କରୋନା କଟକଣା ସମୟରେ ମାଛ ଓ ପନିପରିବା ଗାଡିରେ ବ୍ରାଉନସୁଗର ଚାଲାଣ

The Sakala Picture
Published On

ବାଲେଶ୍ଵର: କରୋନା ମୁକାବିଲା ପାଇଁ ସରକାର ଲକଡାଉନ ସଟଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ କିନ୍ତୁ ଚୋରା ବ୍ରାଉନସୁଗର ବେପାରୀଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି ବୋଲି କୁହାଯାଇଛି। ଜଳେଶ୍ୱର ବ୍ରାଉନସୁଗର ବେପାର ପାଇଁ ହବ ପାଲଟିଥିବା ବେଳେ ଏଠାକାର ବହୁ ଚୋରା ବେପାରୀ ଏବେ ସମଗ୍ର ରାଜ୍ୟରେ ବ୍ରାଉନସୁଗର ବେପାରର ଚେର ଲମ୍ବାଇ ସାରିଲେଣି।ଗତ ଦୁଇଦିନ ମଧ୍ୟରେ ଓଡିଶା ପୁଲିସ୍ […]

ବାଲେଶ୍ଵର: କରୋନା ମୁକାବିଲା ପାଇଁ ସରକାର ଲକଡାଉନ ସଟଡାଉନ ଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ କିନ୍ତୁ ଚୋରା ବ୍ରାଉନସୁଗର ବେପାରୀଙ୍କ ପାଇଁ ଏହା ଆଶିର୍ବାଦ ହୋଇଛି ବୋଲି କୁହାଯାଇଛି। ଜଳେଶ୍ୱର ବ୍ରାଉନସୁଗର ବେପାର ପାଇଁ ହବ ପାଲଟିଥିବା ବେଳେ ଏଠାକାର ବହୁ ଚୋରା ବେପାରୀ ଏବେ ସମଗ୍ର ରାଜ୍ୟରେ ବ୍ରାଉନସୁଗର ବେପାରର ଚେର ଲମ୍ବାଇ ସାରିଲେଣି।ଗତ ଦୁଇଦିନ ମଧ୍ୟରେ ଓଡିଶା ପୁଲିସ୍ ଦ୍ବାରା ଭୁବନେଶ୍ୱର ଓ ଜଳେଶ୍ଵରରୁ ୩/୩ ଜଣ ଚୋରା ବେପାରୀ ଗିରଫ ହେବା ଏହି ଆଶଙ୍କାକୁ ସତ ପ୍ରମାଣିତ କରୁଛି। ଫଳରେ କରୋନା କଟକଣା ଅର୍ଥାତ ଲକଡାଉନ, ସଟଡାଉନ ଭଳି ସମୟରେ ମଧ୍ୟ ବାଲେଶ୍ଵର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଯେ ବ୍ରାଉନସୁଗର କାରବାର ନିର୍ବିଘ୍ନରେ ଚାଲିଛି ତାହା ନିଶ୍ଚିତ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଭିତରକୁ ଏହି ବ୍ରାଉନସୁଗର ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗ ସୀମାକୁ ପୁଲିସ ଦ୍ବାରା ସିଲ କରାଯାଇଥିଲେ ବି କେଉଁ ରାସ୍ତାରେ ଜିଲ୍ଲା ଭିତରକୁ ବ୍ରାଉନସୁଗର ଆସୁଛି ତାହା ଏବେ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତକାଲି ଭୁବନେଶ୍ୱରର କୁଇକ ଆକ୍ସନ ଟିମ୍ ଓ ମଞ୍ଚେଶ୍ବର ଥାନା ପୁଲିସ ଭୁବନେଶ୍ୱରରୁ ଜଳେଶ୍ଵର ଅଞ୍ଚଳର ଦୁଇଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ଧଳା ଜହ୍ନର ଜବତ କରିଥିଲେ।ଏହି ଦୁଇ ଗିରଫ ହେଉଛନ୍ତି ଜଣେ ଗଡିଚାଳକ ମଦନ କୁମାର ବେହେରା ଓ ଅନ୍ୟ ଜଣେ ବେପାରୀ ଶେଖ ମଙ୍ଗୁଲୁ ଓ ମଦନ ନିୟମିତ ଭାବେ ଜଳେଶ୍ଵରରୁ ମାଛ ନେଇ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି। ତେବେ ମାଛ ବିକ୍ରୀ ନାମରେ ସେମାନେ ବ୍ରାଉନସୁଗର ବେପାର ହିଁ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। କେବଳ ଏହି ଦୁଇଜଣ ନୁହେଁ ଆଜି ଜଳେଶ୍ଵର ପୁଲିସ ଦ୍ବାରା ମଧ୍ୟ ବ୍ରାଉନସୁଗର ସହ ଜଣେ ଚୋରା ବ୍ୟବସାୟୀ ଗିରଫ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

କୁହାଯାଇଛି ଏହି ଚୋରା ବ୍ୟବସାୟୀ ଜଣକ ଜଳେଶ୍ଵର ଥାନାର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁଙ୍କ ସହ ବ୍ରାଉନସୁଗର ବେପାର ପାଇଁ ହେଉଥିବା ଡିଲ ର ଅଡିଓ ଭାଇରାଲ କରିଥିଲେ। ମାତ୍ର ଦୁଇଟି ଯାକ ଘଟଣାରୁ ସ୍ପଷ୍ଟ ହୋଇଛି ଜିଲ୍ଲାରେ ବିଶେଷ କରି ଜଳେଶ୍ଵର ଅଞ୍ଚଳରେ କରୋନା କଟକଣା ସତ୍ୱେ ଏବେବି ବ୍ରାଉନସୁଗର ବେପାରୀ ସକ୍ରିୟ ଅଛନ୍ତି।କୁହାଯାଏ ବାଂଲାଦେଶରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଦେଇ  ଜଳେଶ୍ୱରରେ ପ୍ରଥମେ ବ୍ରାଉନସୁଗର ପହଞ୍ଚି ପରେ ବାଲେଶ୍ଵର ସମେତ ରାଜ୍ୟର ଅନ୍ୟ ସ୍ଥାନକୁ ଯାଇଥାଏ। କିନ୍ତୁ ପ୍ରଶ୍ନ ଉଠୁଛି ପଶ୍ଚିମବଙ୍ଗ ସୀମା ସିଲ ଥିବା ବେଳେ ଓ ସମସ୍ତ ସୀମାକୁ ପୁଲିସ ଜଗିଥିବା ବେଳେ ଜଳେଶ୍ଵରରେ ବ୍ରାଉନସୁଗର କିପରି ପହଞ୍ଚୁଛି ତାହା ଏବେ ସାଧାରଣରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

କୁହାଯାଉଛି ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଲକ୍ଷ୍ମଣନାଥ ଫାଟକ ଦେଇ ବିଭିନ୍ନ ମାଛ,ପନିପରିବା ତଥା ଅନ୍ୟ ମାଲ ଗାଡିରେ ବ୍ରାଉନସୁଗର ଜଳେଶ୍ଵର କୁ ଆସୁଛି। ଏସବୁ ଗାଡ଼ିକୁ ଯାଞ୍ଚ କରାଯାଉନଥିବା ବେଳେ ଯେପରି ଓଡ଼ିଶା ସୀମା ଭିତରକୁ ସ୍ବାଚ୍ଛନ୍ଦ୍ୟରେ ପ୍ରବେଶ କରି ପାରିବ ସେଥିପାଇ କେତେକ ଅସାଧୁ ପୁଲିସ କର୍ମଚାରୀ ଟଙ୍କା କାରବାର ବୁଡି ରହିଛନ୍ତି। ଜିଲ୍ଲାର ଜଣେ ନିଲମ୍ବିତ ଆଇଆଇସିଙ୍କୁ ସବୁଠାରୁ ସମ୍ବଦନଶୀଳ ଲକ୍ଷ୍ମଣନାଥ ଫାଟକ ଦାୟିତ୍ଵରେ ରଖାଯାଇଥିବା ବେଳେ ଏଠାରେ ଏବେ ଦିନରାତି ନିର୍ଦ୍ଦିଷ୍ଟ କେତେକ ଗାଡିରୁ ଅର୍ଥ ସଙ୍ଗ୍ରହ କରାଯାଉଥିବା ଦେଖିବାକୁ ମିଳୁଛି। କେବଳ ଲକ୍ଷ୍ମଣନାଥ ନୁହେଁ ଜଳେଶ୍ଵର ଥାନା ଅଧିନସ୍ଥ ସୋଲପଟ୍ଟା- ଆମ୍ବିଳିଅଠା,ମାଟିବିରୁଆ-ସୁଗୋ ରାସ୍ତା,ସୁନାକଣିଆ-ବୈରାଟଆଡି, ଲକ୍ଷ୍ମଣନାଥ ରାସ୍ତା, ରାଇବଣିଆ ଥାନା ଅଧିନସ୍ଥ ନୟାଗ୍ରାମ-ଚୁଡାମଣିପୁର,ସର୍ଦ୍ଦାରବନ୍ଧ ରାସ୍ତା, ତାଳସାରି ସାମୁଦ୍ରିକ ଥାନା ଅଧିନସ୍ଥ ଦୀଘା ଉଦୟପୁର ରାସ୍ତା ସମେତ ଅନ୍ୟ କେତେକ ରାସ୍ତା ଦେଇ ଏବେ ନିୟମିତ ଭାବେ ବିଭିନ୍ନ ଚୋରା ଗାଡି ସହ ପ୍ରବାସୀଙ୍କୁ ନେଇ ଆସୁଥିବା ଗାଡ଼ି ଆସୁଛି। ଏସବୁ ଗାଡିରେ ବ୍ରାଉନସୁଗର ପ୍ରଥମେ  ଜଳେଶ୍ଵର ଓ ସେଠାରୁ ବାଲେଶ୍ଵର ସମେତ ଅନ୍ୟ ସ୍ଥାନରେ ପହଞ୍ଚୁଛି। ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର