ଓଲିଉଡ ସୁପରଷ୍ଟାର ମିହିର ଦାସଙ୍କୁ ସାବୁନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୀକୃଷ୍ଣ

The Sakala Picture
Published On

ବାଲେଶ୍ବର :ଗତକାଲି କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଓଲିଉଡର ସୁପରଷ୍ଟାର ମିହିର ଦାସ। ଆଜି ସକାଳୁ କଟକର ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ ମିହିର ଦାସଙ୍କୁ ବିଦାୟ ଦେଇଛି ଆଜି ସାରା ଓଡିଶା ।ସତୀଚଉରା ଶ୍ମଶାନରେ ପଞ୍ଚଭୂତରେ ବିଲିନ ହୋଇଯାଇଛି ମିହିରଙ୍କ ପାର୍ଥିବ ଶରୀର। ମିହିର ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ  ଓଡିଆ ଚଳଚିତ୍ରରେ ସେ ଛାଡିଯାଇଥିବା ଛାପ ଚିରଦିନ ତାଙ୍କୁ ଅମର […]

ବାଲେଶ୍ବର :ଗତକାଲି କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଓଲିଉଡର ସୁପରଷ୍ଟାର ମିହିର ଦାସ। ଆଜି ସକାଳୁ କଟକର ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ ମିହିର ଦାସଙ୍କୁ ବିଦାୟ ଦେଇଛି ଆଜି ସାରା ଓଡିଶା ।ସତୀଚଉରା ଶ୍ମଶାନରେ ପଞ୍ଚଭୂତରେ ବିଲିନ ହୋଇଯାଇଛି ମିହିରଙ୍କ ପାର୍ଥିବ ଶରୀର। ମିହିର ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ  ଓଡିଆ ଚଳଚିତ୍ରରେ ସେ ଛାଡିଯାଇଥିବା ଛାପ ଚିରଦିନ ତାଙ୍କୁ ଅମର କରି ରଖିବ ।
ଗତକାଲିଠୁ ମିହିରଙ୍କ ପରଲୋକ ପରେ ତାଙ୍କର ପ୍ରସଂଶକମାନେ ତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କିଏ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଲେଖୁଛିତ କିଏ ଚିତ୍ର ଆଙ୍କି ତାଙ୍କର ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଭାସ୍କର୍ଯ୍ୟକଳା ବିଭାଗର ଇନଷ୍ଟ୍ରକ୍ଟର ଶ୍ରୀକୃଷ୍ଣ ପାତ୍ର ଏକ ନିଆରା ଢଙ୍ଗରେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାବୁନରେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେବଳ ଏକ କଟର୍ ଓ ଛୁଞ୍ଚି ମାଧ୍ୟମରେ ଏକ ଛୋଟ ସାବୁନ ଉପରେ ମିହିର ଦାସଙ୍କ ଚିତ୍ର ତଥା ମୁହଁକୁ ଖୋଦେଇ କରି ଆକୃତି ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମାତ୍ର ୩ ଘଣ୍ଟା ମଧ୍ୟରେ ଏପରି ଏକ କଳାକୃତି ପ୍ରସ୍ତୁତ କରିଛନ୍ତି ଶ୍ରୀକୃଷ୍ଣ। ତେବେ ଶ୍ରୀକୃଷ୍ଣ ପୂର୍ବରୁ ମାତୃ ଦିବସରେ ଏପରି ସାବୁନ ଉପରେ ମାଆ ଓ ଛୁଆର ଏକ ନିଆରା କଳାକୃତି ତିଆରି କରିଥିଲେ। ଯାହାକୁ ଅନେକ ପ୍ରଶଂସା କରିଥିଲେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର