ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ : ୫ ପର୍ଯ୍ୟାୟରେ ହେବ ନିର୍ବାଚନ, ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ

The Sakala Picture
Published On

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଆଜି ୧୧.୩୦ରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି।ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ […]

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଆଜି ୧୧.୩୦ରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି।ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ଆଗାମୀ ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏହାପରେ ଫେବୃଆରୀ ୧୮ରେ ୨ୟ ପର୍ଯ୍ୟାୟ , ଫେବୃଆରୀ ୨୦ରେ ୩ୟ ପର୍ଯ୍ୟାୟ , ଫେବୃଆରୀ ୨୨ରେ ୪ର୍ଥ ପର୍ଯ୍ୟାୟ, ଫେବୃଆରୀ ୨୪ରେ ୫ମ ପର୍ଯ୍ୟାୟରେ ହେବ ମତଦାନ ।  ଏହାପରେ ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ । ପ୍ରତି ବ୍ଲକ ସ୍ତରରେ ହେବ ଭୋଟ ଗଣତି କେନ୍ଦ୍ର । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

କୋଭିଡ କଟକଣା  ମଧ୍ୟରେ  ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା କରାଯାଇଛି। ଡିଜିଟାଲ ଏବଂ ମୋବାଇଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଏଥି ସହିତ ପ୍ରାର୍ଥୀ ନିଜ ସହ ପାଞ୍ଚ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିପାରିବେ। ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ। ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲ ଏବଂ ସମ୍ପତ୍ତିର ସତ୍ୟପାଠ ପ୍ରଦାନ କରିବେ।  ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।

ଚଳିତ ପଞ୍ଚାୟତ ନିର୍ବାଚନରେ  ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬୭୯୪ ପଞ୍ଚାୟତରେ ସରପଞ୍ଚ  ପଦ ପାଇଁ, ୬୭୯୩ ପଞ୍ଚାୟତ ସମିତି ପାଇଁ,  ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ କରିବେ

ଗତକାଲି ସର୍ବଦଳୀୟ ବୈଠକ ବସିଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସପକ୍ଷରେ ରହିଥିଲେ। ଯେହେତୁ ଜାତୀୟ ନିର୍ବାଚନ କମିଶନ ପାଞ୍ଚଟି ରାଜ୍ୟରେ କୋଭିଡ କଟକଣା ମୁତାବକ ନିର୍ବାଚନ କରିବାକୁ ଚାହୁଁଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଉକ୍ତ କଟକଣା ମୁତାବକ ନିର୍ବାଚନ କରିବାକୁ ଆଗ୍ରହୀ ଥିଲେ ।

ଗତକାଲି ସର୍ବଦଳୀୟ ବୈଠକରେ କମିସନର ରାଜନୈତିକ ଦଳର ନେତାମାନଙ୍କୁ ନିର୍ବାଚନ ସମୟରେ ଲାଗୁ ହେବାକୁ ଥିବା ଗାଇଡଲାଇନ, ପ୍ରାର୍ଥୀଙ୍କ ପାଇଁ କ’ଣ ଆବଶ୍ୟକ ଏବଂ ରାଜନୈତିକ ଦଳର ଭୂମିକା ବିଷୟରେ ଅବଗତ କରାଇଛନ୍ତି। ସେହିପରି ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ବଢ଼ାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏହି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରୀଙ୍କ ଠାରୁ ପ୍ରାପ୍ତ ଏକ ସତ୍ୟପାଠ ଦାଖଲ କରିବାକୁ ହେବ। ୱାର୍ଡମେମ୍ବର ପ୍ରାର୍ଥୀ ସ୍ବଲିଖିତ ସତ୍ୟପାଠ ଦାଖଲ କରିବେ। ଏଥର ପ୍ରଥମ କରି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ବ୍ଲକ୍ ସ୍ତରରେ ତିନିଦିନ ଧରି ଜିଲ୍ଲା ପରିଷଦ ୱାରି ଗଣନା କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ ବୋଲି କମିସନର କହିଛନ୍ତି।

11 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର