ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

The Sakala Picture
Published On

ସୋର: ଭୟାବହ ଅଗ୍ନିକାଣ୍ଡରେ ଛଅ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ପୌରପାଳିକା ପାଇକସାହୀରେ ଘଟିଛି ଅଗ୍ନିକାଣ୍ଡ। ଗାଁର ପ୍ରଶାନ୍ତ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ ଓ ଅନନ୍ତ ପ୍ରଧାନଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଘର ନିକଟରେ ଥିବା ପ୍ରଶାନ୍ତଙ୍କ ତେଜରାତି ଦୋକାନରେ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଚାରି ପରିବାରର ଆସବାବ ପତ୍ର, ଚାଉଳ, ସୁନା ୧୫ ଗ୍ରାମ, ୫୦ ହଜାର ଟଙ୍କା, […]

ସୋର: ଭୟାବହ ଅଗ୍ନିକାଣ୍ଡରେ ଛଅ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ପୌରପାଳିକା ପାଇକସାହୀରେ ଘଟିଛି ଅଗ୍ନିକାଣ୍ଡ। ଗାଁର ପ୍ରଶାନ୍ତ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ ଓ ଅନନ୍ତ ପ୍ରଧାନଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଘର ନିକଟରେ ଥିବା ପ୍ରଶାନ୍ତଙ୍କ ତେଜରାତି ଦୋକାନରେ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଚାରି ପରିବାରର ଆସବାବ ପତ୍ର, ଚାଉଳ, ସୁନା ୧୫ ଗ୍ରାମ, ୫୦ ହଜାର ଟଙ୍କା, ଜମି କାଗଜ ପତ୍ର, ପିଲାମାନଙ୍କ ସ୍କୁଲ ଓ କଲେଜ ପ୍ରମାଣ ପତ୍ର, ଘରେ ଥିବା ୭୦ ହଜାର ଟଙ୍କାର ଦୋକାନ ସାମଗ୍ରୀ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଖବରପାଇ ସୋର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଜଣା ପଡ଼ି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର