ଦାରିଦ୍ର୍ୟ ଭିତରେ ବଞ୍ଚିବାର ରାହା ଖୋଜୁଛି ଗଙ୍ଗାମଣି, ସହାୟତାର ହାତ ବଢାଇଲା ହେଲ୍ପ ଫର ୟୁ ଫାଉଣ୍ଡେସନ

The Sakala Picture
Published On

ଜଳେଶ୍ବର: ଦୁଃଖ ଆଉ ରୋଗ କେବେ ବୟସ ଦେଖେ ନାହିଁ। ଏ କି ବିଧିର ବିଧାନ। ଏହି ବୃଦ୍ଧା ମାଆ ବାସନ୍ତୀ ଜେନାର ସାହାରା ହୋଇ ଥିବା କୁନି ଝିଅ ଗଙ୍ଗାମଣି ଆଗରେ ଆଜି ଦୁଃଖର ପାହାଡ଼ ଛିଡ଼ା ହୋଇଛି। ତଥାପି ଧର୍ଯ୍ଯ ଓ ସାହସ ହରାଇ ନାହିଁ ଏହି କୁନି ଝିଅ ଗଙ୍ଗାମଣି। ବୟସ ମାତ୍ର ୧୭। ଆଖିରେ ଆଖିଏ ସ୍ଵପ୍ନ ଆଉ ମନରେ କିଛି କରି ଦେଖେଇବାର ଦୃଢ଼ ଇଚ୍ଛାଶକ୍ତି। କୁନି ଝିଅ ଗଙ୍ଗାମଣି […]

ଜଳେଶ୍ବର: ଦୁଃଖ ଆଉ ରୋଗ କେବେ ବୟସ ଦେଖେ ନାହିଁ। ଏ କି ବିଧିର ବିଧାନ। ଏହି ବୃଦ୍ଧା ମାଆ ବାସନ୍ତୀ ଜେନାର ସାହାରା ହୋଇ ଥିବା କୁନି ଝିଅ ଗଙ୍ଗାମଣି ଆଗରେ ଆଜି ଦୁଃଖର ପାହାଡ଼ ଛିଡ଼ା ହୋଇଛି। ତଥାପି ଧର୍ଯ୍ଯ ଓ ସାହସ ହରାଇ ନାହିଁ ଏହି କୁନି ଝିଅ ଗଙ୍ଗାମଣି। ବୟସ ମାତ୍ର ୧୭। ଆଖିରେ ଆଖିଏ ସ୍ଵପ୍ନ ଆଉ ମନରେ କିଛି କରି ଦେଖେଇବାର ଦୃଢ଼ ଇଚ୍ଛାଶକ୍ତି। କୁନି ଝିଅ ଗଙ୍ଗାମଣି ମୁହଁକୁ ଦେଖିଲେ ଦାରିଦ୍ର୍ୟ ତାର ପ୍ରତିବନ୍ଧକ ବାଧା ଦେଉଛି ବୋଲି ସ୍ପଷ୍ଟ ବାରି ହୁଏ। ଆଜି ପାଠ ପଢା ବୟସରେ ଗଙ୍ଗା ମଣି ଧରିଛି ନିକିତି। ଏହି ଛୋଟ ବୟସରୁ ପଡ଼ିଛି ନିଜ ଜନ୍ମଦାତ୍ରୀ ରୋଗୀଣା ମାଆ ଓ ନିଜ ପେଟକୁ ମୁଠାଏ ଦାନା ଦେବାର ଚିନ୍ତା। ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇ ଥିବା ମାଆର ଦୁଃଖ କଷ୍ଟକୁ କେମିତି ସହିବ ବା ଝିଅ। ଏହି ଘଟଣାଟି ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବିରିପାଲିଆ ଗ୍ରାମରେ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ପରିବାର କହିଲେ ବୃଦ୍ଧା ମାଆ ବାସନ୍ତୀ ଜେନା ଓ ଝିଅ ଗଙ୍ଗାମଣି। ମାଆ ଆଜି ଅଜଣା ରୋଗରେ ଆକ୍ରାନ୍ତ। ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାରି ନାହିଁ ଝିଅ ଗଙ୍ଗାମଣି। ପାଠ ପଢା ଛାଡ଼ି ମାଆର ଦୁଃଖକୁ ଦୂର କରିବା ପାଇଁ ସାଇ ପଡ଼ିଶା ପାଖରୁ ଖଣ୍ଡିଏ ସାଇକେଲ ମାଗି ବାହାରି ପଡେ ପାଖ ବାଲିଆପାଳ ବ୍ଲକର ସିମୁଳିଆ ବଜାରକୁ। କିଛି ପନିପରିବା ବ୍ୟବସାୟ ମାନଙ୍କ ଠାରୁ କିଣି ବଜାରରେ ଜାଗା ଟିଏ ଖୋଜି ବସିଯାଏ ନିକିତି ଧରି। କିଛି ଅର୍ଥ ରୋଜଗାର ପାଇଁ କାରଣ ଯେଉଁ ଅର୍ଥ ତାକୁ ମିଳିବ ସେଇ ଅର୍ଥରେ ସେ ତା ପେଟକୁ ମୁଠାଏ ଦାନା ଦେବ ଓ ରୋଗିଣା ମାଆର ସେବା କରିବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏହି ଖବର ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଠାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନକୁ ଜଣାଇବା ପରେ ସଙ୍ଗଠନ ନିଜ ସକ୍ଷମ ଅନୁସାରେ ତାକୁ ରୋଜଗାର କ୍ଷମ କରାଇଛନ୍ତି। କୁନି ଝିଅ ଗଙ୍ଗା ମଣି ଆଉ ବଜାରକୁ ଯାଇ ନିକିତି ଧରିବନି।ସଙ୍ଗଠନର ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଗଙ୍ଗା ମଣିକୁ ଗୋଟିଏ ନୂତନ ସିଲେଇ ମେସିନ ଦେବା ସହିତ ଗୋଟିଏ ନୂତନ ସାଇକେଲ ମଧ୍ୟ ପ୍ରଦାନ କରିଛନ୍ତି ଏବଂ ସିଲେଇ କାମ ସିକିବା ବାବଦକୁ ଓ ମାଆର ଚିକିତ୍ସା ପାଇଁ ମଧ୍ୟ କିଛି ଆର୍ଥିକ ସହାୟତା କରିଛନ୍ତି। ଆଉ ପରିବାର ଚଳିବା ପାଇଁ କିଛି ରେସନ ସାମଗ୍ରୀ ମଧ୍ୟ ସଙ୍ଗଠନ ତରଫରୁ ପ୍ରଦାନ କରାଯାଇଛି। କୁନି ଝିଅ ଗଙ୍ଗା ମଣି ଓ ମାଆ ବାସନ୍ତୀ ଜେନାଙ୍କୁ ନୂତନ ବସ୍ତ୍ର ପ୍ରଦାନ ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି। ଆଜି ଗଙ୍ଗା ମଣି ନିଜେ ରୋଜଗାର କରି ପାଠ ପଢି ତା ସ୍ଵପ୍ନକୁ ପୂରଣ କରିପାରିବ। ସଙ୍ଗଠନର ଏହି ମହାନ ଚିନ୍ତାଧାରାର କାର୍ଯ୍ଯକୁ ଆଜି ଅଞ୍ଚଳ ବାସି ଭୁରିଭୁରି ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

10 May 2022 By The Sakala

ଦାରିଦ୍ର୍ୟ ଭିତରେ ବଞ୍ଚିବାର ରାହା ଖୋଜୁଛି ଗଙ୍ଗାମଣି, ସହାୟତାର ହାତ ବଢାଇଲା ହେଲ୍ପ ଫର ୟୁ ଫାଉଣ୍ଡେସନ

ଜଳେଶ୍ବର: ଦୁଃଖ ଆଉ ରୋଗ କେବେ ବୟସ ଦେଖେ ନାହିଁ। ଏ କି ବିଧିର ବିଧାନ। ଏହି ବୃଦ୍ଧା ମାଆ ବାସନ୍ତୀ ଜେନାର ସାହାରା ହୋଇ ଥିବା କୁନି ଝିଅ ଗଙ୍ଗାମଣି ଆଗରେ ଆଜି ଦୁଃଖର ପାହାଡ଼ ଛିଡ଼ା ହୋଇଛି। ତଥାପି ଧର୍ଯ୍ଯ ଓ ସାହସ ହରାଇ ନାହିଁ ଏହି କୁନି ଝିଅ ଗଙ୍ଗାମଣି। ବୟସ ମାତ୍ର ୧୭। ଆଖିରେ ଆଖିଏ ସ୍ଵପ୍ନ ଆଉ ମନରେ କିଛି କରି ଦେଖେଇବାର ଦୃଢ଼ ଇଚ୍ଛାଶକ୍ତି। କୁନି ଝିଅ ଗଙ୍ଗାମଣି ମୁହଁକୁ ଦେଖିଲେ ଦାରିଦ୍ର୍ୟ ତାର ପ୍ରତିବନ୍ଧକ ବାଧା ଦେଉଛି ବୋଲି ସ୍ପଷ୍ଟ ବାରି ହୁଏ। ଆଜି ପାଠ ପଢା ବୟସରେ ଗଙ୍ଗା ମଣି ଧରିଛି ନିକିତି। ଏହି ଛୋଟ ବୟସରୁ ପଡ଼ିଛି ନିଜ ଜନ୍ମଦାତ୍ରୀ ରୋଗୀଣା ମାଆ ଓ ନିଜ ପେଟକୁ ମୁଠାଏ ଦାନା ଦେବାର ଚିନ୍ତା। ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇ ଥିବା ମାଆର ଦୁଃଖ କଷ୍ଟକୁ କେମିତି ସହିବ ବା ଝିଅ। ଏହି ଘଟଣାଟି ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବିରିପାଲିଆ ଗ୍ରାମରେ।

ପରିବାର କହିଲେ ବୃଦ୍ଧା ମାଆ ବାସନ୍ତୀ ଜେନା ଓ ଝିଅ ଗଙ୍ଗାମଣି। ମାଆ ଆଜି ଅଜଣା ରୋଗରେ ଆକ୍ରାନ୍ତ। ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାରି ନାହିଁ ଝିଅ ଗଙ୍ଗାମଣି। ପାଠ ପଢା ଛାଡ଼ି ମାଆର ଦୁଃଖକୁ ଦୂର କରିବା ପାଇଁ ସାଇ ପଡ଼ିଶା ପାଖରୁ ଖଣ୍ଡିଏ ସାଇକେଲ ମାଗି ବାହାରି ପଡେ ପାଖ ବାଲିଆପାଳ ବ୍ଲକର ସିମୁଳିଆ ବଜାରକୁ। କିଛି ପନିପରିବା ବ୍ୟବସାୟ ମାନଙ୍କ ଠାରୁ କିଣି ବଜାରରେ ଜାଗା ଟିଏ ଖୋଜି ବସିଯାଏ ନିକିତି ଧରି। କିଛି ଅର୍ଥ ରୋଜଗାର ପାଇଁ କାରଣ ଯେଉଁ ଅର୍ଥ ତାକୁ ମିଳିବ ସେଇ ଅର୍ଥରେ ସେ ତା ପେଟକୁ ମୁଠାଏ ଦାନା ଦେବ ଓ ରୋଗିଣା ମାଆର ସେବା କରିବ।

ଏହି ଖବର ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଠାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନକୁ ଜଣାଇବା ପରେ ସଙ୍ଗଠନ ନିଜ ସକ୍ଷମ ଅନୁସାରେ ତାକୁ ରୋଜଗାର କ୍ଷମ କରାଇଛନ୍ତି। କୁନି ଝିଅ ଗଙ୍ଗା ମଣି ଆଉ ବଜାରକୁ ଯାଇ ନିକିତି ଧରିବନି।ସଙ୍ଗଠନର ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଗଙ୍ଗା ମଣିକୁ ଗୋଟିଏ ନୂତନ ସିଲେଇ ମେସିନ ଦେବା ସହିତ ଗୋଟିଏ ନୂତନ ସାଇକେଲ ମଧ୍ୟ ପ୍ରଦାନ କରିଛନ୍ତି ଏବଂ ସିଲେଇ କାମ ସିକିବା ବାବଦକୁ ଓ ମାଆର ଚିକିତ୍ସା ପାଇଁ ମଧ୍ୟ କିଛି ଆର୍ଥିକ ସହାୟତା କରିଛନ୍ତି। ଆଉ ପରିବାର ଚଳିବା ପାଇଁ କିଛି ରେସନ ସାମଗ୍ରୀ ମଧ୍ୟ ସଙ୍ଗଠନ ତରଫରୁ ପ୍ରଦାନ କରାଯାଇଛି। କୁନି ଝିଅ ଗଙ୍ଗା ମଣି ଓ ମାଆ ବାସନ୍ତୀ ଜେନାଙ୍କୁ ନୂତନ ବସ୍ତ୍ର ପ୍ରଦାନ ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇଛି। ଆଜି ଗଙ୍ଗା ମଣି ନିଜେ ରୋଜଗାର କରି ପାଠ ପଢି ତା ସ୍ଵପ୍ନକୁ ପୂରଣ କରିପାରିବ। ସଙ୍ଗଠନର ଏହି ମହାନ ଚିନ୍ତାଧାରାର କାର୍ଯ୍ଯକୁ ଆଜି ଅଞ୍ଚଳ ବାସି ଭୁରିଭୁରି ପ୍ରଶଂସା କରିଛନ୍ତି।

https://www.thesakala.in/latest-odisha-news/balasore/helping-hand-to-the-help-for-you-foundation-gangamani-who-is-looking-for-a-way-out-of-poverty/article-11473
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର