ପ୍ରକାଶ ପାଇଲା ଭାରତ ସରକାରଙ୍କ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟ : ଭିତରକନିକାରେ ସବୁଠୁ ଅଧିକ ବଢିଛି ଲୁଣାଜଙ୍ଗଲ

The Sakala Picture
Published On

ଭୁବନେଶ୍ବର/ରାଜନଗର : ବିଶ୍ୱ ତାପନ ଜଳବାୟୁ ପରିବର୍ତନ ସତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାର ଦେଶରେ ପହଁଚିଛି । ଭାରତ ସରକାରଙ୍କ ଅଧିନରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟରେ ଭିତରକନିକାରେ ଥିବା ଲୁଣାଜଙ୍ଗଲ ବୃଦ୍ଧି ପାଇବା ସହିତ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି, ଯାହା ପ୍ରକୃତିପ୍ରେମୀ, ପରିବେଶବିତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କାହିଁ […]

ଭୁବନେଶ୍ବର/ରାଜନଗର : ବିଶ୍ୱ ତାପନ ଜଳବାୟୁ ପରିବର୍ତନ ସତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାର ଦେଶରେ ପହଁଚିଛି । ଭାରତ ସରକାରଙ୍କ ଅଧିନରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟରେ ଭିତରକନିକାରେ ଥିବା ଲୁଣାଜଙ୍ଗଲ ବୃଦ୍ଧି ପାଇବା ସହିତ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି, ଯାହା ପ୍ରକୃତିପ୍ରେମୀ, ପରିବେଶବିତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କାହିଁ କେଉଁ ଅନାଦି କାଳରୁ ବଂଗୋପସାଗର ତଟରେ ଗଢି ଉଠିଥିବା ଭିତରକନିକାର ଲୁଣାଜଙ୍ଗଲ କ୍ରମାଗତ ଭାବେ ସାମୁଦ୍ରିକ ଝଡ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି । ପ୍ରତିକୂଳ ପରିବେଶ ସତ୍ୱେ ଲୁଣା ଜଙ୍ଗଲ ବୃଦ୍ଧି ଘଟି ଚାଲିଛି ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସଦ୍ୟ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୧୭ ସ୍କୋୟାର କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ୮ ସ୍କୋୟାର କିମି କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଭିତରକନିକା ଲୁଣା ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ୨୦୨୧ ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୦୧୯ ସର୍ଭେ ତୁଳନାରେ ୧ ବର୍ଗ କିମି, ଗୋଆରେ ୧ ବର୍ଗ କିମି, କର୍ଣ୍ଣାଟକରେ ୩ ବର୍ଗ କିମି, ମହାରାଷ୍ଟ୍ରରେ ୪ ବର୍ଗ କିମି, ପଶ୍ଚିମବଙ୍ଗରେ ୨ ବର୍ଗ କିମି ଓ ଓଡିଶାରେ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ଏହାବାଦ୍‌ ଗୁଜୁରାଟରେ ୨ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଥିବା ବେଳେ କେରଳ, ତାମିଲନାଡୁ, ଆଣ୍ଡାମାନ ନିକୋବର, ଡାମନଡିଉ ଓ ପଣ୍ଡୁଚେରିରେ ଲୁଣା ଜଙ୍ଗଲ ସ୍ଥିତି ଯାହା ଥିଲା ସମାନ ରହିଛି । ରିପୋର୍ଟ ଅନୁଯାୟୀ ଓଡିଶାର ବାଲେଶ୍ୱର ଜିଲ୍ଲାରେ ୦.୩୩ ବର୍ଗ କିମି, ଜଗତସିଂହପୁର ଜିଲ୍ଲାରେ ୦.୨୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ରାପଡା ଅର୍ଥାତ୍ ଭିତରକନିକାରେ ୭.୭୬ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ପୁରୀରେ ୦.୦୨ ପ୍ରତିଶତ ଲୁଣା ଜଙ୍ଗଲ ହ୍ରାସ ପାଇଥିବା ବେଳେ ଭଦ୍ରକରେ ସ୍ଥିତି ସମାନ ରହିଛି ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଅନ୍ୟପଟେ ଓଡ଼ିଶାରେ ଦୁଇ ଦଶନ୍ଧି ଭିତରେ ୩ହଜାର ୩୧୪ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଛି। ଆନ୍ଧ୍ରରେ ସବୁଠୁ ଅଧିକ ୬୪୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଥମ ସ୍ଥାନରେ ରହିଛି । ସେହିପରି ତେଲେଙ୍ଗାନାରେ ୬୩୨ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୫୩୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଓଡ଼ିଶାର ଭୌଗୋଳିକ ଅଞ୍ଚଳର ୩୩.୫୦ ପ୍ରତିଶତ ହେଲା ଜଙ୍ଗଲ । ମୋଟ୍‌ ୫୨ହଜାର ୧୫୬ ବର୍ଗ କିଲୋମିଟର ଏରିଆରେ ବ୍ୟାପିଛି । ଏଥିରୁ ୭ହଜାର ୨୧୨ ବର୍ଗ କିଲୋମିଟର ଅତି ଘଞ୍ଚ ଜଙ୍ଗଲ । ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୪.୬୩ ପ୍ରତିଶତ । ସେହିପରି ୨୦ହଜାର ୯୯୫ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ । ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୧୩.୫୦ ପ୍ରତିଶତ ।ଖୋଲା ଜଙ୍ଗଲ ୨୩ହଜାର ୯୪୮ ବର୍ଗ କିଲୋମିଟର ଯାଏ ପରିବ୍ୟାପ୍ତ । ଯାହାକି ମୋଟ୍‌ ଜଙ୍ଗଲର ୧୫.୩୮ ପ୍ରତିଶତ ।

ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ଅଧିକ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି । ଜିଲ୍ଲାରେ ୬୭.୩୭ ପ୍ରତିଶତ ଭାବରେ ରହିଛି ଜଙ୍ଗଲ । କନ୍ଧମାଳ ଜିଲ୍ଲାର ମୋଟ୍‌ କ୍ଷେତ୍ରଫଳ ହେଇଛି ୮ହଜାର ୨୧ ବର୍ଗ କିଲୋମିଟର । ତା ଭିତରୁ ୫ହଜାର ୪୦୪ ବର୍ଗକିଲୋମିଟର ଅଞ୍ଚଳରେ ଜଙ୍ଗଲେ ରହିଛି ।ସେହିପରି ଗଜପତି ଜିଲ୍ଲାରେ ମୋଟ୍‌ ଆୟତନର ୬୦.୬୫ ପ୍ରତିଶତ ଅଞ୍ଚଳରେ ରହିଛି ଜଙ୍ଗଲ । ମାଲକାନଗିରିରେ ୪୦.୧୪, ନୟାଗଡ଼ରେ ୪୪.୦୮, ଦେବଗଡ଼ରେ ୫୦.୨୪, ଅନୁଗୋଳରେ ୪୩.୬୬ ଓ ବୌଦ୍ଧରେ ୪୧.୭୪ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି ।

13 Jan 2022 By The Sakala

ପ୍ରକାଶ ପାଇଲା ଭାରତ ସରକାରଙ୍କ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟ : ଭିତରକନିକାରେ ସବୁଠୁ ଅଧିକ ବଢିଛି ଲୁଣାଜଙ୍ଗଲ

ଭୁବନେଶ୍ବର/ରାଜନଗର : ବିଶ୍ୱ ତାପନ ଜଳବାୟୁ ପରିବର୍ତନ ସତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାର ଦେଶରେ ପହଁଚିଛି । ଭାରତ ସରକାରଙ୍କ ଅଧିନରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଲୁଣା ଜଙ୍ଗଲ ସର୍ଭେ ରିପୋର୍ଟରେ ଭିତରକନିକାରେ ଥିବା ଲୁଣାଜଙ୍ଗଲ ବୃଦ୍ଧି ପାଇବା ସହିତ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି, ଯାହା ପ୍ରକୃତିପ୍ରେମୀ, ପରିବେଶବିତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କାହିଁ କେଉଁ ଅନାଦି କାଳରୁ ବଂଗୋପସାଗର ତଟରେ ଗଢି ଉଠିଥିବା ଭିତରକନିକାର ଲୁଣାଜଙ୍ଗଲ କ୍ରମାଗତ ଭାବେ ସାମୁଦ୍ରିକ ଝଡ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି । ପ୍ରତିକୂଳ ପରିବେଶ ସତ୍ୱେ ଲୁଣା ଜଙ୍ଗଲ ବୃଦ୍ଧି ଘଟି ଚାଲିଛି ।

ସଦ୍ୟ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୧୭ ସ୍କୋୟାର କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ୮ ସ୍କୋୟାର କିମି କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଭିତରକନିକା ଲୁଣା ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ୨୦୨୧ ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୦୧୯ ସର୍ଭେ ତୁଳନାରେ ୧ ବର୍ଗ କିମି, ଗୋଆରେ ୧ ବର୍ଗ କିମି, କର୍ଣ୍ଣାଟକରେ ୩ ବର୍ଗ କିମି, ମହାରାଷ୍ଟ୍ରରେ ୪ ବର୍ଗ କିମି, ପଶ୍ଚିମବଙ୍ଗରେ ୨ ବର୍ଗ କିମି ଓ ଓଡିଶାରେ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ଏହାବାଦ୍‌ ଗୁଜୁରାଟରେ ୨ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଥିବା ବେଳେ କେରଳ, ତାମିଲନାଡୁ, ଆଣ୍ଡାମାନ ନିକୋବର, ଡାମନଡିଉ ଓ ପଣ୍ଡୁଚେରିରେ ଲୁଣା ଜଙ୍ଗଲ ସ୍ଥିତି ଯାହା ଥିଲା ସମାନ ରହିଛି । ରିପୋର୍ଟ ଅନୁଯାୟୀ ଓଡିଶାର ବାଲେଶ୍ୱର ଜିଲ୍ଲାରେ ୦.୩୩ ବର୍ଗ କିମି, ଜଗତସିଂହପୁର ଜିଲ୍ଲାରେ ୦.୨୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ କେନ୍ଦ୍ରାପଡା ଅର୍ଥାତ୍ ଭିତରକନିକାରେ ୭.୭୬ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ପୁରୀରେ ୦.୦୨ ପ୍ରତିଶତ ଲୁଣା ଜଙ୍ଗଲ ହ୍ରାସ ପାଇଥିବା ବେଳେ ଭଦ୍ରକରେ ସ୍ଥିତି ସମାନ ରହିଛି ।

ଅନ୍ୟପଟେ ଓଡ଼ିଶାରେ ଦୁଇ ଦଶନ୍ଧି ଭିତରେ ୩ହଜାର ୩୧୪ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଛି। ଆନ୍ଧ୍ରରେ ସବୁଠୁ ଅଧିକ ୬୪୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଏହା ପ୍ରଥମ ସ୍ଥାନରେ ରହିଛି । ସେହିପରି ତେଲେଙ୍ଗାନାରେ ୬୩୨ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୫୩୭ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ।

ଓଡ଼ିଶାର ଭୌଗୋଳିକ ଅଞ୍ଚଳର ୩୩.୫୦ ପ୍ରତିଶତ ହେଲା ଜଙ୍ଗଲ । ମୋଟ୍‌ ୫୨ହଜାର ୧୫୬ ବର୍ଗ କିଲୋମିଟର ଏରିଆରେ ବ୍ୟାପିଛି । ଏଥିରୁ ୭ହଜାର ୨୧୨ ବର୍ଗ କିଲୋମିଟର ଅତି ଘଞ୍ଚ ଜଙ୍ଗଲ । ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୪.୬୩ ପ୍ରତିଶତ । ସେହିପରି ୨୦ହଜାର ୯୯୫ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ । ଯାହାକି ରାଜ୍ୟର ମୋଟ୍‌ ଜଙ୍ଗଲର ୧୩.୫୦ ପ୍ରତିଶତ ।ଖୋଲା ଜଙ୍ଗଲ ୨୩ହଜାର ୯୪୮ ବର୍ଗ କିଲୋମିଟର ଯାଏ ପରିବ୍ୟାପ୍ତ । ଯାହାକି ମୋଟ୍‌ ଜଙ୍ଗଲର ୧୫.୩୮ ପ୍ରତିଶତ ।

ରାଜ୍ୟରେ କନ୍ଧମାଳ ଜିଲ୍ଲାରେ ଅଧିକ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି । ଜିଲ୍ଲାରେ ୬୭.୩୭ ପ୍ରତିଶତ ଭାବରେ ରହିଛି ଜଙ୍ଗଲ । କନ୍ଧମାଳ ଜିଲ୍ଲାର ମୋଟ୍‌ କ୍ଷେତ୍ରଫଳ ହେଇଛି ୮ହଜାର ୨୧ ବର୍ଗ କିଲୋମିଟର । ତା ଭିତରୁ ୫ହଜାର ୪୦୪ ବର୍ଗକିଲୋମିଟର ଅଞ୍ଚଳରେ ଜଙ୍ଗଲେ ରହିଛି ।ସେହିପରି ଗଜପତି ଜିଲ୍ଲାରେ ମୋଟ୍‌ ଆୟତନର ୬୦.୬୫ ପ୍ରତିଶତ ଅଞ୍ଚଳରେ ରହିଛି ଜଙ୍ଗଲ । ମାଲକାନଗିରିରେ ୪୦.୧୪, ନୟାଗଡ଼ରେ ୪୪.୦୮, ଦେବଗଡ଼ରେ ୫୦.୨୪, ଅନୁଗୋଳରେ ୪୩.୬୬ ଓ ବୌଦ୍ଧରେ ୪୧.୭୪ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର