ବାଲେଶ୍ଵରକୁ ଓମିକ୍ରନ୍ ଚିନ୍ତା: ମାସେ ଭିତରେ ବିଦେଶରୁ ୧୭୦ ଜଣ ବାଲେଶ୍ଵରକୁ ଫେରିଛନ୍ତି

The Sakala Picture
Published On

ବାଲେଶ୍ଵର: କରୋନାର ନୂଆ ରୂପ ଓମିକ୍ରନ୍ ନେଇ ସାରା ବିଶ୍ବବାସୀ ଆତଙ୍କିତ। ତେବେ ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ୍ ଚିହ୍ନଟ ହେଉଥିବା ବେଳେ ଏହାକୁ ନେଇ ଓଡିଶାରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ ଜଣେ ବି ଓମିକ୍ରନ୍ ଚିହ୍ନଟ ହୋଇନଥିବା ବେଳେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ପତ୍ତା ମିଳୁନାହିଁ। ଯାହା ଏବେ ଚିନ୍ତାର ବିଷୟ ନିଶ୍ଚୟ। ସେହିପରି ବାଲେଶ୍ଵର ଜିଲ୍ଲାରେ ମଧ୍ୟ ୧୭୦ରୁ ଅଧିକ ଲୋକ ବିଦେଶ […]

ବାଲେଶ୍ଵର: କରୋନାର ନୂଆ ରୂପ ଓମିକ୍ରନ୍ ନେଇ ସାରା ବିଶ୍ବବାସୀ ଆତଙ୍କିତ। ତେବେ ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ୍ ଚିହ୍ନଟ ହେଉଥିବା ବେଳେ ଏହାକୁ ନେଇ ଓଡିଶାରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ ଜଣେ ବି ଓମିକ୍ରନ୍ ଚିହ୍ନଟ ହୋଇନଥିବା ବେଳେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ପତ୍ତା ମିଳୁନାହିଁ। ଯାହା ଏବେ ଚିନ୍ତାର ବିଷୟ ନିଶ୍ଚୟ। ସେହିପରି ବାଲେଶ୍ଵର ଜିଲ୍ଲାରେ ମଧ୍ୟ ୧୭୦ରୁ ଅଧିକ ଲୋକ ବିଦେଶ ଯାତ୍ରା କରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପତ୍ତା ମିଳି ନ ଥିବା ବେଳେ ଆଉ କାହାର ନମ୍ବର ଲାଗୁନି ତ ପୁଣି ଆଉ କାହାର ଠିକଣା ଭୁଲ ରହିଛି। ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କର ଠାବ କରାଯିବା ପ୍ରକ୍ରିୟା ଚାଲୁରହିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିକଟରୁ ବାଲେଶ୍ଵର ସ୍ବାସ୍ଥ୍ୟ ବିଭାଗକୁ ବିଦେଶ ଫେରନ୍ତାଙ୍କ ତାଲିକା ଆସିଛି। ଗୋଟିଏ ମାସ ଭିତରେ ୧୭୦ ଜଣ ଲୋକ ବିଦେଶରୁ ବାଲେଶ୍ଵରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଭୋଗରାଇରୁ ୩୮ ଓ ସୋରରୁ ୨୨ ଜଣ ବିଦେଶ ଫେରନ୍ତା ଅଛନ୍ତି। ସର୍ବନିମ୍ନ ଖଇରା ବ୍ଲକରେ ଜଣେ ବିଦେଶ ଫେରନ୍ତା ରହିଛନ୍ତି। ଏହାବ୍ୟତୀତ ଅନ୍ୟ ବ୍ଲକରେ ଅଳ୍ପବହୁତେ ବିଦେଶ ଫେରନ୍ତା ଯାତ୍ରୀ ରହିଛନ୍ତି। ତେବେ ରାଜ୍ୟ ସରକାରଙ୍କଠୁ ଆସିଥିବା ତାଲିକାରେ ବିଦେଶ ଫେରନ୍ତାଙ୍କ ନାମ, ଠିକଣା, ଯୋଗାଯୋଗ ନମ୍ବର ଏବଂ ଯାତ୍ରା କରିବା ତାରିଖ ଉଲ୍ଲେଖ ରହିଛି। ତାହାକୁ ଅନୁସରଣ କରି ସେମାନଙ୍କୁ ଠାବ କରିବା ପାଇଁ କୋଭିଡ୍ କଣ୍ଟ୍ରୋଲ ରୁମ୍ ରୁ ସେମାନଙ୍କୁ ସିଧାସଳଖ କଲ୍ କରାଯାଉଛି। ନମ୍ବର ଲାଗିବା ପରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହାବ୍ୟତୀତ ବ୍ଲକସ୍ତରରେ ଥିବା ସ୍ବାସ୍ଥ୍ୟ କର୍ମୀ ଓ ଲାବ୍ ଟେକନିସିଆନ୍ ସେମାନଙ୍କର ସ୍ବାବ୍ ସଂଗ୍ରହ କରୁଛନ୍ତି। ତେବେ ଅନେକ ଯାତ୍ରୀ ବିଦେଶ ନମ୍ବର ପକାଇଥିବାରୁ ସେମାନଙ୍କ ନମ୍ବର ଲାଗୁନାହିଁ। ସେମାନଙ୍କୁ ଠାବ କରିବାରେ ସମସ୍ୟା ହେଉଛି। ଆଶା ଓ ଅଙ୍ଗନବାଡି କର୍ମୀ ସେମାନଙ୍କୁ ଲଗାତାର ଟ୍ରେସ୍ କରୁଛନ୍ତି। ବାଲେଶ୍ଵରରେ ନଭେମ୍ବର ୨୦ ରୁ ଓମିକ୍ରନ୍ ପାଇଁ ସର୍ଭିଲାନ୍ସ୍ ଆରମ୍ଭ ହୋଇଛି। ଯେଉଁମାନେ ଦେଶ ବାହାରୁ ଯାତ୍ରା କରି ଫେରୁଛନ୍ତି ସେମାନଙ୍କର ପ୍ରଥମ ଦିନ ସ୍ବାବ୍ ପରୀକ୍ଷା ହେବା ସହ ପୁଣିଥରେ ଅଷ୍ଟମ ଦିନରେ ଆରଟିପିସିଆର ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୫୦ ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି। ଏବେ ସୁଦ୍ଧା କାହାରି ପଜିଟିଭ୍ ଆସିନଥିବା ଜଣାପଡିଛି। ତେବେ ପଜିଟିଭ୍ ଆସିବା ପରେ ଜେନେଟିକ୍ ସିକ୍ୟୁଏନ୍ସି ନିମନ୍ତେ ତାହା ଓମିକ୍ରନ୍ କି ନାହିଁ ଜାଣିବା ପାଇଁ ଭୁବନେଶ୍ବର ଆଇଏଲଏସ୍(ଇନଷ୍ଟିଚ୍ୟୁଟ ଅଫ୍ ଲାଇଭ୍ ସାଇନ୍ସ୍)କୁ ପଠାଯାଉଛି। ସେଠାରୁ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜଣାପଡିବ। ତେବେ ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସେମାନେ ନିଜ ଆଡୁ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୮୨୨୬୮୮୩୦ ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ବାହାରୁ ଆସିବା ପରେ ୮ ଦିନ ପର୍ଯ୍ଯନ୍ତ ଗୃହବନ୍ଦୀରେ ରହୁଛନ୍ତି। ପୁଣି ୮ ଦିନ ପରେ ପରୀକ୍ଷା ହୋଇ ରିପୋର୍ଟ ଆସିବା ପରେ ବାହାରକୁ ବାହାରିବାକୁ ଗାଇଡଲାଇନ୍ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର