ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଶ୍ୱଶୁର ଘର ଆଗରେ ମାଣ ବସେଇ ନ୍ୟାୟ ମାଗୁଛି ସ୍ତ୍ରୀ

The Sakala Picture
Published On

ବ୍ରହ୍ମପୁର : ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ତପସ୍ୱିନୀ । ଚାରି ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ପ୍ରତାରିତ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ମହିଳା ଜଣକ ଶ୍ୱଶୁର ଘର ଆଗରେ ପୂଜା କରିଛନ୍ତି । ଲକ୍ଷ୍ମୀ ପୁରାଣ ଧ୍ବନୀରେ ଫାଟି ପଡୁଛି ଦାଣ୍ଡ । ଲାଗିଛି ଫଳମୂଳର ଭୋଗ […]

ବ୍ରହ୍ମପୁର : ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ତପସ୍ୱିନୀ । ଚାରି ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ପ୍ରତାରିତ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ମହିଳା ଜଣକ ଶ୍ୱଶୁର ଘର ଆଗରେ ପୂଜା କରିଛନ୍ତି । ଲକ୍ଷ୍ମୀ ପୁରାଣ ଧ୍ବନୀରେ ଫାଟି ପଡୁଛି ଦାଣ୍ଡ । ଲାଗିଛି ଫଳମୂଳର ଭୋଗ ।  ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଥିବା ଏବେ ଆଜି ମାଣ ବସାଇ ଏମିତି ପ୍ରତିବାଦ କରିଛନ୍ତି ପତ୍ନୀ ।

ଆହୁରି ପଢ଼ନ୍ତୁ: ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ; ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ

ଘଟଣାଟି ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲେନ ଅଞ୍ଚଳର । ୪ ଦିନ ହେବ ବଧୂ ବେଶରେ ସ୍ବାମୀ ସୁମିତଙ୍କ ଘର ଆଗରେ ନ୍ୟାୟ ଦାବିରେ ବସିଛନ୍ତି ତପସ୍ବିନୀ ଓରଫ ଡିମ୍ପଲ୍ । ଆଜି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘର ଆଗରେ ଲକ୍ଷ୍ମୀ ପୂଜା କରିଛନ୍ତି ଡିମ୍ପଲ । ଅନ୍ୟପଟେ ପୀଡିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ । ସୁମିତ ସେମାନଙ୍କୁ ଆାଇନର ପାଠ ପାଠ ପଢ଼ାଇବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

ଏପଟେ ତପସ୍ବିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସୁମିତ ଏବଂ ତାଙ୍କ ବାପା ସ୍ବୀକାର କରିଛନ୍ତି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମାଆ ଓ ଜେଜେମାଆ ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି । ଘଟଣାକୁ ନେଇ ନିଜ ଓକିଲଙ୍କ ସହ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ୍ ।

ଆହୁରି ପଢ଼ନ୍ତୁ: ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

ସୂଚନାଯୋଗ୍ୟ ଗତ ୪ ଦିନ ହେବ ତପସ୍ୱିନୀ ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କର ଅଭିଯୋଗ ହେଉଛି  ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଆରମ୍ଭ ହେଲା ଶାରିରୀକ ସମ୍ପର୍କ । କିଛିଦିନ ପରେ ଉଭୟଙ୍କ କୋର୍ଟରେ ବିବାହ କଲେ । ଶେଷରେ ପତ୍ନୀଙ୍କୁ ଗ୍ରହଣ କରିବାକୁ ନାରାଜ ହେଲେ ଡାକ୍ତର ସ୍ୱାମୀ ସୁମିତ ସାହୁ । ଏ ନେଇ ଯୁବତୀ ଜଣକ ଡାକ୍ତର ସ୍ୱାମୀ ଓ ଶ୍ୱଶୁରଙ୍କ ନାମରେ ଏତଲା ଦେଲେ । ପରେ ଶ୍ୱଶୁର ଘର ଲୋକ ମାମଲାକୁ ଆଗକୁ ନ ବଢ଼ାଇବାକୁ କହି ନଭେମ୍ବର ୨୨ ତାରିଖରେ ବିବାହ ତାରିଖ ମଧ୍ୟ ଚୁଡ଼ାନ୍ତ କରିଥିଲେ । ହେଲେ ବିବାହ ତାରିଖ ପୂର୍ବରୁ ଡାକ୍ତର ସ୍ୱାମୀଙ୍କ ଘର ଲୋକ ଧରାଛୁଆଁ ଦେଲେନି । ତେଣୁ ବାଧ୍ୟହୋଇ ବୋହୁ ତପସ୍ୱିନୀ ଦାଶ ସୋମବାର ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ପ୍ରମୋଦ ସାହୁଙ୍କ ଘର ସମ୍ମୁଖରେ ବସି ଧାରଣା ଦେଇଥିଲେ ।

25 Nov 2021 By The Sakala

ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଶ୍ୱଶୁର ଘର ଆଗରେ ମାଣ ବସେଇ ନ୍ୟାୟ ମାଗୁଛି ସ୍ତ୍ରୀ

ବ୍ରହ୍ମପୁର : ନ୍ୟାୟ ଭିକ୍ଷା କରି ଶ୍ୱଶୁର ଘର ଆଗରେ ତପସ୍ୱିନୀ । ଚାରି ଦିନ ହେଲା ଧାରଣାରେ ବସିଛନ୍ତି ତପସ୍ୱିନୀ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ପ୍ରତାରିତ କରି ଘରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ମହିଳା ଜଣକ ଶ୍ୱଶୁର ଘର ଆଗରେ ପୂଜା କରିଛନ୍ତି । ଲକ୍ଷ୍ମୀ ପୁରାଣ ଧ୍ବନୀରେ ଫାଟି ପଡୁଛି ଦାଣ୍ଡ । ଲାଗିଛି ଫଳମୂଳର ଭୋଗ ।  ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଥିବା ଏବେ ଆଜି ମାଣ ବସାଇ ଏମିତି ପ୍ରତିବାଦ କରିଛନ୍ତି ପତ୍ନୀ ।

ଘଟଣାଟି ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲେନ ଅଞ୍ଚଳର । ୪ ଦିନ ହେବ ବଧୂ ବେଶରେ ସ୍ବାମୀ ସୁମିତଙ୍କ ଘର ଆଗରେ ନ୍ୟାୟ ଦାବିରେ ବସିଛନ୍ତି ତପସ୍ବିନୀ ଓରଫ ଡିମ୍ପଲ୍ । ଆଜି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘର ଆଗରେ ଲକ୍ଷ୍ମୀ ପୂଜା କରିଛନ୍ତି ଡିମ୍ପଲ । ଅନ୍ୟପଟେ ପୀଡିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ । ସୁମିତ ସେମାନଙ୍କୁ ଆାଇନର ପାଠ ପାଠ ପଢ଼ାଇବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିବା ଅଭିଯୋଗ ହୋଇଛି ।

ଏପଟେ ତପସ୍ବିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସୁମିତ ଏବଂ ତାଙ୍କ ବାପା ସ୍ବୀକାର କରିଛନ୍ତି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମାଆ ଓ ଜେଜେମାଆ ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି । ଘଟଣାକୁ ନେଇ ନିଜ ଓକିଲଙ୍କ ସହ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ୍ ।

ସୂଚନାଯୋଗ୍ୟ ଗତ ୪ ଦିନ ହେବ ତପସ୍ୱିନୀ ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କର ଅଭିଯୋଗ ହେଉଛି  ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଆରମ୍ଭ ହେଲା ଶାରିରୀକ ସମ୍ପର୍କ । କିଛିଦିନ ପରେ ଉଭୟଙ୍କ କୋର୍ଟରେ ବିବାହ କଲେ । ଶେଷରେ ପତ୍ନୀଙ୍କୁ ଗ୍ରହଣ କରିବାକୁ ନାରାଜ ହେଲେ ଡାକ୍ତର ସ୍ୱାମୀ ସୁମିତ ସାହୁ । ଏ ନେଇ ଯୁବତୀ ଜଣକ ଡାକ୍ତର ସ୍ୱାମୀ ଓ ଶ୍ୱଶୁରଙ୍କ ନାମରେ ଏତଲା ଦେଲେ । ପରେ ଶ୍ୱଶୁର ଘର ଲୋକ ମାମଲାକୁ ଆଗକୁ ନ ବଢ଼ାଇବାକୁ କହି ନଭେମ୍ବର ୨୨ ତାରିଖରେ ବିବାହ ତାରିଖ ମଧ୍ୟ ଚୁଡ଼ାନ୍ତ କରିଥିଲେ । ହେଲେ ବିବାହ ତାରିଖ ପୂର୍ବରୁ ଡାକ୍ତର ସ୍ୱାମୀଙ୍କ ଘର ଲୋକ ଧରାଛୁଆଁ ଦେଲେନି । ତେଣୁ ବାଧ୍ୟହୋଇ ବୋହୁ ତପସ୍ୱିନୀ ଦାଶ ସୋମବାର ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ପ୍ରମୋଦ ସାହୁଙ୍କ ଘର ସମ୍ମୁଖରେ ବସି ଧାରଣା ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର