ବାବା ପରିଚୟ ଦେଇ ମହିଳାଙ୍କ ଠାରୁ ସାଢେ ୩ ଲକ୍ଷ ଟଙ୍କାର ଗହଣା ଲୁଟ୍

The Sakala Picture
Published On

ଜଳେଶ୍ଵର: ଜଳେଶ୍ଵର ଟାଉନ ହାଇସ୍କୁଲ ସମ୍ମୁଖ ରାସ୍ତା ଉପରେ ଦିନ ଦ୍ବିପହରରେ ଜଣେ ଯୁବକ ନିଜକୁ ହରିଦ୍ଵାରରୁ ଆସିଛି ଓ ବାବା ବୋଲି ପରିଚୟ ଦେଇ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଜଳେଶ୍ଵର ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତା, ଯାଦବପୁର ଅଞ୍ଚଳର ମାଣିକ ଲାଲ ଦେଙ୍କ ପତ୍ନୀ ଜୟା […]

ଜଳେଶ୍ଵର: ଜଳେଶ୍ଵର ଟାଉନ ହାଇସ୍କୁଲ ସମ୍ମୁଖ ରାସ୍ତା ଉପରେ ଦିନ ଦ୍ବିପହରରେ ଜଣେ ଯୁବକ ନିଜକୁ ହରିଦ୍ଵାରରୁ ଆସିଛି ଓ ବାବା ବୋଲି ପରିଚୟ ଦେଇ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଜଳେଶ୍ଵର ପୁଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତା, ଯାଦବପୁର ଅଞ୍ଚଳର ମାଣିକ ଲାଲ ଦେଙ୍କ ପତ୍ନୀ ଜୟା ଚାରିଦିନ ତଳେ ତାଙ୍କ ଭାଇ ଘର କୁହାଯାଉଥିବା ଜଳେଶ୍ଵର ବଡ଼ବଜାରର ପାର୍ଥ କରଙ୍କ ଘରକୁ ଆସିଥିଲେ। ଆଜି ସକାଳେ ଜୟା କୌଣସି ଏକ କାମରେ ପାଳସାହି ଛକକୁ ଯାଇଥିଲେ। ଦିନ ଗୋଟାଏ ସମୟରେ ସେ ଘରକୁ ଫେରୁଥିବା ବେଳେ ଟାଉନ ହାଇସ୍କୁଲ ସମ୍ମୁଖରେ ଜଣେ ଅଚିହ୍ନା ଯୁବକ ତାଙ୍କୁ ଅଟକାଇ ରାମଦେବ ବାବାଙ୍କ ଭକ୍ତ ହରିଦ୍ଵାରରୁ ଆସିଛି ବୋଲି କହିଥିଲେ। ଜୟାଙ୍କ କପାଳ ଠିକ ନାହିଁଁ, ତାଙ୍କୁ ଲକ୍ଷ୍ମୀ ଛାଡ଼ି ଯାଇଛି, ତାଙ୍କ ପୁଅଝିଅ ଜୀବନ ପ୍ରତି ବିପଦ ରହିଛି,ବ୍ୟବସାୟରେ କ୍ଷତି ହେବ ଏହିପରି ସୂଚନା ଯୁବକ ଜଣକ ଜୟାଙ୍କୁ ସୂଚନା ଦେଇଥିଲା।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଏହି ସମୟରେ ଯୁବକଙ୍କ ଅନ୍ୟଜଣେ ସହଯୋଗୀ ଚତୁରତାର ସହ ସେଠାରେ ବାଇକରେ ପହଞ୍ଚିିି ସେ ମଧ୍ୟ ହାତ ଦେଖିବାକୁ କହିବାରୁ ଜୟା ଯୁବକଙ୍କୁ ବାବା ବୋଲି ବିଶ୍ବାସ କରିଯାଇଥିଲେ। ଜୟାଙ୍କ ଏ ସମସ୍ୟାର ପ୍ରତିକାର ରହିଛି ତେଣୁ ତାଙ୍କୁ ପାଖ ଏକ ଦୋକାନକୁ କର୍ପୁର କିଣିବାକୁ କହି ସେହି କର୍ପୁରକୁ ଉଭୟ ପାପୁଲିରେ ଲଗାଇବାକୁ ଯୁବକ ଜଣକ କହିଥିଲା। ସେହିପରି ଜୟା ପିନ୍ଧିଥିବା ସମସ୍ତ ଗହଣାକୁ ଖୋଲି ତାଙ୍କ ବ୍ୟାଗରେ ରଖିବାକୁ ଯୁବକ ଜଣକ ନିର୍ଦ୍ଦେଶ ଦେଇଥିଲା। ଯୁବକଙ୍କ କହିବା ମୁତାବକ ଜୟା ତାଙ୍କ ସମସ୍ତ ଗହଣା ଯେପରି ଖୋଲି ବ୍ୟାଗରେ ରଖିଛନ୍ତି ତତ୍ କ୍ଷଣାତ ତାଙ୍କ ବ୍ୟାଗ ଟିକୁ ଯୁବକ ଜଣକ ଛଡ଼ାଇ ନେଇ ଉପରୋକ୍ତ ଦ୍ଵିତୀୟ ଯୁବକଙ୍କ ବାଇକରେ ନୂଆ ବଜାର ଆଡ଼କୁ ପଳାଇଥିବା ଜଣା ପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟ କରିଥିବା ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଏହି ରିପୋର୍ଟ ଲେଖା ହେବା ଯାଏଁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

23 Nov 2021 By The Sakala

ବାବା ପରିଚୟ ଦେଇ ମହିଳାଙ୍କ ଠାରୁ ସାଢେ ୩ ଲକ୍ଷ ଟଙ୍କାର ଗହଣା ଲୁଟ୍

ଜଳେଶ୍ଵର: ଜଳେଶ୍ଵର ଟାଉନ ହାଇସ୍କୁଲ ସମ୍ମୁଖ ରାସ୍ତା ଉପରେ ଦିନ ଦ୍ବିପହରରେ ଜଣେ ଯୁବକ ନିଜକୁ ହରିଦ୍ଵାରରୁ ଆସିଛି ଓ ବାବା ବୋଲି ପରିଚୟ ଦେଇ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଠାରୁ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇବା ପରେ ଜଳେଶ୍ଵର ପୁଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତା, ଯାଦବପୁର ଅଞ୍ଚଳର ମାଣିକ ଲାଲ ଦେଙ୍କ ପତ୍ନୀ ଜୟା ଚାରିଦିନ ତଳେ ତାଙ୍କ ଭାଇ ଘର କୁହାଯାଉଥିବା ଜଳେଶ୍ଵର ବଡ଼ବଜାରର ପାର୍ଥ କରଙ୍କ ଘରକୁ ଆସିଥିଲେ। ଆଜି ସକାଳେ ଜୟା କୌଣସି ଏକ କାମରେ ପାଳସାହି ଛକକୁ ଯାଇଥିଲେ। ଦିନ ଗୋଟାଏ ସମୟରେ ସେ ଘରକୁ ଫେରୁଥିବା ବେଳେ ଟାଉନ ହାଇସ୍କୁଲ ସମ୍ମୁଖରେ ଜଣେ ଅଚିହ୍ନା ଯୁବକ ତାଙ୍କୁ ଅଟକାଇ ରାମଦେବ ବାବାଙ୍କ ଭକ୍ତ ହରିଦ୍ଵାରରୁ ଆସିଛି ବୋଲି କହିଥିଲେ। ଜୟାଙ୍କ କପାଳ ଠିକ ନାହିଁଁ, ତାଙ୍କୁ ଲକ୍ଷ୍ମୀ ଛାଡ଼ି ଯାଇଛି, ତାଙ୍କ ପୁଅଝିଅ ଜୀବନ ପ୍ରତି ବିପଦ ରହିଛି,ବ୍ୟବସାୟରେ କ୍ଷତି ହେବ ଏହିପରି ସୂଚନା ଯୁବକ ଜଣକ ଜୟାଙ୍କୁ ସୂଚନା ଦେଇଥିଲା।

ଏହି ସମୟରେ ଯୁବକଙ୍କ ଅନ୍ୟଜଣେ ସହଯୋଗୀ ଚତୁରତାର ସହ ସେଠାରେ ବାଇକରେ ପହଞ୍ଚିିି ସେ ମଧ୍ୟ ହାତ ଦେଖିବାକୁ କହିବାରୁ ଜୟା ଯୁବକଙ୍କୁ ବାବା ବୋଲି ବିଶ୍ବାସ କରିଯାଇଥିଲେ। ଜୟାଙ୍କ ଏ ସମସ୍ୟାର ପ୍ରତିକାର ରହିଛି ତେଣୁ ତାଙ୍କୁ ପାଖ ଏକ ଦୋକାନକୁ କର୍ପୁର କିଣିବାକୁ କହି ସେହି କର୍ପୁରକୁ ଉଭୟ ପାପୁଲିରେ ଲଗାଇବାକୁ ଯୁବକ ଜଣକ କହିଥିଲା। ସେହିପରି ଜୟା ପିନ୍ଧିଥିବା ସମସ୍ତ ଗହଣାକୁ ଖୋଲି ତାଙ୍କ ବ୍ୟାଗରେ ରଖିବାକୁ ଯୁବକ ଜଣକ ନିର୍ଦ୍ଦେଶ ଦେଇଥିଲା। ଯୁବକଙ୍କ କହିବା ମୁତାବକ ଜୟା ତାଙ୍କ ସମସ୍ତ ଗହଣା ଯେପରି ଖୋଲି ବ୍ୟାଗରେ ରଖିଛନ୍ତି ତତ୍ କ୍ଷଣାତ ତାଙ୍କ ବ୍ୟାଗ ଟିକୁ ଯୁବକ ଜଣକ ଛଡ଼ାଇ ନେଇ ଉପରୋକ୍ତ ଦ୍ଵିତୀୟ ଯୁବକଙ୍କ ବାଇକରେ ନୂଆ ବଜାର ଆଡ଼କୁ ପଳାଇଥିବା ଜଣା ପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟ କରିଥିବା ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଏହି ରିପୋର୍ଟ ଲେଖା ହେବା ଯାଏଁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର