ବିଧାନସଭାରେ ପାରିତ ହୋଇଛି ବିଧାନ ପରିଷଦ ସଂକଳ୍ପ, ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ- ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

The Sakala Picture
Published On

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ନେଇ ବଢ଼ିଲା ବିବାଦ । ଓଡ଼ିଶାରେ ବିଧାନ ପରିଷଦ ନେଇ ଧରାପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ମିଛ । ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ରାଜ୍ୟସଭା ଓ ଲୋକସଭା ସଚିବଙ୍କୁ […]

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ନେଇ ବଢ଼ିଲା ବିବାଦ । ଓଡ଼ିଶାରେ ବିଧାନ ପରିଷଦ ନେଇ ଧରାପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ମିଛ । ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ରାଜ୍ୟସଭା ଓ ଲୋକସଭା ସଚିବଙ୍କୁ ଏହା ପଠାଯାଇଥିଲା । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରୁ ଉଦ୍ୟମ ହୋଇଆସୁଛି । ଏଥିପାଇଁ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୫ ଜାନୁଆରୀ ୧୯ରେ କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା ଏହି କମିଟି । ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା । ଏହାପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ କେନ୍ଦ୍ର ଏଭଳି କହିବା ଦୁଃଖଦାୟକ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଅନ୍ୟପକ୍ଷରେ ରାଜ୍ୟ ବିଧାନ ପରିଷଦ ସଂକଳ୍ପ ତଥ୍ୟ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ । ୨୦୧୮ରୁ ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରକୁ ରାଜ୍ୟ ପଠାଇଛି । କେନ୍ଦ୍ର ସେତେବେଳେ ଏହି ପ୍ରସଙ୍ଗରେ ଚୁପ ରହିଥିଲା । ଏବେ ଏହି ପ୍ରସଙ୍ଗକୁ କାହିଁକି ମନା କରୁଛନ୍ତି ତାହା ବୁଝି ହେଉନି ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

11 Feb 2022 By The Sakala

ବିଧାନସଭାରେ ପାରିତ ହୋଇଛି ବିଧାନ ପରିଷଦ ସଂକଳ୍ପ, ୧୮ ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ- ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ନେଇ ବଢ଼ିଲା ବିବାଦ । ଓଡ଼ିଶାରେ ବିଧାନ ପରିଷଦ ନେଇ ଧରାପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ମିଛ । ବିଧାନ ପରିଷଦ ଗଠନକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ଏହା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ରାଜ୍ୟସଭା ଓ ଲୋକସଭା ସଚିବଙ୍କୁ ଏହା ପଠାଯାଇଥିଲା । ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ୨୦୧୫ରୁ ଉଦ୍ୟମ ହୋଇଆସୁଛି । ଏଥିପାଇଁ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ୨୦୧୫ ଜାନୁଆରୀ ୧୯ରେ କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା ଏହି କମିଟି । ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା । ଏହାପରେ କେନ୍ଦ୍ରକୁ ପଠାଯାଇଥିଲା । ତେବେ କେନ୍ଦ୍ର ଏଭଳି କହିବା ଦୁଃଖଦାୟକ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିଧାନ ପରିଷଦ ସଂକଳ୍ପ ତଥ୍ୟ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ । ୨୦୧୮ରୁ ବିଧାନ ପରିଷଦ ସଂକଳ୍ପ କେନ୍ଦ୍ରକୁ ରାଜ୍ୟ ପଠାଇଛି । କେନ୍ଦ୍ର ସେତେବେଳେ ଏହି ପ୍ରସଙ୍ଗରେ ଚୁପ ରହିଥିଲା । ଏବେ ଏହି ପ୍ରସଙ୍ଗକୁ କାହିଁକି ମନା କରୁଛନ୍ତି ତାହା ବୁଝି ହେଉନି ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର