ଜଳେଶ୍ବରରେ ପୁଣି ଜବତ ହେଲା ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗର , ୨ଗିରଫ

The Sakala Picture
Published On

ଜଳେଶ୍ବର: ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ୱର ରାଜପୁର ନଦୀ ବନ୍ଧ ଅଞ୍ଚଳରୁ  ୨୮୦ ଗ୍ରାମ ବ୍ରାଉନ ସୁଗର ଜବତ  କରିବା ସହ ଦୁଇ ବ୍ରାଉନସୁଗର  ବେପାରୀଙ୍କୁ ଗିରଫ କରିଛି।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଅଟକ ଦୁଇ ଜଣ ହେଲେ ସମୀର ଖାଁ ଓ ଶେଖ ଆଇମତ। ସୂଚନା ଅନୁଯାୟୀ, ଗତ କାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ସଦଳବଳେ  ବିଳମ୍ବିତ […]

ଜଳେଶ୍ବର: ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ୱର ରାଜପୁର ନଦୀ ବନ୍ଧ ଅଞ୍ଚଳରୁ  ୨୮୦ ଗ୍ରାମ ବ୍ରାଉନ ସୁଗର ଜବତ  କରିବା ସହ ଦୁଇ ବ୍ରାଉନସୁଗର  ବେପାରୀଙ୍କୁ ଗିରଫ କରିଛି।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଅଟକ ଦୁଇ ଜଣ ହେଲେ ସମୀର ଖାଁ ଓ ଶେଖ ଆଇମତ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ଅନୁଯାୟୀ, ଗତ କାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ସଦଳବଳେ  ବିଳମ୍ବିତ ରାତିରେ ଜଳେଶ୍ୱର ଝାଡ଼େଶ୍ୱର ପୁର ଓ ରାଜପୁର ନଦୀ ବନ୍ଧ ଅଞ୍ଚଳରେ ଚଢ଼ାଉ କରି ରାଜପୁର ନଦୀ ବନ୍ଧ ଅଞ୍ଚଳରେ ବ୍ରାଉନସୁଗର ନେଣଦେଣ ଚାଲିଥିଲା ବେଳେ ଦୁଇ ବ୍ରାଉନସୁଗର ବ୍ୟବସାୟୀକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ପୋଲିସ ସେ ଦୁଇ ଜଣଙ୍କୁ  ୨୯୭/୨୧ ନମ୍ବର କେଶ ମୁଳେ ଗିରଫ କରି ଅଧିକ ତଥ୍ୟ ପାଇଁ ପଚରା ଉଚରା କରୁଛି। ତେବେ ଆଇଆଇସି ପ୍ରା ପ୍ରଜ୍ଞା ମହାନ୍ତି  ଜଳେଶ୍ବର ଥାନାର କାର୍ଯ୍ୟଭାର ନେବାର ଏକ ମାସ ମଧ୍ୟରେ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଯବତ କରିବା ସହିତ ପାଞ୍ଚ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ବ୍ୟବସାୟୀ ଥିଲାବେଳେ ତିନି ଜଣ ପୁରୁଷ ରହିଛନ୍ତି। ଆଇଆଇସିଙ୍କ  ସିଂହମ ଷ୍ଟାଇଲ ଦେଖି ବ୍ରାଉନ ସୁଗାର ବେପାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଆଗକୁ ଜଳେଶ୍ବର ଅଂଚଳରୁ ବ୍ରାଉନ ସୁଗାର ବେପାର ସମ୍ପୂର୍ଣ୍ଣ ମୂଳଉତ୍ପାଟନ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜଳେଶ୍ୱର ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର