ଚାଷ ଜମିରେ ପୋକ ଲାଗିବା ଦେଖି ବିଷ ପିଇ ଜୀବନ ହାରିଲେ ଚାଷୀ

The Sakala Picture
Published On

ଜଳେଶ୍ଵର: ଜମିରେ ଚକଡା ପୋକ ଲାଗି ଖରିଫ ଧାନ ଫସଲ ଏକ ପ୍ରକାରେ ଉଜୁଡି ଯିବାକୁ ବସିଛି। ଏହାକୁ ଦେଖି ଜଣେ ଚାଷୀ ସହି ନ ପାରି ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି।  ଉକ୍ତ ଚାଷୀ ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଲକ୍ଷ୍ମୀନାରାୟଣ ଜେନା (୬୭)। ପରିବାର ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀନାରାୟଣ ୧୨ ମାଣ ଜମିରେ ଧାନ ଚାଷ କରିଥିଲେ। ୮ ମାଣ […]

ଜଳେଶ୍ଵର: ଜମିରେ ଚକଡା ପୋକ ଲାଗି ଖରିଫ ଧାନ ଫସଲ ଏକ ପ୍ରକାରେ ଉଜୁଡି ଯିବାକୁ ବସିଛି। ଏହାକୁ ଦେଖି ଜଣେ ଚାଷୀ ସହି ନ ପାରି ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି।  ଉକ୍ତ ଚାଷୀ ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଲକ୍ଷ୍ମୀନାରାୟଣ ଜେନା (୬୭)।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

ପରିବାର ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀନାରାୟଣ ୧୨ ମାଣ ଜମିରେ ଧାନ ଚାଷ କରିଥିଲେ। ୮ ମାଣ ଜମିକୁ ଭାଗରେ ଆଣିଥିବା ବେଳେ ବାକି ୪ ମାଣ ଜମି ନିଜର ଜମି ରହିଛି। ଚାଷ ପାଇଁ ଲକ୍ଷ୍ମୀନାରାୟଣ ସମବାୟ ସମିତି ଓ ଗାଁ ମହାଜନ ଠାରୁ ମଧ୍ୟ ଋଣ କରିଥିଲେ। ତେବେ ଗତ କିଛି ଦିନ ମଧ୍ୟରେ ଚକଡା ପୋକ ଲକ୍ଷ୍ମୀନାରାୟଣଙ୍କ ଜମିକୁ କବଳିତ କରିଥିବା ବେଳେ ଗତକାଲି ପୂର୍ବାହ୍ନରେ ଲକ୍ଷ୍ମୀନାରାୟଣ ନିଜ ଜମି ଦେଖିବାକୁ ଯାଇଥିଲେ। ତେବେ ଚକଡା ପୋକ ଯୋଗୁଁ ଜମିର ଫସଲ କ୍ଷତି ହୋଇଥିବା ଦେଖି ହିତାହିତ ଜ୍ଞାନ ହରାଇଥିଲେ। ଶେଷରେ ପାଖ ଏକ ଦୋକାନରୁ ଘାସ ମରା ଔଷଧ କିଣି ସେହି ବିଲରେ ପିଇ ଦେଇଥିଲେ। ପାଖ ବିଲରେ ଅନ୍ୟ ଜଣେ ଚାଷୀ ଲକ୍ଷ୍ମୀନାରାୟଣଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀନାରାୟଣଙ୍କୁ ପ୍ରଥମେ ଜଳେଶ୍ଵର ସେଠାରୁ ବାଲେଶ୍ଵର ଓ ପୁଣି କଟକ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ଲକ୍ଷ୍ମୀନାରାୟଣଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

16 Nov 2021 By The Sakala

ଚାଷ ଜମିରେ ପୋକ ଲାଗିବା ଦେଖି ବିଷ ପିଇ ଜୀବନ ହାରିଲେ ଚାଷୀ

ଜଳେଶ୍ଵର: ଜମିରେ ଚକଡା ପୋକ ଲାଗି ଖରିଫ ଧାନ ଫସଲ ଏକ ପ୍ରକାରେ ଉଜୁଡି ଯିବାକୁ ବସିଛି। ଏହାକୁ ଦେଖି ଜଣେ ଚାଷୀ ସହି ନ ପାରି ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି।  ଉକ୍ତ ଚାଷୀ ଜଣଙ୍କ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଲକ୍ଷ୍ମୀନାରାୟଣ ଜେନା (୬୭)।

ପରିବାର ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀନାରାୟଣ ୧୨ ମାଣ ଜମିରେ ଧାନ ଚାଷ କରିଥିଲେ। ୮ ମାଣ ଜମିକୁ ଭାଗରେ ଆଣିଥିବା ବେଳେ ବାକି ୪ ମାଣ ଜମି ନିଜର ଜମି ରହିଛି। ଚାଷ ପାଇଁ ଲକ୍ଷ୍ମୀନାରାୟଣ ସମବାୟ ସମିତି ଓ ଗାଁ ମହାଜନ ଠାରୁ ମଧ୍ୟ ଋଣ କରିଥିଲେ। ତେବେ ଗତ କିଛି ଦିନ ମଧ୍ୟରେ ଚକଡା ପୋକ ଲକ୍ଷ୍ମୀନାରାୟଣଙ୍କ ଜମିକୁ କବଳିତ କରିଥିବା ବେଳେ ଗତକାଲି ପୂର୍ବାହ୍ନରେ ଲକ୍ଷ୍ମୀନାରାୟଣ ନିଜ ଜମି ଦେଖିବାକୁ ଯାଇଥିଲେ। ତେବେ ଚକଡା ପୋକ ଯୋଗୁଁ ଜମିର ଫସଲ କ୍ଷତି ହୋଇଥିବା ଦେଖି ହିତାହିତ ଜ୍ଞାନ ହରାଇଥିଲେ। ଶେଷରେ ପାଖ ଏକ ଦୋକାନରୁ ଘାସ ମରା ଔଷଧ କିଣି ସେହି ବିଲରେ ପିଇ ଦେଇଥିଲେ। ପାଖ ବିଲରେ ଅନ୍ୟ ଜଣେ ଚାଷୀ ଲକ୍ଷ୍ମୀନାରାୟଣଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀନାରାୟଣଙ୍କୁ ପ୍ରଥମେ ଜଳେଶ୍ଵର ସେଠାରୁ ବାଲେଶ୍ଵର ଓ ପୁଣି କଟକ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ଲକ୍ଷ୍ମୀନାରାୟଣଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର