ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼: ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ସଦସ୍ୟ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗାଁରେ ଫୁଟିଲା ବୋମା । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ । ସୂଚନା ଅନୁଯାୟୀ, ମହୁଲପାଳ ଗାଁର ବାଲୁଙ୍କେଶ୍ବର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗାଁରେ ଫୁଟିଲା ବୋମା । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୁଲିସ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସୂଚନା ଅନୁଯାୟୀ, ମହୁଲପାଳ ଗାଁର ବାଲୁଙ୍କେଶ୍ବର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଫଇସଲା ମଧ୍ୟ କରାଯାଇଥିଲା । କିନ୍ତୁ ଗତ କାଲି ଗାଁ ଠାକୁରାଣୀଙ୍କ ପୀଠରେ ନିୟମ କରିବାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ଘମାଘୋଟ ଝଗଡା ହୋଇଥିଲା । ଯାହାକୁ ନେଇ ରାତି ପ୍ରାୟ ସାଢ଼େ ୧୦ ଟା ସମୟରେ ରବିନାରାୟଣ ପେଣ୍ଠେଇ ଏବଂ ତାଙ୍କର ଦୁଇ ପୁଅ ବାଲୁଙ୍କେଶ୍ବରଙ୍କ ଘର ଉପରକୁ ୪ ଟି ବୋମା ପକେଇଥିଲେ । ଏଥିରେ ବାଲୁଙ୍କେଶ୍ବରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଘରର ଗ୍ରୀଲ ,କବାଟ ଭାଙ୍ଗିବା ସହ କୋଠା ଘରଟି ଭୁଶୁଡି ଯାଇଥିଲା। ଏ ନେଇ କାମାକ୍ଷାନଗର ପୁଲିସ ଖବର ପାଇବା ପରେ ରବି ନାରାୟଣ ପେଣ୍ଠେଇ ଓ ତାଙ୍କ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

 

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର