ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

The Sakala Picture
Published On

ଭୁବନେଶ୍ବର : ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର ୦୮୫୦୪ ବିଶାଖାପଟନମ ନିକଟ କତଵାଲାସା ନିକଟରେ ସନ୍ଧ୍ୟାରେ ଟ୍ରାକ୍‌ରୁ ବାହାରି ଯାଇଛି। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେବା ଫଳରେ ଟ୍ରେନ୍‌ର ଲୋକୋପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମିଳିଥିବା ସୂଚନାଅନୁସାରେ ଟ୍ରେନ୍‌ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା।ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଙ୍ଗ ସିଷ୍ଟମରେ […]

ଭୁବନେଶ୍ବର : ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର ୦୮୫୦୪ ବିଶାଖାପଟନମ ନିକଟ କତଵାଲାସା ନିକଟରେ ସନ୍ଧ୍ୟାରେ ଟ୍ରାକ୍‌ରୁ ବାହାରି ଯାଇଛି। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେବା ଫଳରେ ଟ୍ରେନ୍‌ର ଲୋକୋପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ମିଳିଥିବା ସୂଚନାଅନୁସାରେ ଟ୍ରେନ୍‌ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା।ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଙ୍ଗ ସିଷ୍ଟମରେ ତ୍ରୁଟି ଯୋଗୁ ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ।

ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହେବାପରେ ସେହି ରୁଟରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ତେବେ ରେଳବାଇ ପୁଲିସ୍‌ ଓ ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ଟ୍ରେନକୁ ଟ୍ରାକ୍‌କୁ ଆଣିଥିଲେ। ଏହାପରେ ଅନ୍ୟଏକ ଇଞ୍ଜିନ ଲାଗିବା ପରେ ଟ୍ରେନ୍‌ଟି ତାର ଗସ୍ତବ୍ୟ ସ୍ଥଳକୁ ଆସିବା ସହ ଉକ୍ତ ଟ୍ରାକ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।

10 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର