ବିଜୟଙ୍କୁ ପରାସ୍ତ କରି ଅସିତ୍ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବ ସଭାପତି

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚିନ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଅବସରପ୍ରାପ୍ତ ଆଇଏଏସ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ମାତ୍‌ ଦେଇ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚିନ ହୋଇଛନ୍ତି। ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ପାଇଁ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ-ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଥିଲେ। ତେବେ ନିର୍ବାଚନରେ ମୋଟ ୧୨୭୪ ଭୋଟିଂ […]

ଭୁବନେଶ୍ୱର : ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚିନ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଅବସରପ୍ରାପ୍ତ ଆଇଏଏସ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ମାତ୍‌ ଦେଇ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚିନ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦଶହରାରେ ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି, ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର

ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ପାଇଁ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ-ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଥିଲେ। ତେବେ ନିର୍ବାଚନରେ ମୋଟ ୧୨୭୪ ଭୋଟିଂ ହୋଇଥିବା ବେଳେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବା।  ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା । ଫଳରେ ଅସିତ ୨୭୮ ଖଣ୍ଡ ଭୋଟରେ ବିଜୟୀ ହୋଇ ବହୁଚର୍ଚ୍ଚିତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସଭାପତି ଭାବରେ ନିର୍ବାଚିତ ପରେ ଅସୀତ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ  ଭୁବନେଶ୍ୱର କ୍ଳବ କେବଳ ରେଷ୍ଟୁରାଣ୍ଟ ଓ ବାର ହୋଇ ନରହୁ। ଯେମିତି ବଡ଼ ବଡ଼ ସହରରେ ରିକ୍ରିଏସନ, ଏଜୁକେସନ, କଲଚରାଲ କାର୍ଯ୍ୟକ୍ରମ ପାଇଁ ସୁଯୋଗ ରହିଛି ଏହାକୁ ମଧ୍ୟ ସେହିଭଳି ପ୍ରସ୍ତୁତ କରାଯିବ। ଇଣ୍ଡିଆ ଇଂଟରନେସନାଲ ସେଣ୍ଟର, ଜିମ ଖାନା କ୍ଳବ ଭଳି ଏହାକୁ ବହୁମୁଖୀ କ୍ଳବ କରିବା ପାଇଁ ମୁଁ ଓ ମୋର ଟିମ ଉଦ୍ୟମ କରିବୁ ବୋଲି ଅସୀତ ତ୍ରିପାଠୀ କହିଛନ୍ତି। ତେବେ ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଥିବା ବେଳେ ଉପସଭାପତି ଭାବରେ ମହେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର