ଯିଏ ଦୁନିଆକୁ ଆଣିଲା ସେ ଆଜି ପର: ପୁଅ -ବୋହୂ ରହୁଛନ୍ତି କୋଠାରେ, ମାଗିଯାଚି ଖାଇ ରାସ୍ତା କଡରେ ଶେଷ ଜୀବନ ବିତାଉଛନ୍ତି ବାପା- ମା’
ସୋର: ତିନି ପୁଅ ଭେଣ୍ଡିଆ, ସମସ୍ତେ ସଚଳ। ଜନ୍ମ କଲା ପୁଅ ବୋହୂ ବାପା -ମା’ଙ୍କ ପରିଣତ ବୟସରେ ରାସ୍ତା କଡରେ ଛାଡି ଦେଇଛନ୍ତି। ଗାଁ ଲୋକଙ୍କ ଠାରୁ ବାପା- ମା’ ମାଗି ଯାଚି ଖାଇ ମଠରେ ଆଶ୍ରୟ ନେଇଛନ୍ତି। ବାହାନଗା ବ୍ଲକ ଓ ସୋର ବ୍ଲକ ସୀମା ତେନ୍ତୁଳିଗଛି ସାହୀ ଓ ତାଳପାଢୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତାଳପାଢୀ ଗ୍ରାମର ଅନନ୍ତ ବାରିକ(୮୫) ଓ ସ୍ତ୍ରୀ ଅମ୍ବିକା(୮୦) ନିଜର ଅଢେଇ ଏକର […]
ସୋର: ତିନି ପୁଅ ଭେଣ୍ଡିଆ, ସମସ୍ତେ ସଚଳ। ଜନ୍ମ କଲା ପୁଅ ବୋହୂ ବାପା -ମା’ଙ୍କ ପରିଣତ ବୟସରେ ରାସ୍ତା କଡରେ ଛାଡି ଦେଇଛନ୍ତି। ଗାଁ ଲୋକଙ୍କ ଠାରୁ ବାପା- ମା’ ମାଗି ଯାଚି ଖାଇ ମଠରେ ଆଶ୍ରୟ ନେଇଛନ୍ତି। ବାହାନଗା ବ୍ଲକ ଓ ସୋର ବ୍ଲକ ସୀମା ତେନ୍ତୁଳିଗଛି ସାହୀ ଓ ତାଳପାଢୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ତାଳପାଢୀ ଗ୍ରାମର ଅନନ୍ତ ବାରିକ(୮୫) ଓ ସ୍ତ୍ରୀ ଅମ୍ବିକା(୮୦) ନିଜର ଅଢେଇ ଏକର ସମ୍ପତ୍ତିରେ ପରଘର ମୂଲ ଲାଗି ବଡପୁଅ ଅକ୍ଷୟ, ମଝିଆ ପୁଅ ଅଭୟ ଓ ସାନପୁଅ ବିଜୟକୁ ମଣିଷ କରିଥିଲେ। ବଡପୁଅ ଅକ୍ଷୟ କଲୋକତାରେ ଭଲ ବ୍ୟବସାୟ କରୁଛି ତାର ର୍ଗାଁରେ ରହିଛି ଦୁଇ ତାଲା ପକାଘର। ତାର କଲୋକତାରେ ରହିଛି ଭଲ ବ୍ୟବସାୟ । ମଝିଆ ପୁଅ ଅଭୟ ମଧ୍ୟ କଲୋକତାରେ ଏକ ବେସରକାରୀ ଅନୁଷ୍ଠାନରେ ରହି ଭଲ ରୋଜଗାର କରୁଛି। ସାନପୁଅ ବିଜୟ ସୋରରେ ପରିବାର ସହ ରହୁଛି। ଏକ ମାତ୍ର ଝିଅ ମନୁକୁ ଅନନ୍ତ ବିବାହ କରି ଦେଇଛି। ଗତ ମାସାଧିକ ଧରି ଅନନ୍ତ ଓ ସ୍ତ୍ରୀ ଅମ୍ବିକାକୁ ପୁଅମାନେ ଘରୁ ତଡି ଦେଇଥିବାରୁ ସେମାନେ ରାସ୍ତା କଡରେ ରହି ମାଗିଯାଚି ଖାଉଥିଲେ। ତାଳପାଢୀ ଗ୍ରାମବାସୀ ଏକତ୍ରିତ ହୋଇ ବୃଦ୍ଧ ଅନନ୍ତ ଓ ତାର ସ୍ତ୍ରୀକୁ ମଠରେ ରଖିଛନ୍ତି। ଗାଁ ଲୋକେ ଖାଇବାକୁ ଦେଉଛନ୍ତି। ରାତି ହେଲେ ମଠ ଭିତର ଅନ୍ଧାର। ଗାଁ ଲୋକେ ଅନନ୍ତର ପୁଅ ବୋହୂଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନ୍ୟାୟ ପାଇବାକୁ ଅନନ୍ତ ଓ ଗ୍ରାମବାସୀ ନିବେଦନ କରିଛନ୍ତି।