ମନୋରଞ୍ଜନ
ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ ପ୍ରଫେସର ନିଲମ୍ବିତ
ସମ୍ବଲପୁର: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ । ସମ୍ବଲପୁର ବିଶ୍ଵବିଦ୍ୟାଳୟର MBA ବିଭାଗର ଆସିଷ୍ଟାଣ ପ୍ରଫେସର ଡ. ସରୋଜ କୁମାର ସାହୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଚାକିରିରୁ ନିଲମ୍ବନ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳସଚିବ। ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଘଟଣାର ତଦନ୍ତ କରିଥିଲା । କମିଟିର ଅନୁମୋଦନକ୍ରମେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସହକାରୀ ପ୍ରଫେସର ଡ. ସରୋଜ ସାହୁଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କୁ ଶୈକ୍ଷିକ ଓ ପ୍ରଶାସନିକ ଦାୟିତ୍ବରୁ ମୁକ୍ତ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଶେଷ କରିନାହିଁ ଆଇସିସି ବା ଇଣ୍ଟରନାଲ କମ୍ପେ୍ଲନ କମିଟି । ତଦନ୍ତ ପ୍ରକ୍ରିୟା ଆଉ କିଛିଦିନ ଲାଗିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ଆଇସିସି ଅନୁମତି ନେଇଛି ।
ନିଲମ୍ବନ ଅବଧି ମଧ୍ୟରେ ସେ ଅନ୍ୟ କୌଣସି ଅନୁଷ୍ଠାନ ସହ ଜଡ଼ିତ ହୋଇ ପାରିବେ ନାହିଁ। ସ୍ନାତକୋତ୍ତର ପରିଷଦ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟ ଧାର୍ଯ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ସେ ବିଶ୍ଵବିଦ୍ୟାଳୟର ପ୍ରାଶାସନିକ କୋଠା ଅଥବା ସ୍ନାତକୋତ୍ତର ବିଭାଗର କୌଣସି ବିଭାଗକୁ ଯାଇପାରିବେ ନାହିଁ । ଏପରିକି ପ୍ରାକ୍ ଅନୁମତି ବିନା କେନ୍ଦ୍ରୀୟ ପାଠାଗାରକୁ ମଧ୍ୟ ଯାଇପାରିବେ ନାହିଁ । କୌଣସି ପ୍ରାକ୍ ଅନୁମତି ବିନା ମୁଖ୍ୟାଳୟରେ ଅନୁପସ୍ଥିତ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ।





