ଚଳଚ୍ଚିତ୍ର ‘ପୁଷ୍ପା’ର ରକ୍ତଚନ୍ଦନ ଚାଲାଣ ଶୈଳୀରେ ହେଉଥିଲା ମଦ ଚାଲାଣ, ୮୦ ଲକ୍ଷର ମଦ ଏବଂ ନଗଦ ୯ ଲକ୍ଷ ଟଙ୍କା ଓ ଗାଡ଼ି ଜବତ

The Sakala Picture
Published On

ଭୁବନେଶ୍ୱର: ପୂରାପୂରି ‘ପୁଷ୍ପା’ ଷ୍ଟାଇଲ୍‌ରେ ଚାଲିଥିଲା ଚୋରା କାରବାର । ତେଲୁଗୁ ସିନେମା ‘ପୁଷ୍ପା’ରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ଶୈଳୀରେ ହେଉଥିଲା ମଦ ଚାଲାଣ। କଣ୍ଟେନର୍‍ ଭିତରେ ପେଟି ପେଟି ମଦ। କିନ୍ତୁ କଣ୍ଟେନର୍‍ ବାହାରେ ଲାଗିଛି ଜଳ ବିଶୋଧନ ମେସିନ୍‍। ଫିଲ୍ମ ‘ପୁଷ୍ପା’ରେ ଓମ୍ଫେଡ୍ ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ କରାଯାଉଥିଲା । ଠିକ୍ ସେହିଭଳି ପାଣି ଟ୍ୟାଙ୍କରରେ ସିକ୍ରେଟ୍ ଚ୍ୟାମ୍ବର କରି ହଜାର ହଜାର ପେଟି ମଦ […]

ଭୁବନେଶ୍ୱର: ପୂରାପୂରି ‘ପୁଷ୍ପା’ ଷ୍ଟାଇଲ୍‌ରେ ଚାଲିଥିଲା ଚୋରା କାରବାର । ତେଲୁଗୁ ସିନେମା ‘ପୁଷ୍ପା’ରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ଶୈଳୀରେ ହେଉଥିଲା ମଦ ଚାଲାଣ। କଣ୍ଟେନର୍‍ ଭିତରେ ପେଟି ପେଟି ମଦ। କିନ୍ତୁ କଣ୍ଟେନର୍‍ ବାହାରେ ଲାଗିଛି ଜଳ ବିଶୋଧନ ମେସିନ୍‍। ଫିଲ୍ମ ‘ପୁଷ୍ପା’ରେ ଓମ୍ଫେଡ୍ ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ କରାଯାଉଥିଲା । ଠିକ୍ ସେହିଭଳି ପାଣି ଟ୍ୟାଙ୍କରରେ ସିକ୍ରେଟ୍ ଚ୍ୟାମ୍ବର କରି ହଜାର ହଜାର ପେଟି ମଦ ଚାଲାଣ କରୁଥିଲା ଅଭିଯୁକ୍ତ । ଏପରି ଭାବେ ଅରୁଣାଚଳପ୍ରଦେଶରୁ ଭାୟା କଲିକତା ଦେଇ ସମ୍ବଲପୁରକୁ ହେଉଥିଲା ଆନ୍ତଃରାଜ୍ୟ ଚୋରା ମଦ କାରବାର। ଏହି ମଦ କାରବାରର ବାଦ୍‍ଶାହା ଜଗମୋହନ ସାହୁ ଓରଫ ରାଜକୁମାରକୁ ଗିରଫ କରିଛି ଅବକାରୀ ବିଭାଗ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜକୁମାର ଘର ଢେଙ୍କାନାଳ ଜିଲ୍ଲା ଗୁଡିଆକାଟେଣୀ। ସେ ଧଉଳି ଥାନା ଅଧୀନ ନୂଆଗାଁରେ ରହୁଥିଲା। ରାଜକୁମାରଠାରୁ ନଗଦ ୯ ଲକ୍ଷ ୬୯ ହଜାର ୫୦୦ ଟଙ୍କା, ୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ, କାର୍‍, ମୋବାଇଲ ଫୋନ୍‍, ହାର୍ଡଡିସ୍କ ଓ କାଗଜପତ୍ର ଜବତ ହୋଇଛି। ସେହିପରି ଗତ ୧ ତାରିଖରେ ଢେଙ୍କାନାଳରୁ ରାଜକୁମାରର କଣ୍ଟେନର ଭର୍ତ୍ତି ମଦ ଜବତ ହୋଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍‍ ଦେବାଶିଷ ପଟେଲ ସୂୂଚନା ଦେଇଛନ୍ତି। ତେବେ ଅରୁଣାଚଳପ୍ରଦେଶରୁ କଲିକତା ଦେଇ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଏବଂ ବାଲେଶ୍ୱର ଆଦି ଜିଲ୍ଲାକୁ ଚାଲାଣ ହେଉଥିଲା ମଦ। ସେଭଳି ଧଉଳିସ୍ଥିତ ନୂଆଗାଁରୁ ୪ ମହଲା କୋଠା ଠାବ ହୋଇଛି। ଅନ୍ୟପଟେ ନିଶା ମାଫିଆ ରାଜକୁମାର ଗିରଫ ହେବା ପରେ ‘ପୁଷ୍ପାରାଜ ଝୁକେଗା ନେହିଁ’ର ଏକ ଭିଡିଓ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ

ଗତ ୧ ତାରିଖରେ ଢେଙ୍କାନାଳରୁ ୧୬ଚକିଆ କଣ୍ଟେନର୍‍କୁ ଜବତ କରିଥିଲା ଅବକାରୀ ବିଭାଗ। ଜବତ କଣ୍ଟେନରକୁ ଖୋଲିବା ପରେ ବାହାରେ ପାଣି ବିଶୋଧନ ମେସିନ୍‍ ଥିବା ଦେଖାଯାଇଥିଲା। ଏଥିରେ ଅବକାରୀ ଟିମ୍‍ର ସନ୍ଦେହ ହେବାରୁ କଣ୍ଟେନର୍‍କୁ ଯାଞ୍ଚ କରିବାରୁ ସାମ୍‍ନାକୁ ଆସିଥିଲା ମଦ ଭଣ୍ଡାର। ପୁଲିସ ଠାରୁ ବର୍ତ୍ତିବା ଲାଗି ବାହାରେ ମେସିନ୍‍ ଲଗାଇ ଭିତରେ ପେଟି ପେଟି ମଦ ରଖିଥିଲା। ଉକ୍ତ ମଦ ବୋଝଇ କଣ୍ଟେନର୍‍ରୁ ଅବକାରୀ ଟିମ୍‍ ୧୦୭୦ପେଟି ମଦ ଜବତ କରିବା ସହ ଗାଡ଼ି ଚାଳକ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ହିନ୍ଦୋଳର ଅଭିନାଶ ମହାରଣା, ହରିୟାଣାର ବିଜେନ୍ଦର ସିଂହ ଓ ଗାଡ଼ି ଚାଳକ ଛତିଶନନ୍ଦଲ୍‍। ସେମାନଙ୍କୁ ପଚରାଉଚରା ପରେ ଉଗାଳିଥିଲେ ସତ। ଅରୁଣାଚଳପ୍ରଦେଶରୁ ଓଡ଼ିଶାକୁ ମଦ ଆଣୁଥିଲା ନିଶା ମାଫିଆ ରାଜକୁମାର। ଏଥିରେ ରାଜକୁମାର କିଙ୍ଗ୍‍ପିନ୍‍ ଥିବାରୁ ତାକୁ ଠାବ କରିବା ଲାଗି ଅବକାରୀ ଟିମ୍‍ କରିଥିଲା ସ୍ୱତନ୍ତ୍ର ରଣନୀତି। ଶୁକ୍ରବାର ବିଳମ୍ବିତ ରାତିରେ ରାଜକୁମାରର ଧଉଳି ଥାନା ନୂଆଗାଁରେ ଥିବା ଘରେ ଅବକାରୀ ଟିମ୍‍ ଚଢ଼ଉ କରି ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଆଲିଶାନ ବଙ୍ଗଳା; ୪ ମହଲା କୋଠାରେ ୪୦ଟି ରୁମ୍‍

ଗିରଫ ନିଶା ମାଫିଆ ରାଜକୁମାରର ଧଉଳି ଥାନା ନୂଆଗାଁରେ ରହିଛି ୪ ମହଲା ଘର। ନିଶା କାରବାର କରି ତୋଳିଥିଲା ଆଲିସାନ ବଙ୍ଗଳା। ରାଜ ରାଜୁଡ଼ା ଶୈଳୀରେ ନିର୍ମାଣ ହୋଇଛି ଘର। ରାଜକୁମାରର ୪ମହଲା କୋଠାରେ ରହିଛି ୪୦ଟି ରୁମ୍‍। ସେଥିରୁ କିଛି ଗୁପ୍ତ କୋଠରୀ ବି ରହିଛି। ଗୋଟିଏ ରୁମ୍‍ରୁ ଅନ୍ୟ ରୁମ୍‍କୁ ଯିବା ଲାଗି ବି ବ୍ୟବସ୍ଥା ରହିଛି। ସେହିପରି ରାଜକୁମାର ଘର ଭିତରେ ଖଞ୍ଜା ଯାଇଛି ଦାମୀ ଇଣ୍ଟରିୟର। ଘରେ ପ୍ରାୟ ୨୦ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ରହିଛି। ଏପରିକି ଘରର ମୂଲ୍ୟ ୧୦ କୋଟି ଟଙ୍କା ହେବ। ଉପର ମହଲାଠାରୁ ରାସ୍ତା ଯାଏଁ ଲାଗିଛି ସିସିଟିଭି। ପୂରା ସିସିଟିଭିକୁ ଅପରେଟ୍‍ କରିବା ଲାଗି ରହିଛି ରୁମ୍‍। ତେବେ ରାଜକୁମାର ନିଶା କାରବାର କରି ରାଜପ୍ରସାଦ ଭଳି ଘରକୁ ତୋଳିଥିବା ଅବକାରୀ ବିଭାଗ ସନ୍ଦେହ କରୁଛି। ତେଣୁ ରାଜକୁମାରର ସମ୍ପତ୍ତି ଜବତ କରିବା ପରେ ବାଜ୍ୟାପ୍ତି କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ଅରୁଣାଚଳ ପ୍ରଦେଶରେ ୫୦; ଓଡ଼ିଶାରେ ୧୫୦ ଟଙ୍କାରେ ବିକ୍ରି

ଅରୁଣାଚଳ ପ୍ରଦେଶରୁ ମଦ ଓଡ଼ିଶାକୁ ଚାଲାଣ କରିଥାଏ ରାଜକୁମାର। ସେଠାରେ ଯେଉଁ ମଦର ଦାମ୍‍ ୫୦ ଟଙ୍କା; ଓଡ଼ିଶାରେ ତାହା ୧୫୦ଟଙ୍କାରେ ବିକ୍ରି କରାଯାଉଥିଲା। ତେଣୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ଆଶାରେ ରାଜକୁମାର ଅରୁଣାଚଳପ୍ରଦେଶରୁ କଣ୍ଟେନର୍‍ରେ ଆଣୁଥିଲା ମଦ। କେବଳ ଓଡ଼ିଶା ନୁହେଁ ଅନ୍ୟରାଜ୍ୟକୁ ବି ଚାଲାଣ କରୁଥିଲା ରାଜକୁମାର। ସେ ଗିରଫ ହେବା ପରେ ଅରୁଣାଚଳ ପ୍ରଦେଶରୁ ମଦ ପଠାଉଥିବା ନିଶା ମାଫିଆ ଏବେ ଅବକାରୀ ବିଭାଗ ସ୍କାନର୍‍ରେ ରହିଛି। ତେଣୁ ଅବକାରୀ ବିଭାଗର ଟିମ୍‍ ଅରୁଣାଚଳ ପ୍ରଦେଶକୁ ଯାଇଛି।

ଦଶମ ଫେଲ୍‍; ଖସିବା ଲାଗି ଗାଡ଼ିରେ ଲେଖିଥିଲା ପ୍ରେସ୍‍

ରାଜକୁମାର ଥିଲା ନିଶା କାରବାରର ଆନ୍ତଃରାଜ୍ୟ ବାଦ୍‍ଶାହା। ରାଜଧାନୀରେ ରହି ପୂରା ରାଜ୍ୟ ସମେତ ରାଜ୍ୟ ବାହାରେ ଏହି ରାକେଟ୍‍କୁ ଅପରେଟ୍‍ କରୁଥିଲା। ନିଶା କାରବାର କରୁଥିଲେ ମଧ୍ୟ ପୁଲିସକୁ ଭୂଆଁ ବୁଲାଇବାକୁ ରଚିଥିଲା ନୂଆ ଯୋଜନା। ରାଜକୁମାର ଦଶମ ଫେଲ୍‍। କିନ୍ତୁ ଗାଡ଼ିରେ ଲେଖିଥିଲା ପ୍ରେସ୍‍। ଗାଡ଼ିରେ ପ୍ରେସ୍‍ ଲେଖାଯାଇଥିବାରୁ ସବୁ ଚେକ୍‍ ପଏଣ୍ଟରେ ଛାଡ଼ି ଦେଉଥିଲା ପୁଲିସ। ନୂଆଗାଁସ୍ଥିତ ଘରେ ଚଢ଼ଉ ପରେ ଅବକାରୀ ଟିମ୍‍ ରାଜକୁମାରର ଗାଡ଼ି ଜବତ କରିଥିଲା। ସେଥିରେ ପ୍ରେସ୍‍ ଲେଖାଯାଇଥିବାରୁ ଅବକାରୀ ଟିମ୍‍ ରାଜକୁମାରକୁ ସାମ୍ବାଦିକର ପରିଚୟପତ୍ର ମାଗିଥିଲା। କିନ୍ତୁ ସେ ‘ଦୃଷ୍ଟିପାତ’ରେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲା। କିନ୍ତୁ କୌଣସି ସଂସ୍ଥାର ପରିଚୟପତ୍ର ଦେଖାଇପାରିନଥିଲା। ପୁଲିସକୁ ବିଭ୍ରାନ୍ତ କରି ନିଶା କାରବାର କରିବା ଲାଗି ଗାଡ଼ିରେ କେବଳ ପ୍ରେସ୍‍ ଲେଖିଥିଲା।

13 Mar 2022 By The Sakala

https://www.thesakala.in/latest-odisha-news/movie-puspa-style-was-used-to-smuggle-wine/article-9920
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର