ପରୀକ୍ଷା ମାଧ୍ୟମରେ ଡାକ ବିଭାଗରେ ପୋଷ୍ଟିଂ ପାଇଁ ନିଯୁକ୍ତି ଦେବାକୁ ଦାବି

The Sakala Picture
Published On

ବାଲେଶ୍ବର,:ଭାରତ ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆ ପୋଷ୍ଟ୍ ତରଫରୁ ପୋଷ୍ଟିଂ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ସମିଗ୍ର ଭାରତରେ ଡ଼ାକ ବିଭାଗରେ ସମୁଦାୟ ୩୮ ହଜାର ୯୨୬ଟିରେ ଜିଡିଏସ୍, ବିପିଏମ୍/ଏବିପିଏମ୍ ଏବଂ ଡାକ ସେବକ ପଦ ପାଇଁ ନିଯୁକ୍ତିବାହାରିଛି। ଯାହାର ଆବେଦନ କରିବାର ଶେଷ ତାରିଖ ଜୁନ୍ ୬ ରହିଛି। ତେବେ ମାଟ୍ରିକରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ। ଏଥିସହିତ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ମାର୍କ ବେସିସ୍ […]

ବାଲେଶ୍ବର,:ଭାରତ ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆ ପୋଷ୍ଟ୍ ତରଫରୁ ପୋଷ୍ଟିଂ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ସମିଗ୍ର ଭାରତରେ ଡ଼ାକ ବିଭାଗରେ ସମୁଦାୟ ୩୮ ହଜାର ୯୨୬ଟିରେ ଜିଡିଏସ୍, ବିପିଏମ୍/ଏବିପିଏମ୍ ଏବଂ ଡାକ ସେବକ ପଦ ପାଇଁ ନିଯୁକ୍ତିବାହାରିଛି। ଯାହାର ଆବେଦନ କରିବାର ଶେଷ ତାରିଖ ଜୁନ୍ ୬ ରହିଛି। ତେବେ ମାଟ୍ରିକରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ। ଏଥିସହିତ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ମାର୍କ ବେସିସ୍ ରେ ଏଥିରେ ଚୟନ ବା ନିଯୁକ୍ତି କରାଯିବ। ତେବେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଚୟନ ପ୍ରକ୍ରିୟା ମାର୍କ ବେସିସ୍ ରେ ନକରି ପରୀକ୍ଷା କରି ତାହା ମାଧ୍ୟମରେ ଚୟନ କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ସୂଚନାଯୋଗ୍ୟ,ପୋଷ୍ଟାଲରେ ବାହାରିଥିବା ନିଯୁକ୍ତି ପାଇଁ ମାର୍କ ବେସିସ୍ ରେ ଚୟନ ବଦଳରେ ପରୀକ୍ଷା କରିବା ପାଇଁ ଅଧିକାଂଶ ପିଲାଙ୍କ ଦାବି ରହିଛି। ପ୍ରକାଶ ଥାଉକି,ଏଥିରେ ଆବେଦନ କରିବାର ବୟସ ସୀମା ୧୮ ରୁ ୪୦ ବର୍ଷ ରହିଛି। ତେବେ ୨୨/୨୫ ବର୍ଷ ତଳେ ମାଟ୍ରିକ୍ ପାସ କରିଥିବା ଜଣେ ବ୍ୟକ୍ତି ଏ ନିଯୁକ୍ତିରେ ମଧ୍ୟ ଆବେଦନ କରିପାରିବ। ମାତ୍ର ସେତେବେଳେ ମାଟ୍ରିକ ପାସ ହାର ଆଉ ଏବେର ପାସ ହାର ଭିତରେ ବହୁ ତଫାତ ରହିଛି। ଏବେ କିଛି ବର୍ଷ ହେଲା ଓଏମଆର୍ ବ୍ୟବସ୍ଥାରେ ଦଶମ ପରୀକ୍ଷା ଦେଇ ଅଧିକ ମାର୍କ ଏବଂ ଅଧିକ ପ୍ରତିଶତ ମଧ୍ୟ ରଖୁଛନ୍ତି। ୧୦୦ ନମ୍ବର ମଧ୍ୟରେ ୫୦ ମାର୍କ ମଲଟିପଲ୍ ଚଏସ୍, ୩୦ ମାର୍କ ପ୍ରଶ୍ନର ଉତ୍ତର ଏବଂ ବାକି ୨୦ ମାର୍କ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦାନ କରିବେ। ଏହି ଧାରାରେ ବର୍ତ୍ତମାନ ଛାତ୍ରଛାତ୍ରୀ ଦଶମ ପରୀକ୍ଷାରେ ବହୁତ ଭଲ ପ୍ରତିଶତ ରଖି ପାସ୍ ହେଉଛନ୍ତି। ତେଣୁ ୬/୭ ତଳେ ପରୀକ୍ଷା ଦେଇଥିବା ଏବଂ ତା’ଠୁ ପୂର୍ବରୁ ମଧ୍ୟ ପରୀକ୍ଷା ଛାତ୍ରଛାତ୍ରୀ ଏବଂ ଏବେର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଏକପ୍ରକାର ଭେଦଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ଏପରି ନିଯୁକ୍ତିରେ ବର୍ତ୍ତମାନର ପିଲାମାନେ ନିଯୁକ୍ତି ପାଇଯାଉଥିବା ବେଳେ ପୂର୍ବରୁ ମେଧାବୀ ଛାତ୍ରଛାତ୍ରୀ ମାର୍କ ବେସିସ୍ ଚୟନରେ ନିଯୁକ୍ତିରୁ ବଞ୍ଚିତ ହେଉଥିବା କହିଛନ୍ତି। ତେଣୁ ମାର୍କ ବେସିସ୍ ଚୟନ ନକରି ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦେଲେ ନିଯୁକ୍ତିରେ ଅନ୍ୟମାନେ ମଧ୍ୟ ସୁଯୋଗ ପାଇପାରିବେ। କାରଣ ଏବେ ଲକ୍ଷ୍ୟ ଲକ୍ଷ୍ୟ ପିଲା ବେକାରୀ ସମସ୍ୟାରେ ବେକାର ବୁଲୁଛନ୍ତି। ଏପରି ସମୟରେ ପୋଷ୍ଟାଲ ବିଭାଗ ପରୀକ୍ଷା ନକରି ମାର୍କ ବେସିସ୍ ରେ ନିଯୁକ୍ତି ଦେବା ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ଉପହାସ ବୋଲି କହିଛନ୍ତି। ଅନ୍ୟପଟେ ସବୁ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହେଉଥିବା ବେଳେ ଡାକ ବିଭାଗରେ ନିଯୁକ୍ତି ମାର୍କ ବେସିସ୍ ରେ ହେବା ନିହାତି ଭୁଲ ଏବଂ ଏହି ମାର୍କ ବେସିସ୍ ବ୍ୟବସ୍ଥା ନ ବଦଳିଲେ ଆନ୍ଦୋଳନ କରିବେ ବୋଲି ପିଲାମାନେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

17 May 2022 By The Sakala

ପରୀକ୍ଷା ମାଧ୍ୟମରେ ଡାକ ବିଭାଗରେ ପୋଷ୍ଟିଂ ପାଇଁ ନିଯୁକ୍ତି ଦେବାକୁ ଦାବି

ବାଲେଶ୍ବର,:ଭାରତ ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆ ପୋଷ୍ଟ୍ ତରଫରୁ ପୋଷ୍ଟିଂ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ସମିଗ୍ର ଭାରତରେ ଡ଼ାକ ବିଭାଗରେ ସମୁଦାୟ ୩୮ ହଜାର ୯୨୬ଟିରେ ଜିଡିଏସ୍, ବିପିଏମ୍/ଏବିପିଏମ୍ ଏବଂ ଡାକ ସେବକ ପଦ ପାଇଁ ନିଯୁକ୍ତିବାହାରିଛି। ଯାହାର ଆବେଦନ କରିବାର ଶେଷ ତାରିଖ ଜୁନ୍ ୬ ରହିଛି। ତେବେ ମାଟ୍ରିକରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ। ଏଥିସହିତ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ମାର୍କ ବେସିସ୍ ରେ ଏଥିରେ ଚୟନ ବା ନିଯୁକ୍ତି କରାଯିବ। ତେବେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଚୟନ ପ୍ରକ୍ରିୟା ମାର୍କ ବେସିସ୍ ରେ ନକରି ପରୀକ୍ଷା କରି ତାହା ମାଧ୍ୟମରେ ଚୟନ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ,ପୋଷ୍ଟାଲରେ ବାହାରିଥିବା ନିଯୁକ୍ତି ପାଇଁ ମାର୍କ ବେସିସ୍ ରେ ଚୟନ ବଦଳରେ ପରୀକ୍ଷା କରିବା ପାଇଁ ଅଧିକାଂଶ ପିଲାଙ୍କ ଦାବି ରହିଛି। ପ୍ରକାଶ ଥାଉକି,ଏଥିରେ ଆବେଦନ କରିବାର ବୟସ ସୀମା ୧୮ ରୁ ୪୦ ବର୍ଷ ରହିଛି। ତେବେ ୨୨/୨୫ ବର୍ଷ ତଳେ ମାଟ୍ରିକ୍ ପାସ କରିଥିବା ଜଣେ ବ୍ୟକ୍ତି ଏ ନିଯୁକ୍ତିରେ ମଧ୍ୟ ଆବେଦନ କରିପାରିବ। ମାତ୍ର ସେତେବେଳେ ମାଟ୍ରିକ ପାସ ହାର ଆଉ ଏବେର ପାସ ହାର ଭିତରେ ବହୁ ତଫାତ ରହିଛି। ଏବେ କିଛି ବର୍ଷ ହେଲା ଓଏମଆର୍ ବ୍ୟବସ୍ଥାରେ ଦଶମ ପରୀକ୍ଷା ଦେଇ ଅଧିକ ମାର୍କ ଏବଂ ଅଧିକ ପ୍ରତିଶତ ମଧ୍ୟ ରଖୁଛନ୍ତି। ୧୦୦ ନମ୍ବର ମଧ୍ୟରେ ୫୦ ମାର୍କ ମଲଟିପଲ୍ ଚଏସ୍, ୩୦ ମାର୍କ ପ୍ରଶ୍ନର ଉତ୍ତର ଏବଂ ବାକି ୨୦ ମାର୍କ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦାନ କରିବେ। ଏହି ଧାରାରେ ବର୍ତ୍ତମାନ ଛାତ୍ରଛାତ୍ରୀ ଦଶମ ପରୀକ୍ଷାରେ ବହୁତ ଭଲ ପ୍ରତିଶତ ରଖି ପାସ୍ ହେଉଛନ୍ତି। ତେଣୁ ୬/୭ ତଳେ ପରୀକ୍ଷା ଦେଇଥିବା ଏବଂ ତା’ଠୁ ପୂର୍ବରୁ ମଧ୍ୟ ପରୀକ୍ଷା ଛାତ୍ରଛାତ୍ରୀ ଏବଂ ଏବେର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଏକପ୍ରକାର ଭେଦଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ଏପରି ନିଯୁକ୍ତିରେ ବର୍ତ୍ତମାନର ପିଲାମାନେ ନିଯୁକ୍ତି ପାଇଯାଉଥିବା ବେଳେ ପୂର୍ବରୁ ମେଧାବୀ ଛାତ୍ରଛାତ୍ରୀ ମାର୍କ ବେସିସ୍ ଚୟନରେ ନିଯୁକ୍ତିରୁ ବଞ୍ଚିତ ହେଉଥିବା କହିଛନ୍ତି। ତେଣୁ ମାର୍କ ବେସିସ୍ ଚୟନ ନକରି ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦେଲେ ନିଯୁକ୍ତିରେ ଅନ୍ୟମାନେ ମଧ୍ୟ ସୁଯୋଗ ପାଇପାରିବେ। କାରଣ ଏବେ ଲକ୍ଷ୍ୟ ଲକ୍ଷ୍ୟ ପିଲା ବେକାରୀ ସମସ୍ୟାରେ ବେକାର ବୁଲୁଛନ୍ତି। ଏପରି ସମୟରେ ପୋଷ୍ଟାଲ ବିଭାଗ ପରୀକ୍ଷା ନକରି ମାର୍କ ବେସିସ୍ ରେ ନିଯୁକ୍ତି ଦେବା ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ଉପହାସ ବୋଲି କହିଛନ୍ତି। ଅନ୍ୟପଟେ ସବୁ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହେଉଥିବା ବେଳେ ଡାକ ବିଭାଗରେ ନିଯୁକ୍ତି ମାର୍କ ବେସିସ୍ ରେ ହେବା ନିହାତି ଭୁଲ ଏବଂ ଏହି ମାର୍କ ବେସିସ୍ ବ୍ୟବସ୍ଥା ନ ବଦଳିଲେ ଆନ୍ଦୋଳନ କରିବେ ବୋଲି ପିଲାମାନେ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର