଘଟଣା

The Sakala Picture
Published On

ବାଲେଶ୍ଵର/ଔପଦା: ହତ୍ୟାକାଣ୍ଡର ଗୁମର କୁନି ପୁଅ ଖୋଲିଦେଲା ପରେ ବି ପୋଲିସ ହାତ ଖାଲି। ଘଟଣାକୁ ୫୭ ଦିନ ବିତିଯାଇଥିଲେ ବି ନିରବଦ୍ରଷ୍ଟା ସାଜିଛି ପୋଲିସ। ନ୍ୟାୟ ପାଇବା ପାଇଁ ବାରଦୁଆର ହେଉଛନ୍ତି ପରିବାର ଲୋକେ। ଶେଷରେ ପରିବାର ଲୋକ ସୋମବାର ଦିନ ଆଇଜି ଓ ଏସଡପିଙ୍କୁ ଭେଟି ଅଭିଯୁକ୍ତକୁ ତୁରନ୍ତଗିରଫ କରିବାକୁ ଦାବି କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଗ୍ରାମରେ। ଉକ୍ତ ଗ୍ରାମର ଗୋପାଳକୃଷ୍ଣ […]

ବାଲେଶ୍ଵର/ଔପଦା: ହତ୍ୟାକାଣ୍ଡର ଗୁମର କୁନି ପୁଅ ଖୋଲିଦେଲା ପରେ ବି ପୋଲିସ ହାତ ଖାଲି। ଘଟଣାକୁ ୫୭ ଦିନ ବିତିଯାଇଥିଲେ ବି ନିରବଦ୍ରଷ୍ଟା ସାଜିଛି ପୋଲିସ। ନ୍ୟାୟ ପାଇବା ପାଇଁ ବାରଦୁଆର ହେଉଛନ୍ତି ପରିବାର ଲୋକେ। ଶେଷରେ ପରିବାର ଲୋକ ସୋମବାର ଦିନ ଆଇଜି ଓ ଏସଡପିଙ୍କୁ ଭେଟି ଅଭିଯୁକ୍ତକୁ ତୁରନ୍ତଗିରଫ କରିବାକୁ ଦାବି କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଗ୍ରାମରେ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଲା ବିଜେଡି ଟିମ୍

ଉକ୍ତ ଗ୍ରାମର ଗୋପାଳକୃଷ୍ଣ ଦାସଙ୍କ ଏକମାତ୍ର କନ୍ୟା ବୀଣାପାଣି ଦାସ(୨୭)ଙ୍କ ସୋର ଥାନା ଅନ୍ତର୍ଗତ ରଣପୁର ଗ୍ରାମର ବାରେନ୍ଦ୍ର ଦାସଙ୍କ ଜ୍ୟେଷ୍ଠ ପୁତ୍ର କରୁଣାକର ଦାସ(୨୯)ଙ୍କ ସହ ବୈଦିକ ରୀତିରେ ୨୦୧୫ ମେ ମାସ ରେ ବିବାହ ହୋଇଥିଲା। ବିବାହର ୩ ବର୍ଷ ପରେ ଶ୍ୱଶୁର ବିରେନ୍ଦ୍ରଙ୍କ ସହ ସେହି ଗ୍ରାମର ଜନୈକ ମହିଳାଙ୍କ ଅନୈତିକ ସମ୍ପର୍କ ଦେଖିଦେବା ପରେ ବୀଣାପାଣି ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର।ପରେ ପରେ ମୃତ ବୀଣାପାଣିଙ୍କ ସ୍ୱାମୀଙ୍କର ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ପଦାକୁ ଆସିଥିଲା। ଉଭୟ ସ୍ୱାମୀ ଶ୍ୱଶୁରଙ୍କର ଅନ୍ୟ ମହିଳାମାନଙ୍କ ସହିତ ଅନୈତିକ ସମ୍ପର୍କକୁ ବାରମ୍ବାର ବୀଣାପାଣି ବିରୋଧ କରିଆସୁଥିଲେ।ଏହା ପ୍ରତିବଦଳରେ ବୀଣାପାଣିଙ୍କୁ ଜୀବନ ଦେବାକୁ ପଡ଼ିଲା। ଗତ ଜୁଲାଇ ମାସ ୧୮ ତାରିଖ ଦିନ ଯୋଜନା ବଦ୍ଧ ଭାବେ ମୃତ ବୀଣାପାଣିର ସ୍ୱାମୀ କରୁଣାକର ଦାସ, ଶ୍ୱଶୁର ବାରେନ୍ଦ୍ର ଦାସ ଓ ଶ୍ୱଶୁରଙ୍କ ସହିତ ସମ୍ପର୍କ ଥିବା ସେହି ଗ୍ରାମର ମହିଳା ମିଶି ପିଟି ପିଟି ବୀଣାପାଣିଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ବୀଣାପାଣିଙ୍କ ପରିବାର ଲୋକେ। ଏହାକୁ ଭିତ୍ତି କରି ସୋର ଥାନା କେଶ ନମ୍ବର ୨୭୦/୨୧ ମୂଳେ ଏକ ମାମଲା ରୁଜୁ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୁନ। କେସର ତଦନ୍ତଭାର ଦାୟିତ୍ୱରେ ଥିବା ଏସଆଇ ଅଶୋକ ମହାନ୍ତି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ଓ ସେମାନଙ୍କୁ ଆଜି ଯାଏ ଗିରଫ କରୁନଥିବା ନେଇ ସୋମବାର ମୃତ ବୀଣାପାଣିଙ୍କ ଭାଇ ପ୍ରଶାନ୍ତ ଦାସ ଓ ମା’ ସୁପ୍ରଭା ଦାସ ବୀଣାପାଣିଙ୍କ କୁନି ପୁଅକୁ ନେଇ ଆଇଜି ହିମାଂଶୁ ଶେଖର ଲାଲ ଓ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟିଥିଲେ। ଉଭୟ ଆଇଜି ଓ ଏସପି ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ମୃତ ବୀଣାପାଣିଙ୍କ ଭାଇ ପ୍ରଶାନ୍ତ ସୂଚନା ଦେଇଛନ୍ତି। ତେବେ ଗଣମାଧ୍ୟମ ଆଗରେ କୁନି ପିଲା ମଧ୍ୟ ତା ମା’ କୁ ତା’ ବାପା ପିଟି ପିଟି ହତ୍ୟା କରିଛନ୍ତି ବୋଲି କହିଛି।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

13 Sep 2021 By The Sakala

କୁନି ପୁଅ ଖୋଲିଦେଲା ମା ହତ୍ୟାକାଣ୍ଡ ରହସ୍ୟ ଘଟଣା

ବାଲେଶ୍ଵର/ଔପଦା: ହତ୍ୟାକାଣ୍ଡର ଗୁମର କୁନି ପୁଅ ଖୋଲିଦେଲା ପରେ ବି ପୋଲିସ ହାତ ଖାଲି। ଘଟଣାକୁ ୫୭ ଦିନ ବିତିଯାଇଥିଲେ ବି ନିରବଦ୍ରଷ୍ଟା ସାଜିଛି ପୋଲିସ। ନ୍ୟାୟ ପାଇବା ପାଇଁ ବାରଦୁଆର ହେଉଛନ୍ତି ପରିବାର ଲୋକେ। ଶେଷରେ ପରିବାର ଲୋକ ସୋମବାର ଦିନ ଆଇଜି ଓ ଏସଡପିଙ୍କୁ ଭେଟି ଅଭିଯୁକ୍ତକୁ ତୁରନ୍ତଗିରଫ କରିବାକୁ ଦାବି କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ଗ୍ରାମରେ।

ଉକ୍ତ ଗ୍ରାମର ଗୋପାଳକୃଷ୍ଣ ଦାସଙ୍କ ଏକମାତ୍ର କନ୍ୟା ବୀଣାପାଣି ଦାସ(୨୭)ଙ୍କ ସୋର ଥାନା ଅନ୍ତର୍ଗତ ରଣପୁର ଗ୍ରାମର ବାରେନ୍ଦ୍ର ଦାସଙ୍କ ଜ୍ୟେଷ୍ଠ ପୁତ୍ର କରୁଣାକର ଦାସ(୨୯)ଙ୍କ ସହ ବୈଦିକ ରୀତିରେ ୨୦୧୫ ମେ ମାସ ରେ ବିବାହ ହୋଇଥିଲା। ବିବାହର ୩ ବର୍ଷ ପରେ ଶ୍ୱଶୁର ବିରେନ୍ଦ୍ରଙ୍କ ସହ ସେହି ଗ୍ରାମର ଜନୈକ ମହିଳାଙ୍କ ଅନୈତିକ ସମ୍ପର୍କ ଦେଖିଦେବା ପରେ ବୀଣାପାଣି ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର।ପରେ ପରେ ମୃତ ବୀଣାପାଣିଙ୍କ ସ୍ୱାମୀଙ୍କର ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ପଦାକୁ ଆସିଥିଲା। ଉଭୟ ସ୍ୱାମୀ ଶ୍ୱଶୁରଙ୍କର ଅନ୍ୟ ମହିଳାମାନଙ୍କ ସହିତ ଅନୈତିକ ସମ୍ପର୍କକୁ ବାରମ୍ବାର ବୀଣାପାଣି ବିରୋଧ କରିଆସୁଥିଲେ।ଏହା ପ୍ରତିବଦଳରେ ବୀଣାପାଣିଙ୍କୁ ଜୀବନ ଦେବାକୁ ପଡ଼ିଲା। ଗତ ଜୁଲାଇ ମାସ ୧୮ ତାରିଖ ଦିନ ଯୋଜନା ବଦ୍ଧ ଭାବେ ମୃତ ବୀଣାପାଣିର ସ୍ୱାମୀ କରୁଣାକର ଦାସ, ଶ୍ୱଶୁର ବାରେନ୍ଦ୍ର ଦାସ ଓ ଶ୍ୱଶୁରଙ୍କ ସହିତ ସମ୍ପର୍କ ଥିବା ସେହି ଗ୍ରାମର ମହିଳା ମିଶି ପିଟି ପିଟି ବୀଣାପାଣିଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ବୀଣାପାଣିଙ୍କ ପରିବାର ଲୋକେ। ଏହାକୁ ଭିତ୍ତି କରି ସୋର ଥାନା କେଶ ନମ୍ବର ୨୭୦/୨୧ ମୂଳେ ଏକ ମାମଲା ରୁଜୁ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୁନ। କେସର ତଦନ୍ତଭାର ଦାୟିତ୍ୱରେ ଥିବା ଏସଆଇ ଅଶୋକ ମହାନ୍ତି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ଓ ସେମାନଙ୍କୁ ଆଜି ଯାଏ ଗିରଫ କରୁନଥିବା ନେଇ ସୋମବାର ମୃତ ବୀଣାପାଣିଙ୍କ ଭାଇ ପ୍ରଶାନ୍ତ ଦାସ ଓ ମା’ ସୁପ୍ରଭା ଦାସ ବୀଣାପାଣିଙ୍କ କୁନି ପୁଅକୁ ନେଇ ଆଇଜି ହିମାଂଶୁ ଶେଖର ଲାଲ ଓ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟିଥିଲେ। ଉଭୟ ଆଇଜି ଓ ଏସପି ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ମୃତ ବୀଣାପାଣିଙ୍କ ଭାଇ ପ୍ରଶାନ୍ତ ସୂଚନା ଦେଇଛନ୍ତି। ତେବେ ଗଣମାଧ୍ୟମ ଆଗରେ କୁନି ପିଲା ମଧ୍ୟ ତା ମା’ କୁ ତା’ ବାପା ପିଟି ପିଟି ହତ୍ୟା କରିଛନ୍ତି ବୋଲି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର