ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Madhusudan Das Picture
Published On

ବାଲେଶ୍ୱର: ଅଧାରାସ୍ତାରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ । ବହୁ ସମୟ ଧରି ରାସ୍ତାରେ ଅଟକି ରହିବାରୁ ହସ୍ପିଟାଲରେ ପହଞ୍ଚି ପାରିଲେ ନାହିଁ ଗୁରୁତର ରୋଗୀ। ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗାଁରୁ। 

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ସୂଚନା ଅନୁସାରେ, ତୋରାଣିପଦା ଗାଁର ଭାଗବତ ସାହୁଙ୍କୁ ବିଦ୍ୟୁତ୍ ଝଟକା ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭାଗବତ ସାହୁଙ୍କୁ ଭଦ୍ରକ ମେଡିକାଲ ନିଆଯାଉଥିଲା। ହେଲେ ଜଲଙ୍ଗ ଛକ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ରାସ୍ତାରେ ଅଟକି ରହିଥିଲା। ଗାଡ଼ି ଠିକ୍ ନହେବାରୁ ଗୁରୁତର ଅବସ୍ଥାରେ ଥିବା ଭାଗବତଙ୍କୁ ସମୟରେ ହସ୍ପିଟାଲ ନିଆଯାଇ ପାରିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ଶେଷରେ ଜଲଙ୍ଗ ଛକ ନିକଟରେ ଆମ୍ବୁଲାନ୍ସ ଭିତରେ ହିଁ ଭାଗବତ ସାହୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଲୋକେ ଆମ୍ବୁଲାନ୍ସକୁ ଅଟକ ରଖିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ରକ୍ଷଣାବେକ୍ଷଣରେ ଅବହେଳା ଏବଂ ରୋଗୀଙ୍କୁ ସମୟରେ ଚିକିତ୍ସା ମିଳିନଥିବା ଅଭିଯୋଗକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର