କମ୍‌‌ ପୁଞ୍ଜି ନିବେଶରେ ହାତିଆ ଘାସ ଚାଷ କରି ଆର୍ଥିକ ଲାଭବାନ ହେଉଛନ୍ତି ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ

The Sakala Picture
Published On

ରାଇବଣିଆ(ଅଶ୍ରୁମୋଚନ ଘୋଷ): ଏଣିକି ଚାଷରୁ ଶସ୍ୟ, ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ ପ୍ରତି ଚାଷୀ ଆକର୍ଷିତ ନ ହୋଇ ଅଧିକ ଲାଭ ପାଇବା ଲାଗି ନୂଆ ନୂଆ ଚାଷ ପଦ୍ଧତିକୁ ଆପଣାଉଛି। ଏବେ ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ହାତିଆ ଘାସ (ହାଇବ୍ରିଡ ସୁପର ନାପିଅର) ଚାଷ କରୁଛନ୍ତି। ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି। ଚଳିତବର୍ଷ ଜଳେଶ୍ୱର […]

ରାଇବଣିଆ(ଅଶ୍ରୁମୋଚନ ଘୋଷ): ଏଣିକି ଚାଷରୁ ଶସ୍ୟ, ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ ପ୍ରତି ଚାଷୀ ଆକର୍ଷିତ ନ ହୋଇ ଅଧିକ ଲାଭ ପାଇବା ଲାଗି ନୂଆ ନୂଆ ଚାଷ ପଦ୍ଧତିକୁ ଆପଣାଉଛି। ଏବେ ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ହାତିଆ ଘାସ (ହାଇବ୍ରିଡ ସୁପର ନାପିଅର) ଚାଷ କରୁଛନ୍ତି। ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଚଳିତବର୍ଷ ଜଳେଶ୍ୱର ଅଞ୍ଚଳର ପ୍ରାୟ ୬୦ ଜଣ ଚାଷୀ ଏହି ଚାଷ କରି ପର୍ଯ୍ୟାୟକ୍ରମେ ଆର୍ଥିକ ଲାଭବାନ ହୋଇପାରିଛନ୍ତି। ଗୋଟିଏ ଏକର ଜମିରୁ ୨ ଲକ୍ଷ ଟଙ୍କାର ଲାଭ ମିଳୁଥିବା ବେଳେ ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଦିନକୁ ଦିନ ପାରମ୍ପରିକ ଚାଷ ଲୁପ୍ତ ହୋଇ ଆସୁଥିବା ବେଳେ ଆରମ୍ଭ ହେଉଛି ଏଭଳି ବ୍ୟବସାୟିକ ଚାଷ। ଧାନ, ପାନ ଓ ମୀନର ଅଞ୍ଚଳ କୁହାଯାଉଥିବା ଜଳେଶ୍ୱର ଅଞ୍ଚଳରେ ହାତିଆ ଘାସ ଅଧିକରୁ ଅଧିକ ଚାଷ କରାଯାଉଛି। ଏହା ଦେଖିବାକୁ ଠିକ୍‌‌ ଘାସ ପରି। ବିଭିନ୍ନ ଅଞ୍ଚଳରେ ଥିବା ଗୋଶାଳାକୁ ଏହି ଘାସ କ୍ଲିଣ୍ଟାଲ ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଳେଶ୍ୱରର ଖୁଆଡ ପଞ୍ଚାୟତର ଭୋଳ ଗାଁର ବରେନ୍ଦ୍ର ମହନ୍ତ ଓ ରଜତ ସାହୁ, ଜାମଶୁଲି ଗ୍ରାମର ମାନସ ପରିଡ଼ା, ସୀତାଡିହ ଗ୍ରାମର ମନ୍ମଥ ସାହୁ, ଗଡ଼ସାହି ବାଲିଆପାଳର ପ୍ରଦୀପ ଗିରି ପ୍ରମୁଖ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ପ୍ରତି ଏକରକୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାରମ୍ଭିକ ଭାବେ ୨ ଲକ୍ଷ ୬୫ ହଜାର ଟଙ୍କା ଲାଭ ମିଳୁଛି। ବର୍ଷକୁ ଗୋଟିଏ ଜମିରୁ ୫ ଥର ହାତିଆ ଘାସ କାଟି ବିକ୍ରି କରାଯାଇଥାଏ। ତେଣୁ ଏଭଳି ଚାଷ କରିବାରେ କମ୍‌‌ ଖର୍ଚ୍ଚରେ ଅଧିକ ଲାଭବାନ ହେବା ସମ୍ପର୍କରେ ସେମାନେ କହିଛନ୍ତି। ଏହି ଚାଷ ଲାଗି ଭାରତରେ ଜୟ ଚଣ୍ଡୀମାତା ବାୟୋ ଫୁଏଲ ପ୍ରାଇଭେଟ୍‌‌ ଲିମିଟେଡ ଏପରି ଚାଷକୁ ସର୍ବଭାରତୀୟସ୍ତରରେ ମୀରା କ୍ଲିନ୍‌‌ ଫୁଏଲ ଲିମିଟେଡ କମ୍ପାନୀ ଜରିଆରେ ପ୍ରୋତ୍ସାହିତ କରୁଛି। ବାଲେଶ୍ୱରସ୍ଥିତ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାଉତଙ୍କ ମତ ଅନୁଯାୟୀ, ଏ ଅଞ୍ଚଳରେ ୫ହଜାର ଚାଷୀ ଏପରି ଚାଷ ଆରମ୍ଭ କରିବାକୁ ଯାଉଛନ୍ତି। ତେଣୁ ଆଗାମୀ ଦିନରେ ଜଳେଶ୍ୱରରେ କମ୍ପାନୀ ପକ୍ଷରୁ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। କମ୍ପାନୀ ଏହି ଘାସରୁ ବାୟୋ ଫୁଏଲ୍‌‌, ମିଥାନଲ, ବାୟୋ ସିଏନଜି, ବାୟୋ ଫଟିଲାଇଜର ଓ ବାୟୋ କୋଲ ପ୍ରସ୍ତୁତ କରିବ। ପ୍ରଥମ ପର୍ଯ୍ୟାୟରେ ଏହି କାରଖାନାରେ ୨୫୦ ଜଣ ନିଯୁକ୍ତି ପାଇବେ ବୋଲି ଶ୍ରୀ ରାଉତ କହିଛନ୍ତି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

17 Sep 2023 By The Sakala

କମ୍‌‌ ପୁଞ୍ଜି ନିବେଶରେ ହାତିଆ ଘାସ ଚାଷ କରି ଆର୍ଥିକ ଲାଭବାନ ହେଉଛନ୍ତି ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ

ରାଇବଣିଆ(ଅଶ୍ରୁମୋଚନ ଘୋଷ): ଏଣିକି ଚାଷରୁ ଶସ୍ୟ, ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ ପ୍ରତି ଚାଷୀ ଆକର୍ଷିତ ନ ହୋଇ ଅଧିକ ଲାଭ ପାଇବା ଲାଗି ନୂଆ ନୂଆ ଚାଷ ପଦ୍ଧତିକୁ ଆପଣାଉଛି। ଏବେ ଜଳେଶ୍ୱର ଅଞ୍ଚଳର ବହୁ ଚାଷୀ ହାତିଆ ଘାସ (ହାଇବ୍ରିଡ ସୁପର ନାପିଅର) ଚାଷ କରୁଛନ୍ତି। ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି।

ଚଳିତବର୍ଷ ଜଳେଶ୍ୱର ଅଞ୍ଚଳର ପ୍ରାୟ ୬୦ ଜଣ ଚାଷୀ ଏହି ଚାଷ କରି ପର୍ଯ୍ୟାୟକ୍ରମେ ଆର୍ଥିକ ଲାଭବାନ ହୋଇପାରିଛନ୍ତି। ଗୋଟିଏ ଏକର ଜମିରୁ ୨ ଲକ୍ଷ ଟଙ୍କାର ଲାଭ ମିଳୁଥିବା ବେଳେ ଅଧିକ ଲାଭ, କମ୍‌‌ ପୁଞ୍ଜି ଓ ପରିଶ୍ରମ ତଥା ସରକାରୀ ପ୍ରୋତ୍ସାହନ ଦ୍ୱାରା ଏ ଅଞ୍ଚଳର କୃଷକମାନେ ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଦିନକୁ ଦିନ ପାରମ୍ପରିକ ଚାଷ ଲୁପ୍ତ ହୋଇ ଆସୁଥିବା ବେଳେ ଆରମ୍ଭ ହେଉଛି ଏଭଳି ବ୍ୟବସାୟିକ ଚାଷ। ଧାନ, ପାନ ଓ ମୀନର ଅଞ୍ଚଳ କୁହାଯାଉଥିବା ଜଳେଶ୍ୱର ଅଞ୍ଚଳରେ ହାତିଆ ଘାସ ଅଧିକରୁ ଅଧିକ ଚାଷ କରାଯାଉଛି। ଏହା ଦେଖିବାକୁ ଠିକ୍‌‌ ଘାସ ପରି। ବିଭିନ୍ନ ଅଞ୍ଚଳରେ ଥିବା ଗୋଶାଳାକୁ ଏହି ଘାସ କ୍ଲିଣ୍ଟାଲ ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଳେଶ୍ୱରର ଖୁଆଡ ପଞ୍ଚାୟତର ଭୋଳ ଗାଁର ବରେନ୍ଦ୍ର ମହନ୍ତ ଓ ରଜତ ସାହୁ, ଜାମଶୁଲି ଗ୍ରାମର ମାନସ ପରିଡ଼ା, ସୀତାଡିହ ଗ୍ରାମର ମନ୍ମଥ ସାହୁ, ଗଡ଼ସାହି ବାଲିଆପାଳର ପ୍ରଦୀପ ଗିରି ପ୍ରମୁଖ କହିଛନ୍ତି।

ପ୍ରତି ଏକରକୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାରମ୍ଭିକ ଭାବେ ୨ ଲକ୍ଷ ୬୫ ହଜାର ଟଙ୍କା ଲାଭ ମିଳୁଛି। ବର୍ଷକୁ ଗୋଟିଏ ଜମିରୁ ୫ ଥର ହାତିଆ ଘାସ କାଟି ବିକ୍ରି କରାଯାଇଥାଏ। ତେଣୁ ଏଭଳି ଚାଷ କରିବାରେ କମ୍‌‌ ଖର୍ଚ୍ଚରେ ଅଧିକ ଲାଭବାନ ହେବା ସମ୍ପର୍କରେ ସେମାନେ କହିଛନ୍ତି। ଏହି ଚାଷ ଲାଗି ଭାରତରେ ଜୟ ଚଣ୍ଡୀମାତା ବାୟୋ ଫୁଏଲ ପ୍ରାଇଭେଟ୍‌‌ ଲିମିଟେଡ ଏପରି ଚାଷକୁ ସର୍ବଭାରତୀୟସ୍ତରରେ ମୀରା କ୍ଲିନ୍‌‌ ଫୁଏଲ ଲିମିଟେଡ କମ୍ପାନୀ ଜରିଆରେ ପ୍ରୋତ୍ସାହିତ କରୁଛି। ବାଲେଶ୍ୱରସ୍ଥିତ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାଉତଙ୍କ ମତ ଅନୁଯାୟୀ, ଏ ଅଞ୍ଚଳରେ ୫ହଜାର ଚାଷୀ ଏପରି ଚାଷ ଆରମ୍ଭ କରିବାକୁ ଯାଉଛନ୍ତି। ତେଣୁ ଆଗାମୀ ଦିନରେ ଜଳେଶ୍ୱରରେ କମ୍ପାନୀ ପକ୍ଷରୁ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। କମ୍ପାନୀ ଏହି ଘାସରୁ ବାୟୋ ଫୁଏଲ୍‌‌, ମିଥାନଲ, ବାୟୋ ସିଏନଜି, ବାୟୋ ଫଟିଲାଇଜର ଓ ବାୟୋ କୋଲ ପ୍ରସ୍ତୁତ କରିବ। ପ୍ରଥମ ପର୍ଯ୍ୟାୟରେ ଏହି କାରଖାନାରେ ୨୫୦ ଜଣ ନିଯୁକ୍ତି ପାଇବେ ବୋଲି ଶ୍ରୀ ରାଉତ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର