ମିହିରଦାସଙ୍କୁ ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଲେ ରାଇମୋହନ ପରିଡା, କହିଲେ ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି

The Sakala Picture
Published On

ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଅଭିନେତା ମିହିର ଦାସଙ୍କ ମର ଶରୀରକୁ ତାଙ୍କ କଟକସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଶେଷ ଦର୍ଶନ କରିବାକୁ ଅଲିଓଡର ଅନେକ କଳାକାରଙ୍କ ଭିଡ ଲାଗିଛି । ସିନେଜେଗତ ଆଜି ପୁରା ସ୍ତବ୍ଧ ହୋଇଯାଇଛି। ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଛନ୍ତି ଓଲିଉଡ୍‌ ଜଗତର ଖଳନାୟକ […]

ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଅଭିନେତା ମିହିର ଦାସଙ୍କ ମର ଶରୀରକୁ ତାଙ୍କ କଟକସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଶେଷ ଦର୍ଶନ କରିବାକୁ ଅଲିଓଡର ଅନେକ କଳାକାରଙ୍କ ଭିଡ ଲାଗିଛି । ସିନେଜେଗତ ଆଜି ପୁରା ସ୍ତବ୍ଧ ହୋଇଯାଇଛି। ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଛନ୍ତି ଓଲିଉଡ୍‌ ଜଗତର ଖଳନାୟକ ତଥା ଅଭିନେତା ରାଇମୋହନ ପରିଡା। କୋହଭରା କଣ୍ଠରେ ସେ କହିଛନ୍ତି ଯେ କେହି ଏ ଦୁନିଆରେ କେହି ରହିବେନି। ସମସ୍ତେ ଏ ଦୁନିଆରେ କିଛି ନା କିଛି କାମ ବିଦାୟ ନେବେ। ଆଖି ଆଗରେ ମିହିର ଭାଇ ଚାଲିଗଲେ। ତାଙ୍କ ଅମଳର ଲୋକ ଆମେ କିଛି ଅଛୁ। ଆଗକୁ କଣ ହେବ କଣ ନହେବ ଆମକୁ ବି ଅଜଣା।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେ ଆହୁରି କହିଛନ୍ତି ଯେ, ମିହିର ଭାଇ ଚାଲିଯିବା ଖବର ମୋତେ ଗଭୀର ଦୁଃଖ ଦେଇଛି ।  ମିହିର ସବୁବେଳେ ଅମର ରହିବେ। ତାଙ୍କର ଗୁଣ ବଖାଣିବାକୁ ଗଲେ ରାତି ପାହିଯିବ। ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି। ତାଙ୍କ ଗୁଣର ପଟାନ୍ତର ନାହିଁ। ମୁଁ ସିନା ଭାଇ ଡାକୁଥିଲି କିନ୍ତୁ ସେ ମୋର ସାଙ୍ଗ। ସେଭଳି କଳାକାର ଓ ମଣିଷ ଆଉ ଜନ୍ମ ହେବନି। ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛି। ତାଙ୍କର ଅମର ଆତ୍ମାର ମୁଁ ସଦଗତି କାମନା କରିବି।

ଆହୁରି ପଢ଼ନ୍ତୁ: କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

11 Jan 2022 By The Sakala

ମିହିରଦାସଙ୍କୁ ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଲେ ରାଇମୋହନ ପରିଡା, କହିଲେ ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି

ଭୁବନେଶ୍ବର: ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଅଭିନେତା ମିହିର ଦାସଙ୍କ ମର ଶରୀରକୁ ତାଙ୍କ କଟକସ୍ଥିତ ବାସଭବନକୁ ନିଆଯାଇଛି। ଆସନ୍ତାକାଲି ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଶେଷ ଦର୍ଶନ କରିବାକୁ ଅଲିଓଡର ଅନେକ କଳାକାରଙ୍କ ଭିଡ ଲାଗିଛି । ସିନେଜେଗତ ଆଜି ପୁରା ସ୍ତବ୍ଧ ହୋଇଯାଇଛି। ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଛନ୍ତି ଓଲିଉଡ୍‌ ଜଗତର ଖଳନାୟକ ତଥା ଅଭିନେତା ରାଇମୋହନ ପରିଡା। କୋହଭରା କଣ୍ଠରେ ସେ କହିଛନ୍ତି ଯେ କେହି ଏ ଦୁନିଆରେ କେହି ରହିବେନି। ସମସ୍ତେ ଏ ଦୁନିଆରେ କିଛି ନା କିଛି କାମ ବିଦାୟ ନେବେ। ଆଖି ଆଗରେ ମିହିର ଭାଇ ଚାଲିଗଲେ। ତାଙ୍କ ଅମଳର ଲୋକ ଆମେ କିଛି ଅଛୁ। ଆଗକୁ କଣ ହେବ କଣ ନହେବ ଆମକୁ ବି ଅଜଣା।

ସେ ଆହୁରି କହିଛନ୍ତି ଯେ, ମିହିର ଭାଇ ଚାଲିଯିବା ଖବର ମୋତେ ଗଭୀର ଦୁଃଖ ଦେଇଛି ।  ମିହିର ସବୁବେଳେ ଅମର ରହିବେ। ତାଙ୍କର ଗୁଣ ବଖାଣିବାକୁ ଗଲେ ରାତି ପାହିଯିବ। ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି। ତାଙ୍କ ଗୁଣର ପଟାନ୍ତର ନାହିଁ। ମୁଁ ସିନା ଭାଇ ଡାକୁଥିଲି କିନ୍ତୁ ସେ ମୋର ସାଙ୍ଗ। ସେଭଳି କଳାକାର ଓ ମଣିଷ ଆଉ ଜନ୍ମ ହେବନି। ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛି। ତାଙ୍କର ଅମର ଆତ୍ମାର ମୁଁ ସଦଗତି କାମନା କରିବି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର